ମୋଦିଙ୍କ ପାଇଁ ନବୀନଙ୍କ ଓକିଲାତି : ପ୍ରଧାନମନ୍ତ୍ରୀଙ୍କୁ ଅଧିକ ସମୟ ଦିଅ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର:  ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ ଫେଷ୍ଟିଭାଲ ଓଡିଶା ରାଜନୀତିରେ ଚହଳ ସୃଷ୍ଟି କରିଛି  । ରାଜନୈତିକ ମତବାଦକୁ ଭୁଲି ବ୍ୟକ୍ତିଗତ ସ୍ତରରେ ନେତା ନିଜର ଘୋର ବିରୋଧୀଙ୍କୁ ପ୍ରଶଂସା କରିବାରେ ହେଳା କରିନାହାନ୍ତି  । କାର୍ଯ୍ୟକ୍ରମର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଜୀବନ ଯାପନକୁ ପ୍ରସଂସା କରିଥିଲେ  । ଏହାର ୨୪ ଘଣ୍ଟା ନପୁରୁଣୁ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି  । କନ୍ଧମାଳ ଦଙ୍ଗାପରେ ବିଜେପିକୁ ସାଂପ୍ରଦାୟିକ ଦଳ କହି ମେଣ୍ଟରୁ ଓହରିଥିଲେ ନବୀନ  । ହେଲେ ବିଜେପିର ସର୍ବୋଚ ନେତୃତ୍ୱ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନବୀନ ପ୍ରଶଂସା କରିଛନ୍ତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଧିକ ସମୟ ଦିଆଯିବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି। ଦେଶର ବ୍ୟାପକତା ଦୃଷ୍ଟିରୁ ତାଙ୍କୁ (ମୋଦି) ଅଧିକ ସମୟ ଦିଆଯିବା ଉଚିତ ବୋଲି ନବୀନ କହିଛନ୍ତି।

ଜାତୀୟ ରାଜନୀତିରେ ସବୁବେଳେ ନିଜର ସ୍ୱତନ୍ତ୍ର ଇମେଜ ସୃଷ୍ଟି କରିଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ କାରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି  । ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ ଫେଷ୍ଟିଭାଲରେ  ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲାଙ୍କ  ସହ ସ୍ୱତନ୍ତ୍ର ସାକ୍ଷତକାରରେ ନବୀନ ଦେଇଥିବା ଉତ୍ତର ପୁଣି ଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି  । ନବୀନଙ୍କ ଉତ୍ତରାଧୀକାରୀ କିଏ ହେବ ପ୍ରଶ୍ନରେ ତାହା ରାଜ୍ୟ ବାସୀ ଚୟନ କରିବେ ବୋଲି ନବୀନଙ୍କ ଉତ୍ତର ରାଜ୍ୟ ରାଜନୀତିରେ ସବୁଠୁ ବେଶୀ ଚର୍ଚ୍ଚାର ଖୋରାକ ଯୋଗାଇଛି । ଜାତୀୟ ରାଜନୀତିକୁ ଯିବାକୁ ମୋର ଇଚ୍ଛା ନାହିଁ। ମୁଁ ଓଡ଼ିଶାରେ ଖୁସି ଅଛି। ରାଜ୍ୟ ପାଇଁ ଚିନ୍ତା କରିବା ମୋର ପ୍ରାଥମିକତା ବୋଲି ଆଜି ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ସାମ୍ବାଦିକ ପ୍ରଭୁ ଚାୱାଲାଙ୍କ ସହ ମତ ବିନିମୟ ବେଳେ ନବୀନ କହିଛନ୍ତି,“କଂଗ୍ରେସ ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ। କଂଗ୍ରେସ ଓ ବିଜେପିଠାରୁ ସମଦୂରତା ଆମ ନୀତି। ମୋର ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ଚୟନ କରିବେ।”କେନ୍ଦ୍ରର ଭୁଲ ନୀତି ଯୋଗୁଁ ଓଡ଼ିଶାର ପୁଞ୍ଜିପତିମାନେ ପ୍ରଭାବିତ ହେଉଛନ୍ତି। କେନ୍ଦ୍ରର ପାଣ୍ଠି ହ୍ରାସ ରାଜ୍ୟ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ନବୀନ କହିଛନ୍ତି।ଏହି ଅବସରରେ ବିଜେଡି ସରକାର ସଫଳତା କଥା କହିବାକୁ ନବୀନ ଭୁଲି ନ ଥିଲେ। ସେ କହିଥିଲେ,“ଆମ ଅମଳରେ ରାଜ୍ୟରେ ଇସ୍ପାତ ଉତ୍ପାଦନ ୫ ଗୁଣ ବୃଦ୍ଧି ପାଇଛି। ମହିଳା ସଶକ୍ତିକରଣ ଆମ ସରକାରଙ୍କ ସବୁଠାରୁ ବଡ଼ ସଫଳତା। ଚାଉଳ ଉତ୍ପାଦନରେ ଆମ ରାଜ୍ୟ ଦେଶର ଅନ୍ୟତମ ବଳକା ରାଜ୍ୟ ଭାବେ ପରିଗଣତ ହୋଇଛି। ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ରାଜନୀତି କରୁ ନ ଥିବା ନବୀନ କହିଛନ୍ତି। ପଞ୍ଚାୟତ ନିର୍ବାଚନ ସହ ମହାନଦୀ ପ୍ରସଙ୍ଗର କୌଣସି ସମ୍ପର୍କ ନାହିଁ। ମହାନଦୀ ପ୍ରସଙ୍ଗକୁ ନେଇ ଆମେ କୋର୍ଟ ଯାଇପାରୁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଧିକ ସମୟ ଦିଆଯିବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି। ଦେଶର ବ୍ୟାପକତା ଦୃଷ୍ଟିରୁ ତାଙ୍କୁ (ମୋଦି) ଅଧିକ ସମୟ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ତାଙ୍କୁ ଦେଇଥିବା ଏସ୍‌ଏକ୍ସ୪ କାର ତାଙ୍କ ବ୍ୟବହାର ପାଇଁ ଯଥେଷ୍ଟ ବୋଲି ସେ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ

Please enter your comment!
Please enter your name here