ମହିଳା ମିଶନ ମୁଡରେ ନବୀନ: ମହିଳା ସଂରକ୍ଷଣ ବିଲକୁ ସମର୍ଥନ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖିବା ପାଇଁ ସହଯୋଗ ଲୋଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ମିହଳା ସଂରକ୍ଷଣ ବିଲକୁ ସମର୍ଥନ କରି ଏକ ପ୍ରସ୍ତାବ ଗୃହିତ କରାଇଥିଲେ । ଏହା ପରେ ଏହି ପ୍ରସ୍ତାବକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖି ପାର୍ଲାମେଣ୍ଟରେ ବିଲ୍ କିପରି ଗୃହୀତ ହେବ ସେ ଦିଗରେ ନେତୃତ୍ୱ ନେବାପାଇଁ ଅନୁରୋଧ କରିଥିଲେ । ବୁଧବାର ବିଜେଡି ନେତାମାନଙ୍କର ଏକବୈଠକ ନବୀନ ନିବାସରେ ଡାକି ଏହା ଉପରେ ଆଲୋଚନା କରିଥିଲେ । ନବୀନଙ୍କ ଦୂତ ଭାବେ ତାନଙ୍କ ବାର୍ତ୍ତା ଧରି ବିଜେଡି ନେତାମାନେ ଦେଶର ୭ଟି ଜାତୀୟ ଦଳ ଓ ୧୫ଟିସ ଆଂଚଳିକ ଦଳର ମୁଖ୍ୟମାନଙ୍କ ପାଖକୁ ଯାଇ ଅନୁରୋଧ କରିବେ ବୋଲି ନିଷ୍ପତି ନିଆଯାଇଛି । ୧୧ ତାରିଖ ସୁଦ୍ଧା ଏହି କାର୍ଯ୍ୟ କରିବା ପାଇଁ ଦଳୀୟ ନେତାମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯାଇଛି । ଏହାପରେ ଆଜି ସେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଲେ ଲେଖିଛନ୍ତି । ନବୀନ ଏବେ ପୁରା ଦମ୍ରେ ମହିଳା କାର୍ଡ ଖେଳି ସମଗ୍ର ଦେଶରେ ରାଜନୀତିକ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାରକୁ ଉଦ୍ୟମ ଆରମ୍ଭ କରିଥିବା କଥା କୁହାଯାଉଛି ।
ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ନବୀନ ଦର୍ଶାଇଛନ୍ତି ଯେ, ଦେଶ ଓ ସମାଜ ଗଠନରେ ମହିଳାଙ୍କ ଭୂିମିକା ଗୁରୁତ୍ୱପୂର୍ଣ୍ଣ । ମହିଳାମାନେ ଶସକ୍ତ ହେଲେ ଦେଶ ଆଗେଇବ । ଦେଶ ଓ ସମାଜ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ବିକାଶ ଦିଗରେ ତଥା ଗଣତନ୍ତ୍ରକୁ ଗଢ଼ିବାରେ ତାଙ୍କର ଗୁୂରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଅପରପକ୍ଷରେ ମହିଳାମାନେ ସଶକ୍ତ ନହେଲେ ସମାଜ ଓ ରାଜ୍ୟର ଅଗ୍ରଗତି ହୋଇପାରିବ ନାହିଁ । ଏଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ । ମୁଖ୍ୟମନ୍ତ୍ରୀମାନେ ସହଯୋଗ କଲେ ଦେଶରେ ମହିଳା ସଶକ୍ତିକରଣ ପାଇଁ ଏକ ନୂଆ ଦିଗନ୍ତ ସୃଷ୍ଟି ହୋଇପାରିବ ବୋଲି ନବୀନ କହିଛନ୍ତି ।
ମୁଖ୍ୟମନ୍ତ୍ରୀମାନଙ୍କୁ ସେ ଅବଗତ କରାଇଛନ୍ତି ଯେ, ୧୯୯୦ରେ ବିଜୁ ପଟ୍ଟନାୟକ ପ୍ରଥମେ ସାରା ଦେଶରେ ମହିଳାଙ୍କ ପାଇଁ ପଂଚାୟତ, ପୌର ସଂସ୍ଥା ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ଆଣିଥିଲେ । ତାଙ୍କର ଏହି ପଦକ୍ଷେପ ପ୍ରଭାବଶାଳୀ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ୨୦୧୧ରେ ବିଜେଡି ସରକାର ଓଡ଼ି।।ରେ ମହିଳାଙ୍କ ପାଇଁ ପଂଚାୟତ ଓ ପୌରସଂସ୍ଥାରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା । ଏହି ମହିଳା ବିଲ୍କୁ ସମର୍ଥନ କରି ଗତ ଶୀତ ଅଧିବେଶନରେ ନବୀନ ସଂକଳ୍ପ ଆଣିଥିଲେ ।

1 COMMENT

  1. Excellent post. Keep writing such kind of information on your blog.
    Im really impressed by your site.
    Hey there, You’ve done a great job. I’ll certainly digg it and in my view suggest to my friends.

    I am sure they’ll be benefited from this web site.

ମତାମତ ଦିଅନ୍ତୁ

Please enter your comment!
Please enter your name here