ଲାଇଭ ଶୋରେ କାନ୍ଦିଲେ ନେହା କକ୍କର, ଦେଖନ୍ତୁ ଏହି ଭିଡିଓରେ ….

ନୂଆଦିଲ୍ଲୀ: ବଲିଉଡରେ ଆଗ ଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ନିଜର ପ୍ରେମିକ ଅଭିନେତା ହିମାନ୍ସ କୋହାଲିଙ୍କଠାରୁ ଅଲଗା ହୋଇ ଯାଇଥିବାର ଖବର ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ପୁଣି ଥରେ ନେହା ଲାଇଭ ଶୋରେ କାନ୍ଦି ଚର୍ଚ୍ଚାକୁ ଆସିଛନ୍ତି | ସୂଚନା ମୁତାବକ, ନେହା ଅହମ୍ମଦାବାଦର ସରଦାର ପଟେଲ ଷ୍ଟାଡିୟମ୍କୁ ଲାଇଭ୍ କନସର୍ଟ ପାଇଁ ଜଣେ ଦର୍ଶକଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଆପଣମାନେ କାହାକୁ ଭଲ ପାଇଛନ୍ତି ବୋଲି ପ୍ରଶ୍ନ କରିବା ପରେ ଏଠାରେ ପ୍ରେମରେ ହୃଦୟ ଭାଙ୍ଗିଥିବା ଲୋକ ଅଧିକ ଥିବେ ବୋଲି କହିଥିଲେ ନେହା । ଏହା ପରେ ସେ ହୃଦୟ ଭାଙ୍ଗିଥିବା ଲୋକମାନଙ୍କ ପାଇଁ ‘ମାହି ବେ..’ ଗୀତ ଗାଇବା ଆରମ୍ଭ କରିଥିଲେ ।
ଗୀତ ଗାଇବା ସମୟରେ ନେହା କାନ୍ଦି ପକାଇବା ସହ କିଛି ସମୟ ପାଇଁ ଚୁପ୍ ହୋଇ ଯାଇଥିଲେ । କିଛି ସମୟ ପରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ମଧ୍ୟ ଠିକ୍ ଭାବରେ ଗୀତ ଗାଇ ପାରି ନଥିଲେ । ହିମାନ୍ସଙ୍କଠାରୁ ଅଲଗା ହେବା ପରେ ସେ କେତେ ଭାଙ୍ଗି ପଡ଼ିଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ଯାଉଥିଲା । ଉଲ୍ଲେଖନୀୟ ଦୁପହିଁଙ୍କ ବ୍ରେକ ପରେ ଦୁହେଁ ନିଜ ନିଜ ସୋସିଆଲ ମିଡିଆ ସାଇଟରୁ ଫଟୋ ହଟାଇ ଦେଇଥିବା ବେଳେ ନେହା ହିମାନ୍ସଙ୍କୁ ଚିହ୍ନି ନଥିବା ମଧ୍ୟ କହିଥିଲେ । ଇଷ୍ଟାଗ୍ରାମରେ ସେ ଦୁଃଖଭରା ପୋଷ୍ଟ କରି ନିଜ ମନର ଦୁଃଖ ନିଜ ପ୍ରଶଂସକମାନଙ୍କୁ ଜଣାଇଥିବା ବେଳେ ଏବେ ସେ ଲଇଭ୍ କନସର୍ଟରେ କାନ୍ଦିଥିବା ଦେଖିବାକୁ ମିଳୁଛି । ତେବେ ତାଙ୍କର ଏପରି କାନ୍ଦ ଜଣାଇ ଦେଉଚି ଯେ ସେ ଭିତରେ କେତେ କଷ୍ଟରେ ଅଛନ୍ତି | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ କାହିଁକି ତାଙ୍କର ଏପରି ହଠାତ୍ ବ୍ରେକ ଅପ ହେଲା ଓ କିଏ ଏହାର ଦାୟୀ |