ରାହୁଲଙ୍କ ଜରୁରୀ ଡାକରା ପାଇ ଦିଲ୍ଲୀ ଗଲେ ନିରଂଜନ, ନରସିଂହ

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜରୁରୀ ଡାକରା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି ରାହୁଲଙ୍କ ସହ ସେମାନଙ୍କର ଆଲୋଚନା ହେବ । ଆଲୋଚନା କେଉଁ ବିଷୟରେ ହେବ ତାହା ଜଣାପଡ଼ି ନାହିଁ, ହେଲେ ଯାହା କୁହାଯାଉଛି ସେଥିରେ ଆସନ୍ତା ନିର୍ବାଚନ ପାଇଁ କେଉଁ ଦଳମାନଙ୍କ ସହ ବୁଝାମଣା ବା ମେଂଟ କରାଯିବ ସେ ସଂପର୍କରେ ନିଷ୍ପତି ନେବେ । ଓଡ଼ିଶାରେ କେଉଁ ଦଳମାନଙ୍କ ସହ ଆଲୋଚନା କରି ରାଜ୍ୟସ୍ତରରେ ନିଷ୍ପତି ନେବେ ସେ ନେଇ ରାହୁଲ ପିସିସିକୁ କ୍ଷମତା ଦେବେ । ଜାତୀୟସ୍ତରରେ ଯେଉଁ ଦଳମାନଙ୍କ ସହ ମେଂଟ ହେବ ସେ ସଂପର୍କରେ ରାହୁଲ ନିଷ୍ପତି ନେବେ । ସେହି ଅନୁସାରେ ଆସନ ବୁଝମଣା ଓ ଟିକେଟ ବଂଟନ କରାଯିବ । କଂଗ୍ରେସ ମୁଖ୍ୟତଃ ଜେଏମଏମ, ସିପିଆଇ, ସିପିଏମ ଓ ଅନ୍ୟ ସମଭାବାପନ୍ନ ଦଳମାନଙ୍କ ସହ ବୁଝାମଣା କରିବ । କେଉଁ ଦଳ ସହ ବୁଝାମଣା ହେବ ତାହା ଚୂଡ଼ାନ୍ତ ହୋଇନଥିବାରୁ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କାର୍ଯ୍ୟ ଅଟକିଥିବା କୁହାଯାଉଛି । ତାଲିକା ଘୋଷଣା ପରେ ମେଂଟ ହେଲେ କୌଣସି ସହଯୋଗୀ ଯଦି ଘୋଷିତ ଆସନରୁ କିଛି ଦାବି କରେ ଓ ଏହା ସମ୍ଭବ ନହେଲେ ମେଂଟ ଭାଙ୍ଗି ଯାଇପାରେ ଏ ଦିଗକୁ ଦୃଷ୍ଟିରେ ରଖି ତାଲିକାକୁ ବିଳମ୍ବ କରାଯାଉଥିବା ମଧ୍ୟ ରାଜ୍ୟ କଂଗ୍ରେସରେ ଆଲୋଚନା ହେଉଛି । କିନ୍ତୁ ପିସିସି ପକ୍ଷରୁ ପ୍ରଥମେ ଯେଉଁ ୫୦ଟି ଆସନରେ ତାଲିକା ଘୋଷଣା କରିବା କଥା କୁହାଯାଇଥିଲା ସେହି ଆସନରୁ ଗୋଟିଏ ହେଲେ କଂଗ୍ରେସ ଛାଡ଼ିବ ନାହିଁ । କାରଣ ବିଜୟ ସମ୍ଭାବନା ଥିବା ୫୦ ଆସନରେ ପ୍ରଥମେ ତାଲିକା ଘୋଷଣା କରିବେ । ଏହି ୫୦ଟି ଆସନକୁ କୌଣସି ପରିସ୍ଥିତିରେ ମେଂଟ ହେଲେ ବି ସହଯୋଗୀଙ୍କୁ ଛାଡ଼ିବ ନାହିଁ । କିନ୍ତୁ ଆଗୁଆ ତାଲିକା ଘୋଷଣା କରି ପରେ ମେଂଟ କଲେ କାଳେ କିଛି ସମସ୍ୟା ଉପୁଜିପାରେ ସେଥି ପାଇଁ ଏବେଠାରୁ ସହଯୋଗୀ ଦଳ ବାଛିବାକୁ ଉଦ୍ୟମ କରାଯାଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here