କନ୍ଧମାଳ ଘଟଣାରେ ଏନଏଚଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର: ଜାତୀୟ ମାନବ ଅଧିକାର(ଏନଏଚଆରସି) କନ୍ଧମାଳ ଆଶ୍ରମ ସ୍କୁଲ ଛାତ୍ରୀ ମାଆ ହେବା ଘଟଣାରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ଏଥିନେଇ ନିଜ ଆଡି କମିଶନ ମାମଲା ରୁଜୁ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଏହି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବକୁ ଏହି ମନୋଟିସ ଆସିଛି । ପୀଡିତାଙ୍କ ଥଇଥାନ ପାଇଁ କଣ କରାଯାଇଛି । ଏଥିସହ ଅପରାଧୀମାନଙ୍କ ପାଇଁ ମଧ୍ୟ କଣ ପଦକ୍ଷେପ ନିଆଯାଇଛି ତାହାର ମଧ୍ୟ ରିପୋର୍ଟ ମାଗିଛନ୍ତି ।

ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଲେ ମାଆ, ହେଲେ ବଞ୍ଚିଲାନି ଶିଶୁକନ୍ୟା, ସେପଟେ ଦୁଷ୍କର୍ମକାରୀ ବୁଲୁଛି ଖୋଲାରେ…ପଢନ୍ତୁ ପୂରା ଖବର