ନବୀନଙ୍କୁ ନିରଂଜନଙ୍କ ପ୍ରଶ୍ନ: ଦାମବାବୁଙ୍କ ଅଭିଯୋଗ ସତ ନା ମିଛ?

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେଥିରେ ଆମର କିଛି କହିବାର ନାହିଁ । କାରଣ ଏହା ହେଉଛି ତାଙ୍କ ଦଳୀୟ ବ୍ୟାପାର । କାହା ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ କି କଣ କରିବେ ଏହା ତାଙ୍କ ଦଳର କଥା । କିନ୍ତୁ ଡାକ୍ତର ରାଉତ ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ ନା ମିଛ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ବିଜେଡିରୁ ଡାକ୍ତର ରାଉତ ବହିଷ୍କୃତ ହେବା ଘଟଣାରେ ପ୍ରତିକ୍ରୀୟା ରଖିବାକୁ ଯାଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି କାର୍ଯ୍ୟାନୁଷ୍ଠାନ ତାଙ୍କ ଦଳର ଆଭ୍ୟାନ୍ତରୀଣ ବ୍ୟାପାର ହୋଇଥିବାରୁ ମୁଁ ସେ ବିଷୟରେ କିଛି କହିବି ନାହିଁ । କିନ୍ତୁ ଜନସାଧାରଣ ହିସାବରେ ମୁଁ ଏ ପ୍ରଶ୍ନ କରିବାକୁ ଚାହେଁ ଦାମବାବୁ ଯେଉଁ କଥାଗୁଡ଼ିକ କହୁଛନ୍ତି ତାହା ସତ୍ୟ ନା ମିଥ୍ୟା । ରାଜନୀତିକ ଲୋକହିସାବରେ ନୁହେଁ ସାଧାରଣ ଲୋକ ହିସାବରେ ଆମେ ଜାଣିବାକୁ ଚାହୁଁଛୁ । ଯଦି ସରକାର ମିଥ୍ୟା ବୋଲି କହିବେ ଆମର କିଛି କହିବାର ନାହିଁ । ଯଦି ସତ ବୋଲି କହନ୍ତି ତାହାହେଲେ ଏଥିପାଇଁ ଦାୟୀ କିଏ । ସରକାରଙ୍କର କାହିଁକି ସତସାହସ ନାହିଁ ସେ ସବୁ ଅଭିଯୋଗର ତଦନ୍ତ କରିବା ପାଇଁ । ଦାମବାବୁ ଯେଉଁ କଥାଗୁଡ଼ିକ କହିଛନ୍ତି ତାହା ଯଦି ସତ ହୋଇଥାଏ ତେବେ ଦାମବାବୁ ପ୍ରକାଶ କରିବାରେ ଯଥାର୍ଥତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
କଂଗ୍ରେସରେ ମିଶିବା ସଂପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯିଏ ଯେଉଁ ଚିନ୍ତାଧାରାରେ ଥାଆନ୍ତୁ, ଯେଉଁମାନେ ଓଡ଼ିଶାର ବିକାଶ ଚାହୁଁଛନ୍ତି, ଯେଉଁମାନେ ଓଡ଼ିଶା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଚାହୁଁଛନ୍ତି ଆସନ୍ତୁ ସମସ୍ତେ ମିଳିମିଶି ଆମେ ସହିପରି ଏକ ଓଡ଼ିଶା ତିଆରି କରିବା । ଆଉ ଗୋଡ଼ାନ୍ତୁ ନାହିଁ । ଆମେ ୧୮ ବର୍ଷ ହେଲା ଶାସନ ଦେଖିଲେଣି ଆମେ । ଆଉ ସାଢ଼େ ୪ ବର୍ଷ ହେଲା ବି ଦେଖିଲେ । ସମସ୍ତେ ବିକାଶ ଚିକ୍ରାର କରୁଛନ୍ତି । କିଏ ଭାରତ ବିକାଶ କରୁଛି ତ କିଏ ଓଡ଼ିଶା ବିକାଶ କରୁଛି । କିନ୍ତୁ ପ୍ରକୃତରେ ବିକାଶ ସମ୍ଭବ ହେଲାଣି କି । ମୋ ଘୋଷବାପା ବିପିଏଲ ଥିଲା, ମୋ ବାପା ବିପିଏଲ ଓ ମୁଁ ବି ଏହିକ୍ଷଣି ବିପିଏଲ୍ । ଏଥିରେ ଓଡ଼ିଶା ବିକାଶ ହେଉଛି ବୋଲି ମନ୍ତବ୍ୟ ଦେଇ ଶ୍ରୀ ପଟ୍ଟନାୟକ ତାତ୍ସଲ୍ୟ କରିଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here