ତପସ୍ୱିନୀ ଏକ୍ସପ୍ରେସ ପାଇଖାନା ଝରକାରୁ ମିଳିଲା ନବଜାତ ଶିଶୁର ମୃତଦେହ

ସମ୍ବଲପୁର: ତପସ୍ୱିନୀ ଏକସ୍‌ପ୍ରେସର ଏସ-୧ ବଗିର ପାଇଖାନାରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଜନ୍ମ କରିବା ପରେ ମା’ ପିଲାଟିକୁ ଛାଡ଼ି ଚାଲି ଯାଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ତପସ୍ୱିନୀ ଏକ୍ସପ୍ରେସ ତାଳଚେର ଷ୍ଟେସନ୍‌ ଟପିବା ପରେ ଏସ-୧ ବଗି ପାଇଖାନାର ଝରକାରେ ଏକ ନବଜାତ ଶିଶୁର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଟ୍ରେନ୍‌ ସମ୍ବଲପୁରରେ ପହଞ୍ଚିବା ପରେ ଜିଆରପି ପୁଲିସ ଏହି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଚର୍ଚ୍ଚା ହେଉଛି ଯେ, କେହି କୁଆାଁରୀ ମା’ ହୁଏତ  ଲୋକଲଜ୍ୟା ଭୟରେ ନିଜ  ପୁତ୍ରସନ୍ତାନଟିକୁ  ହତ୍ୟାକରି ଟ୍ରେନ୍‌ ପାଇଖାନା ଝରାକାରେ ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି। ମାତ୍ର ଶିଶୁଟିର ଶବ ଝରକା ବାଟେ ବାହାରକୁ ଯାଇ ନ ପାରି ସେହିଠାରେ ଲାଖି ରହିବାରୁ , ସେହିପରି ଅବସ୍ଥାରେ ଶବ ଛାଡ଼ି ସେ ଫେରାର ହୋଇଯାଇଛନ୍ତି।