ନବୀନଙ୍କୁ ନିରଂଜନଙ୍କ ତାତ୍ସଲ୍ୟ

ଭୁନନେଶ୍ୱର: ବିଜେଡି ଆଜି ତାର ପ୍ରତିଷ୍ଠା ଦିବସ ପାଳନ କରୁଥିଲା ବେଳେ କଂଗ୍ରେସ ଆଜି ରାଜ୍ୟ ବ୍ୟାପୀ ସରକାରୀ ଅବହେଳା ପ୍ରତିବାଦରେ କଳା ଦିବସ ପାଳନ କରୁଛି । ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଥିବା ବିଭିନ୍ନ ପ୍ରଶ୍ନକୁ ଭିତ୍ତିକରି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପାଲଟା ପ୍ରଶ୍ନ କରି ତାଙ୍କୁ ଜବାବ ମାଗିବା ସହ ତାତ୍ସଲ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସ ହେଉ କି ବିଜେପି ହେଉ ଓଡ଼ିଶା ପ୍ରତି ଆଂଚଳିକ ଦଳମାନଙ୍କର ଦରଦ ନାହିଁ ଏବଂ ନିର୍ବାଚନ ଆସିଲେ ବଡ଼ ବଡ଼ ସ୍ୱପ୍ନ ଦେଖାନ୍ତି ତାପରେ ଦେଖାମିଳନ୍ତି । ଏହାର ଜବାବ ଦେବାକୁ ଯାଇ ନିରଂଜନ ରାଜ୍ୟ ସରକାରଙ୍କ ଅପାରଗତା କଥାକୁ ଗୋଟି ଗୋଟି କରି ବଖାଣିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ନିରଂଜନ କହିଛନ୍ତି ଓଡ଼ିଶା ବିକାଶର ଚିକ୍ରାର କରୁଛନ୍ତି । ଏହି ଚିକ୍ରାର ଭିତରେ ଆମେ ଦେଖୁଛୁ ଓଡ଼ିଶାରେ ୮୫ ଲକ୍ଷ ଯୁବକଙ୍କ ପାଇଁ କୌଣସି ପ୍ରକାର ନିଯୁକ୍ତିର ସମ୍ଭାବନା ନାହିଁ । ଇଏ ଗୋଟିଏ ବିକାଶ ନବୀନ ବାବୁ କରିଛନ୍ତି ୧୮ ବର୍ଷ ଭିତରେ ।୨୦୦୦ ମସିହାରେ ରାଜ୍ୟର ଋଣ ଭାର ଥିଲା ୧୮ ହଜାର କୋଟି । ବର୍ତ୍ତମାନ ଋଣଭାର ହେଲା ୯୩ ହଜାର କୋଟି ଟଙ୍କା । ଇଏ ବି ଗୋଟିଏ ବିକାଶ ନବୀନ ବାବୁଙ୍କର । ଚାଷୀ ଆଜି ହନ୍ତସନ୍ତ, ଚାଷୀ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ଇଏ ଗୋଟିଏ ତାଙ୍କର ବିକାଶ । ୬୫ ଭାଗ ଲୋକ ଏବେ ବିପିଏଲ ତାଲିକାରେ, ଇଏ ବି ଗୋଟିଏ ବିକାଶ । ଗୋଟିଏ ହେଲେ ଜଳସେଚନ ପ୍ରକଳ୍ପ ହୋଇନାହିଁ, ଶିଳ୍ପ ପ୍ରତିଷ୍ଠା ହେଲାନି, ଯେଉଁ ଶିଳ୍ପ ପ୍ରତିଷ୍ଠା ହେଲା ସିଏ ବନ୍ଦ ହୋଇଗଲା । ଏଗୁଡ଼ିକୁ ଯଦି ବିକାଶ ବୋଲି ନବୀନ ବାବୁ ଭାବୁଥିବେ ତାହାହେଲେ ମୋର କିଛି କହିବାର ନାହିଁ । ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଚାହୁଁଛ ତେବେ ନୀତି ଆୟୋଗରେ କାହିଁକି ଆଲୋଚନା କଲନାହିଁ । ପାର୍ଲାମେଣ୍ଟରେ ବାରମ୍ବାର ଆଲୋଚନା ହେଲା ସେଥିରେ ଭାଗ ନେଲେନାହିଁ । ଆଉ ଓଡ଼ିଶା ଲୋକଙ୍କୁ କାହିଁକି ଭୁତାଉଛ ସ୍ପେଶାଲ ଷ୍ଟାଟସ କଥା କହି । ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା ନବୀନବାବୁଙ୍କୁ ପଚାରିବା ଦରକାର ବୋଲି ନିରଂଜନ କହିଛନ୍ତି ।
ଏପରି କି ଉଜ୍ୱଳା ଯୋଜନାକୁ ସମାଲୋଚନା କରି ନିରଂଜନ କହିଛନ୍ତି ଉଜ୍ୱଳା ସଫଳତା କଥା ସେମାନେ କହୁଛନ୍ତି । ୪୦୦ ଟଙ୍କା ଥିଲା ଗ୍ୟାସ ଏବେ ୧୦୦୦ ଟଙ୍କା ହେଲାଣି । ଏହା କଣ ସଫଳତା ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜେଡି ବାଟରେ କଂଗ୍ରେସ କଂଟା