ନିମାପଡ଼ା ଥାନା ଆଇଆଇସି ସସ୍ପେଣ୍ଡ୍

https://www.facebook.com/nnsodia/videos/267154983995629/?t=5

ନିମାପଡ଼ା : ଥାନାରେ ଅଟକ ରଖି ଜନୈକା ବୃଦ୍ଧାଙ୍କୁ ମାଡ଼ ମାରିବା ଘଟଣାରେ ଆଜି ରାଜ୍ୟ ପୁଲିସ ଡିଜି ଡା. ଆର୍କେ ଶର୍ମା ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ସସ୍ପେଣ୍ଡ୍ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ କି, ଧୀରପୁର ଗ୍ରାମର ବାସନ୍ତୀ ପଳତା ଓ ତାଙ୍କ ବୋହୂ ରୀତା ପଳତାଙ୍କ ମଧ୍ୟରେ କଳହ ଲାଗିବା ଘଟଣାରେ ରୀତା ଶାଶୂ ବାସନ୍ତୀଙ୍କ ନାମରେ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ । ଫଳରେ ପୁଲିସ ଘଟଣାର ଆପୋଷ ସମାଧାନ କରିବା ପାଇଁ ଗତ ୭ତାରିଖ ସନ୍ଧ୍ୟାରେ ଶାଶୂ ଓ ବୋହୂଙ୍କୁ ଥାନାକୁ ଡକାଇଥିଲା । କିନ୍ତୁ କୌଣସି ସମାଧାନ ନହେବାରୁ ଉଭୟଙ୍କୁ ପୁଲିସ ଦୀର୍ଘ ସମୟ ଧରି ଥାନାରେ ଅଟକ ରଖିଥିଲା । ରାତି ୧୧ଟା ପରେ ବିରକ୍ତ ହୋଇ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଶାଶୂ ଓ ବୋହୂଙ୍କୁ ଲାଠିରେ ବାଡ଼େଇ ଲହୁଲୁହାଣ କରିଥିଲେ । ଏନେଇ ଶାଶୂ ବାସନ୍ତୀ ୮ତାରିଖରେ ପୁରୀ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଭଳି ମାଡ ମରାଯିବା ନେଇ ଦେଇଥିବା ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୁରୀ ଏସ୍ପି ଡ. ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ୯ତାରିଖରେ ଅତିରିକ୍ତ ଏସ୍ପି ଧୀରେନ ନନ୍ଦ ନିମାପଡା ଏସ୍ଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଘଟଣାର ତଦନ୍ତ କରି ଏସ୍ପିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ସଚେତନ ନାଗରିକ ମର ସଭାପତି ଆଇନଜୀବୀ ପ୍ରସନ୍ନ ଦାଶ ରାଜ୍ୟ ମାନବାଧିକାର ଆୟୋଗ(ଓଏଚ୍ଆରସି)ରେ ଅଭିଯୋଗ କରିଥିଲେ । ଅଭିଯୋଗର ଶୁଣାଣି କରି ଓଏଚ୍ଆରସି ଘଟଣାର ତଦନ୍ତ ପାଇଁ କେନ୍ଦ୍ରାଞ୍ଚଳ ପୁଲିସ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ପୁରୀ ଏସ୍ପି ୯ ତାରିଖ ରାତିରେ ଆଇଆଇସି ଶ୍ରୀ ସ୍ୱାଇଁଙ୍କୁ ନିମାପଡା ଥାନାରୁ ଜିଲ୍ଲା ହେଡକ୍ୱାର୍ଟରକୁ ଅପସାରିତ କରିଥିଲେ । ଆଜି ପୁଲିସ ଡିଜି ଅର୍ଡର ନଂ୫୧୬ରେ ଆଇଆଇସି ଶ୍ରୀ ସ୍ୱାଇଁଙ୍କୁ କାର୍ଯ୍ୟରୁ ସସ୍ପେଣ୍ଡ କରିଥିବା ଜଣାପଡିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here