ଟ୍ରାଇର ନୂଆ ନିୟମ:ପ୍ରତି ଚ୍ୟାନେଲ ପିଛା ଗ୍ରାହକ ଗଣିବେ ଟଙ୍କା

ନୂଆଦିଲ୍ଲୀ: ଫେବୃଆରୀ ପହିଲାରୁ ଟେଲିଭିଜନ ଶିଳ୍ପ କ୍ଷେତ୍ରରେ ଆସିବ ଏକ ନୁଆ ମୋଡ । ପରିବର୍ତ୍ତନ ହୋଇଯିବ ସବୁକିଛି । ଗ୍ରାହକମାନେ ଦେଖିବାକୁ ଚାହୁଥିବା ଚ୍ୟାନେଲ ଗୁଡ଼ିକ ପାଇଁ ଗଣିବେ ଟଙ୍କା । ଏହି ଉଦ୍ଦେଶ୍ୟରେ ଜାନୁଆରୀ ୩୧ ସୁଦ୍ଧା ନୂଆ ଦର ଏବଂ ଚ୍ୟାନେଲ ଚୟନ ବ୍ୟବସ୍ଥା ପ୍ରଚଳନ କରିବାକୁ ଭାରତୀୟ ଟେଲିକମ୍ ନିଆମକ ପ୍ରାଧିକରଣ (ଟ୍ରାଇ) ଦେଶର ସମସ୍ତ ସାଟେଲାଇଟ ଓ କେବୁଲ ଟିଭି ଅପରେଟରଙ୍କୁ ନିର୍ଦ୍ଦଶ ଦେଇଛି । ନୂଆ ବ୍ୟବସ୍ଥା ଅନୁଯାୟୀ, ଗ୍ରହକମମାନେ ସାଟେଲାଇଟ୍ କିମ୍ବା କେବୁଲ ଟିଭି ଅପରେଟରଙ୍କ ଦ୍ୱାରା ଦିଆଯାଉଥିବା ଚ୍ୟାନେଲ ପ୍ୟାକ ନେବାକୁ ବାଧ୍ୟ ନୁହନ୍ତି । ସେମାନେ ନିଜ ଚାହିଦା ହିସାବରେ ଚ୍ୟାନେଲ୍ ବାଛି ପାରିବ । ତଥାବି ଚ୍ୟାନେଲ ପ୍ୟାକକୁ ବ୍ୟବସ୍ଥା ରହିବ । ତେବେ ପ୍ୟାକ ହିସାବରେ ଚ୍ୟାନେଲ୍ କିଣିବାକୁ ଗ୍ରାହକ ବାଧ୍ୟ ନୁହେଁ ।
ନୂଆ ଟ୍ରାଇ ଅନୁସାରେ, ଗୋଟିଏ ଚ୍ୟାନେଲର ସର୍ବାଧିକ ମୂଲ୍ୟ ୧୯ ଟଙ୍କା ରହିବ । ଡାଇରେକ୍ଟ-ଟୁ-ହୋମ୍ (ଡିଟିଏଚ୍) ଓ କେବୁଲ ଅପରେଟରଙ୍କ ଦ୍ୱାରା ଧାର୍ଯ୍ୟ ଚ୍ୟାନେଲ୍ ମୂଲ୍ୟ ତୁଳନାରରେ ଟ୍ରାଇ ନିକଟରେ ପ୍ରସାରଣକାରୀ ଦାଖଲ କରିଥିବା ଚ୍ୟାନେଲ୍ ଦର କମ୍ ରହିଛି । ଏପରିକି କେତେକ କ୍ଷେତ୍ରରେ ପ୍ରସାରଣକାରୀଙ୍କ ମୁଲ୍ୟ ଅପରେଟରଙ୍କ ମୂଲ୍ୟ ତୁଳନାରେ୪-୫ ଗୁଣ ଶସ୍ତା ଅଛି । ନୂଆ ତାରିଖ ବ୍ୟବସ୍ଥା ଅଧିନରେ ଟିଭି ଦର୍ଶକମାନେ ୧୩୦ ଟଙ୍କା (ଟିକସ ବାଦ୍) ନେଟ୍ୱାର୍କ ଫି ରେ ୧୦୦ ଟି ମାଗଣା ଚ୍ୟାନେଲ୍ ଦେଖିବାକୁ ସୁଯୋଗପାଇବେ । ମାଗଣା ଚ୍ୟାନେଲ୍ ବାଦ୍ ଦେଖିବାକୁ ଚାହୁଥିବା ପ୍ରତି ଚ୍ୟାନେଲ୍ ପାଇଁ ଗ୍ରାହକ ଅର୍ଥ ଗଣିବେ
ଉଦାହରଣ ସ୍ୱରୁପ ଯଦି ଜଣେ ଗ୍ରାହକ ମାଗଣା ଛ୍ୟାନେଲ୍ ଆକ୍ଟିଭ୍ କରିଛନ୍ତି , ତେବେ ସେ ପସନ୍ଦରୁ ଆଉ ୪୦ ଟି ମାଗଣା ଚ୍ୟାନେଲ୍ ବାଛିପାରିବେ ।