You are here
Home > ଗସିପ ଖବର > ଇଭିଏମ ବାହାନା ଚଳିବନି

ଇଭିଏମ ବାହାନା ଚଳିବନି

ହାରିବା ଲାଗି ଇଭିଏମ ଟ୍ୟାମ୍ପରିଂକୁ ଆଉ ଦୋଷ ଦେଉ ଖସିଯାଇ ପାରିବେନି ପଲିଟିକାଲ ପାର୍ଟି । କାହିଁକି ନା ଇଭିଏମରେ ଏଣିକି କିଛି ବି ଟ୍ୟାମ୍ପରିଂ ହେବା ସମ୍ଭବ ନୁହେଁ । ସେମିତି ଏକ ନୂଆ ଟେକ୍ନୋଲୋଜିର ଇଭିଏମ ଆଣଇଛନ୍ତି ନିର୍ବାଚନ ଆୟୋଗ । ଇଭିଏମର ଟ୍ୟାମ୍ପର ଫ୍ରି ଏହି ନୂଆ ମଡେଲର ନାଁ ହେଉଛି ମାର୍କ ଥ୍ରୀ । ଗତ ଲୋକସଭା ଏବଂ ତା ପର ବିଧାନସଭା ନିର୍ବାଚନ ଫଳା ଫଳକୁ ନେଇ ଇଭିଏମ ଟ୍ୟାମ୍ପରିଂର ଆରୋପ ଆଣଇଥିଲେ ବିରୋଧୀ । ନିଜ ମୁଣ୍ଡରୁ ସେବୁ ଦୋଷ ଖସାଇବାକୁ ଇଭିଏମ ଉପରେ ଦୋଷ ଲଦିଥିଲେ । ଏମିତିକି ବିଜେପିର ଜିତକୁ ବିରୋଧୀ ଇଭିଏମର ଚମକ୍ରାର ଆଖ୍ୟା ଦେଇଥିଲେ । ସବୁ ବିରୋଧୀ ଇଭିଏମ ବଦଳରେ ବାଲାଟ ପେପରେ ଭୋଟ କରିବାକୁ ଦାବିବି କରୁଥିଲେ । ହେଲେ ଏବେ ଏହି ପ୍ରସଂଗରେ ନର୍ବାଚନ ଆୟୋଗ ଏକ ବଡ ପଦକ୍ଷପେ ନେଇଛନ୍ତି । ନିର୍ବାଚନରେ ସ୍ୱଛତା ଆଣିବା ଲାଗି ନିର୍ବାଚନ ଆୟୋଗ ନିୟୁ ଜେନେରସନର ଇଭିଏମ ଲଞ୍ଚ କରିଛନ୍ତି । ଏହାର ନାଁ ରହିଛି ମାର୍କ ଥ୍ରୀ । ମିଳିଥିବା ସୂଚନା ଅନୁସାରେ ନିକଟରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଏହି ନୂଆ ଟ୍ୟାମ୍ପରିଂ ଫ୍ରି ଇଭିଏମ ପ୍୍ରଥମ କରି ବ୍ୟବହାର ହେବ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଏବି ନୂଆ ଇଭିଏମରେ ଟ୍ୟାମ୍ପରିଂ ପ୍ରୁଫ ବ୍ୟତୀତ ଅନେକ ଫିଚର ରହିଛି । ସୂଚନା ଅନୁସାରେ ଏହି ନୂଆ ମେସିନକୁ ଦ୍ୱିତୀୟ ଥର ଲାଗି ପ୍ରୋଗ୍ରାମିଂ କରାଯାଇ ପାରିବନି । ଅର୍ଥାତ କେବଳ ଥରେ ହିଁ ସଫ୍ଟୱେର କୋର୍ଡ ଲେଖାହେବ । ଇଣଅଟର ନେଟ କିମ୍ବା କୈଣସି ନେଟୱର୍ାକ ସହ ଏହି ମାକ ଥ୍ରୀ ଇଭିଏମକୁ ଯୋଡାଯାଇ ପାରିବନି । ସବୁଠୁ ବଡ କଥା ହେଉଛି ଯଦି କେହି ନୂଆ ଇଭିଏମ ମାର୍କ ଥ୍ରୀକୁ ଟ୍ୟାମ୍ପରିଂ କରିବାକୁ କିମ୍ବା ଖୋଲିବାକୁ ଚେଷ୍ଟା କରିବ ତେବେ ଏହା ଆପେ ଆପେ ସଟଡାଉନ ହୋଇଯିବ । ପୁରୁଣା ମାର୍କ ଟୁ ଇଭିଏମରେ କେବଳ ୪ ବ୍ୟାଲାଟ ୟୁନିଟ ଏବଂ ୬୪ ପ୍ରାର୍ଥୀଙ୍କ ସୂଚନା ରହିାରୁଥିଲା । ହେଲେ ନୂଆ ମାର୍କ ଥ୍ରୀରେ ୨୪ ବ୍ୟାଲାଟ ୟୁନିଟ ଓ ୩୮୪ ପ୍ରାର୍ଥୀଙ୍କ ସୂଚନା ରହିାରିବ । ଟ୍ରାଏଲ ହିସାବରେ କର୍ଣ୍ଣାଟକର ୧୮ ବୁଥରେ ଏହି ଇଭିଏମରେ ଭୋଟ ଗ୍ରହଣ କରାଯିବ । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ସବୁ ଆସନରେ ଏହି ନୂଆ ଇଭିଏମର ବ୍ୟବହାର କରାଯିବାର ଯୋଜନା ହେଉଛି ।

Loading...
ONA

Leave a Reply

Top