You are here
Home > ଲାଟେଷ୍ଟ > ନୟାପଲ୍ଲୀ ଥାନାରେ ଯୁବତୀଙ୍କୁ ପୋଲିସ ମାଡ଼ ଘଟଣାରେ ବଦଳିଲେ ଥାନା ଅଧିକାରୀ  

ନୟାପଲ୍ଲୀ ଥାନାରେ ଯୁବତୀଙ୍କୁ ପୋଲିସ ମାଡ଼ ଘଟଣାରେ ବଦଳିଲେ ଥାନା ଅଧିକାରୀ  

ଭୁବନେଶ୍ୱର  : ଦୁଇ ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଅଭିଯୋଗ ଘଟଣା ପରେ ନୟାପଲ୍ଲୀ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୨ ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଅଭିଯୋଗ ଘଟଣା ବଦଳିଲେ ନୟାପଲ୍ଲୀ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ।  ରିଜର୍ଭ ପୋଲିସକୁ  ବଦଳିଲେ ସଂଗ୍ରାମ ପଟ୍ଟନାୟକ। ତାଙ୍କ ସ୍ଥାନରେ  ଉମାକାନ୍ତ ପ୍ରଧାନଙ୍କୁ ନୟାପଲ୍ଲୀ ଥାନା ଆଇଆଇସି ଦାୟିତ୍ୱ ଦିଆଯାଇଛି। କ୍ୟାପିଟାଲ ଥାନା ଅତିରିକ୍ତ ଆଇଆାଇସି ଥିଲେ ଉମାକାନ୍ତ । ଏଥିସହ ୨ ମହିଳା ଏସ୍‌ଆଇଙ୍କୁ ମଧ୍ୟ ବଦଳି କରାଯାଇଥିବା ସୂଚନା ମିଳିଛି। ଥାନା ଭିତରେ ଦୁଇ ଯୁବତୀଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

ନୟାପଲ୍ଲୀ ଅଞ୍ଚଳର ଦୁଇ ଯୁବତୀଙ୍କୁ ପୋଲିସ ମାଡ଼ ମାରିଥିବା ନେଇ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।  ଅଭିଯୋଗ ଅନୁଯାୟୀ ଗତ ୬ ତାରିଖ ଦିନ ପଡ଼ୋଶୀଙ୍କ ସହିତ ଝଗଡ଼ାକୁ ନେଇ ନୟାପଲ୍ଲୀ ବେହେରା ସାହି ଅଞ୍ଚଳର ଦୁଇ ଜଣ ଯୁବତୀଙ୍କୁ ଥାନାକୁ ଆଣିଥିଲା ପୋଲିସ।  ପରେ ସେମାନଙ୍କୁ ନିସ୍ତୁକ ପିଟିଥିବା କଥା ଦୁଇ ଯୁବତୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ନୟାପଲ୍ଲୀ ଥାନା ଇନ୍ସପେରଙ୍କ ସହିତ ଅନ୍ୟ କର୍ମଚାରୀ ସେମାନଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ପିଟିଥିବା ସେମାନେ ଅଭିଯୋଗ କରିଛନ୍ତି।  ସେପଟେ ଅଭିଯୋଗକୁ ନୟାପଲ୍ଲୀ ପୋଲିସ୍ ଖଣ୍ଡନ କରିଛି । ଯୁବତୀ ଦୁଇଜଣ ପୋଲିସକୁ ପ୍ରଥମେ ଆକ୍ରମଣ କରିବା ସହ ପୋଲିସ କର୍ମଚାରୀଙ୍କ ପୋଷାକ ବି ଚିରିଦେଇଥିଲେ।  ସେପଟେ ଯୁବତୀଙ୍କ ଦେହରେ ଥିବା ଦାଗ ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ବେଳର ବୋଲି ନୟାପଲ୍ଲୀ ଥାନା ଆଇଆଇସି କହିଛନ୍ତି ।

Loading...
ONA

Leave a Reply

Top