‘ମି-ଠୁ’ଅଭିଯାନରେ ଫସିଲେ ନୱାଜୁଦ୍ଦିନ ସିଦ୍ଦିକି, ପ୍ରେମିକା ଆଣିଲେ ଅଭିଯୋଗ

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ମି ଠୁ ଅଭିଯାନ ଆରମ୍ଭ ହେବା ପର ଠାରୁ ବଲିଉଡରୁ ଆରମ୍ଭ କରି ସାମ୍ବାଦିକ ଓ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ପରେ ଗୋଟିଏ ଫସୁଥିବାର ଦେଖିବାକୁ ମିଳୁଛନ୍ତି | ତେବେ ଏଥର ଆଉ ଜଣେ ବଲିଉଡର କଳାକାର ଜାଲରେ ଫଶିଥିବାର ଦେଖିବାକୁ ମିଳୁଛି | ସେ ଛୋଟ ଛୋଟ ରୋଲରୁ କ୍ୟାରିୟର ଆରମ୍ଭ କରିଥିବା ଏହି କଳାକାର ଜଣଙ୍କ ଆଜି ବଲିଉଡରେ ନିଜର ଏକ ସ୍ଥାନ ବନେଇସାରିଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ଆସିଥିବା ସୂଚନା ମିଳୁଛି | ଉକ୍ତ କଳାକାର ଜଣଙ୍କ ହେଉଛନ୍ତି ନୱାଜୁଦ୍ଦିନ୍‌ ସିଦ୍ଦିକି | ଏବେ ନୱାଜୁଦ୍ଦିନ୍‌ ସିଦ୍ଦିକି ନାମରେ ଏମିତି ସଙ୍ଗୀନ୍‌ ଅଭିଯୋଗ ଆସିଛି । ଅଭିନେତ୍ରୀ ନିହାରିକା ସିଂହ ଏହି ‘ମି-ଠୁ’ କାହାଣୀ ଶେୟାର କରିଛନ୍ତି । ନିହାରିକା କେବଳ ନିଜ ଏକ୍ସ ବୟପ୍ରେଣ୍ଡ୍‌ ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ନାଁରେ ନୁହେଁ ବରଂ ନିର୍ମାତା ଭୂଷଣ କୁମାର ଓ ସାଜିଦ୍‌ ଖାନ୍‌ଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ଏ ବିଷୟରେ ସାମ୍ବାଦିକା ସନ୍ଧ୍ୟା ମେନନ୍‌ ଟ୍ୱିଟ୍‌ କରି ନିହାରିକାଙ୍କ ଷ୍ଟୋରୀ ଶେୟାର କରିଛନ୍ତି । ଅଭିଯୋଗ ଅନୁଯାୟୀ, ନିହାରିକା ଓ ନୱାଜୁଦ୍ଦିନ୍‌ ଦୁହେଁ ଫିଲ୍ମ ‘ମିସ୍ ଲଭ୍‌ଲୀ’ର ସେଟ୍‌ରେ ଏକାଠି ଭେଟ ହୋଇ ଥିଲେ । ଅଭିନେତ୍ରୀ ନିହାରିକା ଯେଉଁଠି ରହୁଥିଲେ, ନୱାଜ୍‌ ସେଇଠି ରହୁଥିଲେ । ତେଣୁ ସେ ନୱାଜ୍‌ଙ୍କୁ ବ୍ରେକ୍‌ଫାଷ୍ଟରେ ଘରକୁ ଡାକିଥିଲେ । ଯେତେବେଳେ ସେ ଗେଟ୍ ଖୋଲିଲେ ନୱାଜ୍‌ ତାଙ୍କୁ ଆଲିଙ୍ଗନ କରିଥିଲେ । ହେଲେ ନିହାରିକା ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଯିବାକୁ ଦେଇ ନଥିଲେ । ପରେ ବହୁ କଷ୍ଟରେ ତାଙ୍କଠାରୁ ମୁକୁଳି ଥିଲେ । ଏହି ସମୟରେ ନୱାଜ କହିଥିଲେ ଏହା ତାଙ୍କର ସ୍ୱପ୍ନ ଯେ ସେ ଜଣେ ମିସ୍ ଇଣ୍ଡିଆକୁ ନିଜ ପତ୍ନୀ କରିବେ । ପରେ ନିହାରିକାଙ୍କୁ ଜଣା ପଡ଼ିଲା ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଅଛି । ତାପରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା ବୋଲି ସୂଚନା ମିଳୁଛି । ସେପଟେ ଏନେଇ ନୱାଜଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣା ପଡିଛି |

ମତାମତ ଦିଅନ୍ତୁ

Please enter your comment!
Please enter your name here