ପ୍ରିୟଙ୍କାଙ୍କୁ ଘର ଉପହାର ଦେଲେ ନିକ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବଲିଉଡ୍ର ସୁପରଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କୁ ତାଙ୍କ ଭାବି ପତି ନିକ୍ ଜୋନ୍ସ ଏକ ଦାମି ଘର ଆମେରିକାରେ ଉପହାର ଦେଇଛନ୍ତି । ନିକ୍ଙ୍କ ସହ ଖୁବଶୀଘ୍ର ପ୍ରିୟଙ୍କା ବିବାହ ବନ୍ଧରେ ଆବଦ୍ଧ ହେବାକୁ ଯାଉଛନ୍ତି । ଉଭୟଙ୍କ ରିଂ ସେରିମନି ସରିଯାଇଛି । କେବଳ ବିବାହ ବାକି ରହିଛି । ମିଳିଥିବା ସୂଚନା ଅନୁସାରେ ପ୍ରିୟଙ୍କାଙ୍କ ପାଇଁ ଲସ୍ ଆଞ୍ଜେଲସରେ ନିକ ଏକ ଘର କିଣି ସାରିଲେଣି । ଏହି ଘରର ମୂଲ୍ୟ ପ୍ରାୟ ୪୭ କୋଟି ୫୦ ଲକ୍ଷ ହେବ ବୋଲି କୁହାଯାଉଛି । ଏହି ଘରର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ପରେ କଥା ପଦାକୁ ଆସିଛି ।

ଏହି ଘର ୪୧୨୯ ବର୍ଗପୁଟର ଓ ଏଥିରେ ୫ଟି କୋଠରୀ ରହିଛି । ଘର ଭିତରେ ସୁଇମିଙ୍ଗ ପୁଲ ଓ ଏକ ବଗିଚା ମଧ୍ୟ ରହିଥିବା ଜଣାପଡ଼ିଛି । ଘରର ଆଭ୍ୟନ୍ତରିଣ ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ଘରର ଯେଉଁ କୋଣରେ ଦେଖିଲେ ବି ତାହା ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି । ପ୍ରିୟଙ୍କାଙ୍କର ଏବେ ଅଧିକ ସମୟ ଆମେରିକାରେ କଟୁଥିବାରୁ ତାଙ୍କୁ ହଲିଉଡ ପ୍ରୋଜେକ୍ଟ ପାଇଁ ସେଠାରେ ରହିବାକୁ ପଡୁଛି । ସେଥିପାଇଁ ନିକ ତାଙ୍କୁ ଘର ଉପହାର ଦେଇଛନ୍ତି । ବୟସରେ ନିକ୍ଙ୍କଠାରୁ ପ୍ରିୟଙ୍କା ୧୦ ବର୍ଷ ବଡ଼ ।

ମତାମତ ଦିଅନ୍ତୁ

Please enter your comment!
Please enter your name here