ନୀଳଗିରିରେ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ଦେଖନ୍ତୁ ଏହି ଭିଡିଓ…

ଭୁବନେଶ୍ୱର: ବିଜେପି ପକ୍ଷରୁ ଚାଲିଥିବା ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଆୟୋଜି ସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । ବିଭିନ୍ନ ପ୍ରସଙ୍ଗ ଉଠାଇ ସେ ସମାଲେଚନା କରିଛନ୍ତି । ଆୟୁଷ୍ମାନ ଯୋଜନାକୁ ଗ୍ରହଣ ନ କରିବା, ଚିଟଫଣ୍ଡ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେବା, ପିପିଲି ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା, ମନ୍ତ୍ରୀ ପ୍ରଦୀପ ମହାରଥୀ ତାତ୍ସଲ୍ୟ କରିବା, ପିଠା ଯୋଜନା ଏବଂ ଶ୍ରୀମନ୍ଦିରରେ ବିଭ୍ରାଟ ହେବା ଘଟଣାକୁ ନେଇ ଏହି ସମାଲୋଚନା କରିଥିଲେ । ଏପରି କି ପିପିଲି ଘଟଣାରେ କ୍ରାଇବ୍ରାଞ୍ଚର ନିର୍ଦ୍ଦେଶକଙ୍କ ପ୍ରତି କଟୁ ଭାଷା ପ୍ରୟୋଗ କରିଛନ୍ତି । ହାଇକୋର୍ଟ ଯିବା ନିଷ୍ପତ୍ତିକୁ ମଧ୍ୟ କଟାକ୍ଷ କରିଛନ୍ତି । ଲୋକେ ପରିବର୍ତ୍ତନ ଚାହୁଁଥିବା କଥା ମଧ୍ୟ କହିଛନ୍ତି ।

My address at #JababMaguchiOdisha meeting at Raj Berhampur GP in Nilagiri, Balasore.

Posted by Dharmendra Pradhan on Saturday, December 29, 2018