You are here
Home > ବଡ଼ଖବର > ଆଶା ଦିଦିଙ୍କୁ ମନ ଖୁସି ଲାଗି ନବୀନଙ୍କ ବଡ ଘୋଷଣା

ଆଶା ଦିଦିଙ୍କୁ ମନ ଖୁସି ଲାଗି ନବୀନଙ୍କ ବଡ ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା କର୍ମୀଙ୍କ ମନ ଜିଣିବା ପାଇଁ ପୁରା ହାତ ଖୋଲି ଦେଇଛନ୍ତି । ସେମାନଙ୍କ ଲାଗି ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏଣଇକି ଆଶା କର୍ମୀ ମାନଙ୍କୁ ଛତା, ଜୋତା, ସାଇକେଲ, ଆଲମୀରା ଓ ଟର୍ଚ୍ଚ ମିଳିବ । ଏବାବଦରେ ସରକାର ୧୦ ହଜାର ଟଙ୍କା ପ୍ରତ୍ୟେକ ଆଶା କର୍ମୀଙ୍କୁ ଯୋଗାଇଦେବେ । ଏଥିରେ ପ୍ରାୟ ୪୭ ହଜାର ଆଶା କର୍ମୀ ଉପକୃତ ହେବେ । ଏଥି ସହ ଅବସର କାଳିନ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏଥିରେ ୧୦ ବର୍ଷ ଆଶା କର୍ମୀ ଭାବେ ଚାକିରୀ କଲା ପରେ ଯଦି ଜଣେ ସ୍ୱଛାକୃତ ଭାବେ ଦାୟିତ୍ୱରୁ ଅବ୍ୟାହତ ନେବାକୁ ଚାହିଁବେ ତବେ ତାଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଏଭଳି ଆକର୍ଷଣୀୟ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Loading...
ONA

Leave a Reply

Top