ମୋଦି ଚାଷୀ ବିରୋଧୀ ଜଣାଇବାକୁ ଦିଲ୍ଲୀରେ ନବୀନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦିଲ୍ଲୀ ଦରବାରରେ ସ୍ୱର ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇ ସେଠାରେ ପହଂଚିଛନ୍ତି । ଆସନ୍ତା କାଲି ଚାଷୀ ଓ ଦଳର ନେତାମାନଙ୍କୁ ନେଇ ନବୀନ ନିଜେ ମୋଦିଙ୍କ ବିରୋଧରେ ଦେବେ ଧାରଣାରେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ବିଜେଡି ନେତାମାନେ ଏକ ସ୍ୱତନ୍ତ୍ର ଟ୍ରେନରେ ଶନିବାର ଏଠାରୁ ଯାତ୍ରା କରିଛନ୍ତି । ଦିଲ୍ଲୀ ଦରବାରରେ ପହଂଚି ଭାରତବାସୀଙ୍କୁ ନବୀନ ଜଣାଇ ଦେବାକୁ ଚାହାଁନ୍ତି ମୋଦି ହେଉଛନ୍ତି ଚାଷୀ ବିରୋଧୀ । ଗତ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରୁନାହାଁନ୍ତି । ବିଜେପି ଯାହା କହେ ତାହା କରେନହିଁ ଏଭଳି ଏକ ଧାରଣା ଲୋକଙ୍କ ମନରେ ସୃଷ୍ଟି କରିବା ପାଇଁ ନବୀନଙ୍କ ଏହି ପଦକ୍ଷେପ ବୋଲି କୁହାଯାଉଛି । ନିର୍ବାଚନ ପୂର୍ବରୁ ନବୀନଙ୍କର ଏହା ଏକ ବଡ଼ଧରଣର ରାଜନୈତିକ କାର୍ଯ୍ୟକ୍ରମ ବୋଲି ଆଲୋଚନା ହେଉଛି । ଚତୁରତାର ସହ ମୋଦିଙ୍କୁ ବଦନାମ କରିବା ପାଇଁ ଏହା ହେଉଛି ମୁଖ୍ୟ ମାଧ୍ୟମ ବୋଲି ଅନେକ ମତ ରଖୁଛନ୍ତି ।
ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ଧାରଣା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନବୀନ ସୋମବାର ଦିଲ୍ଲୀ ଯାତ୍ରା କରିଛନ୍ତି । ଦିଲ୍ଲୀରେ ପହଂଚି ନବୀନ କହିଛନ୍ତି ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକର ଏମଏସପି ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏ ନେଇ ଆମେ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ଆଲୋଚନା ଏବଂ ଚିଠି ମଧ୍ୟ ଲେଖିôଛୁ । କିନ୍ତୁ ଏଯାବତ ଏ ନେଇ ଚୁପ ହୋଇ ବସିଛନ୍ତି କେନ୍ଦ୍ର ସରକାର । କୃଷକଙ୍କ ହକ ପାଇଁ ଦିଲ୍ଲୀରେ ବିଶାଳ ସମାବେଶ ଆସନ୍ତାକାଲି କରାଯିବ ଓ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବ ।
ଧାନର ସର୍ବନିମ୍ନ ସହାୟକମୂଲ୍ୟ ଦେଢ଼ଗୁଣ ବୃଦ୍ଧି କରିବା ଏବଂ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା ପାଇଁ ନିଜେ ବିଜେପି ପ୍ରତିଶ୍ରୁତି ଦେଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଏ ବିଷୟ ଘୋଷଣା କରିଥିଲେ । ହେଲେ ଶେଷ ମୁହୂର୍ତ୍ତ ଯାଏଁ ଚାଷୀଙ୍କୁ ସହାୟତା ଦେଲେନାହିଁ । ଏହି ବିଷୟ ଜଣାଇବା ପାଇଁ ବିଜେଡି ସିଧା ଯାଇ ଦିଲ୍ଲୀରେ ଧାରଣା ଦେବାର କାର୍ଯ୍ୟକ୍ରମ ଗ୍ରହଣ କରିଛି । ଏଥିସହ ବିଜେଡି-ବିଜେପି ଭାଇ ଭାଇ ବୋଲି ଯେଉଁ ଅଭିଯୋଗ ହେଉଛି ସେଥିରେ ମଧ୍ୟ ପୂର୍ଣ୍ଣଛେଦ ଟାଣିବା ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି କୁହାଯାଉଛି ।

ମୋଦିଙ୍କ ଛବି ବିଗାଡ଼ିବାକୁ ଦିଲ୍ଲୀରେ ଧାରଣା ଦେବେ ନବୀନ

4 ମତାମତ ଦିଅନ୍ତୁ

  1. […] ପ୍ରସଙ୍ଗ ଉଠାଇ ସମାଲୋଚନା କରାଚାଲିଛନ୍ତି | ଏଥିରେ ଆଜି ସମାବାଯ ମନ୍ତ୍ରୀ ସୂର୍ଯ୍ୟନାରା… ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି […]

  2. […] ପ୍ରସଙ୍ଗ ଉଠାଇ ସମାଲୋଚନା କରାଚାଲିଛନ୍ତି | ଏଥିରେ ଆଜି ସମାବାଯ ମନ୍ତ୍ରୀ ସୂର୍ଯ୍ୟନାରା… ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି […]

ମତାମତ ଦିଅନ୍ତୁ

Please enter your comment!
Please enter your name here