You are here
Home > ଏକ୍ସକ୍ଲୁସିଭ୍ > ଆଗକୁ ଆହୁରି କଷ୍ଟ !

ଆଗକୁ ଆହୁରି କଷ୍ଟ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଗକୁ ଆହୁରି କଷ୍ଟକର ସମୟ ଆସୁଛି । ବର୍ତ୍ତମାନ ସରକାରଙ୍କ ଉପରେ ଅନେକ ଆଶା ଓ ଭରସା ଲୋକଙ୍କର ବଢ଼ିବାରେ ଲାଗିଛି । ୨୦୦୦ ମସିହାରୁ ନିରବଚ୍ଛିନ୍ନ ଭାବେ ନବୀନ ଦାୟିତ୍ୱରେ ରହିବା ପରେ ଲୋଙ୍କ ଆଶା ବଢିବା ସ୍ୱଭାବିକ । କିନ୍ତୁ
ବେଳକୁ ବେଳ ଯେଉଁଭଳି ଘଟଣାମାନ ରାଜ୍ୟରେ ଘଟି ଚାଲିଛି ସେଥିରେ ସରକାର ଅଧିକ ବିବାଦୀୟ ହୋଇଚାଲିଛନ୍ତି । ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି ନବୀନଙ୍କ ପାଇଁ ମୁଖ୍ୟ କାଳ ହୋଇପାରେ ବୋଲି କୁହାଯାଉଛି । ରାଜ୍ୟରେ ଏବେ ବଳାକ୍ରାର ଘଟଣା ଏଭଳି ଭାବରେ ବଢ଼ି ଚାଲିଛି ଯାହା ଉଦ୍ବେଗର
କାରଣ ପାଲଟିଛି । ଛୋଟ ଛୋଟ ଘଟଣାରେ ଲୋକେ ଏବେ ଆଇନ ହାତକୁ ନେଇ ରାସ୍ତାକୁ ଉହ୍ଲାଇ ପଡୁଛନ୍ତି । ଥାନା ଫାଣ୍ଡି ଭଙ୍ଗାରୁଜାଠୁ ଆରମ୍ଭ କରି ପୋଲିସକୁ ମଧ୍ୟ ମାଡ଼ ମାରିବାକୁ ପଛାଉ ନାହାନ୍ତି । ଲୋକଙ୍କର ପୋଲିସ ପ୍ରତି ଆସ୍ଥା ତୁଟି ଯାଇଛି । ଏହାହିଁ ହେଉଛି ସରକାରଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା । ରାଜନୈତିକ କାରଣ ପାଇଁ ଏଭଳି ଘଟଣା ଘଟୁଛି । ମୁଖ୍ୟମନ୍ତ୍ରୀ ଯେତେ ସ୍ୱଚ୍ଛତା କଥା କହୁଥିଲେ ବି ବାସ୍ତବ କ୍ଷେତ୍ରରେ ତାହା ପ୍ରତିଫଳିତ ହେଉନାହିଁ । ଶାସକ ଦଳର ନେତାଙ୍କ ଚାପରେ ସ୍ଥାନୀୟ ପୋଲିସ ରହୁଛି । ପୋଲିସ କାର୍ଯ୍ୟ ଉପରେ ସରକାରଙ୍କ ଛବି ଅନେକ ନିର୍ଭର କରୁଛି । ଲୋକେ ଯେତେବେଳେ ଅନୁଭବ
କରୁଛନ୍ତି ଓ ଦେଖୁଛନ୍ତି ପୋଲିସ ନେତାଙ୍କ ହାତବାରିଶ ହୋଇ କାର୍ଯ୍ୟ କରୁଛି । ସେତେବେଳେ ସେମାନେ ଆଇନ୍ ହାତକୁ ନେବା ପାଇଁ ଆଗେଇ ଆସୁଛନ୍ତି । ଆଇନ୍ଶୃ ଙ୍ଖଳା ପରିସ୍ଥିତି ଏଥିନେଇ ବୃଦ୍ଧି ପାଉଛି । ରାଜନୈତିକ ବିରୋଧୀମାନଙ୍କୁ ପୋଲିସ ମାଧ୍ୟମରେ ଦମନ କରିବା ପାଇଁ ଉଦ୍ୟମ କରିବା ଏହା ମଧ୍ୟ ଏକ କାରଣ ହୋଇଛି । ଏଭଳି ଘଟଣା ଆଗକୁ ବଢ଼ିବ ବୋଲି ଏବେଠୁ ଦେଖାଦେଲାଣି । ଲୋକଙ୍କ ମନରେ ସରକାରଙ୍କ ଉପରେ ଯେଉଁ ଆଶା ଭରସା ରହିଥିଲା ତାହା ଭାଙ୍ଗିବାକୁ ଆରମ୍ଭ କଲାଣି । ୧୯ ବର୍ଷ ଶାସନରେ ରହିବା ପରେ ନବୀନଙ୍କ ପାଖରେ ଆଉ କିଛି ସଫେଇ ଦେବା ପାଇଁ ବାଟ ନାହିଁ । କାରଣ ଗଣତାନ୍ତ୍ରିକ
ବ୍ୟବସ୍ଥାରେ ଗୋଟିଏ ରାଜନୈତିକ ଦଳକୁ ଶାସନ କରିବା ପାଇଁ ୫ ବର୍ଷ ସମୟ ଦିଆଯାଇଥାଏ । ଏହି ସମୟ ସୀମା ଭିତରେ ନିର୍ବାଚିତ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା କଥା । ଏହାକୁ ଦେଖିଲେ ୧୯ ବର୍ଷ ବିଜେଡି ଶାସନରେ ରହିଲାଣି । ଏଣୁ ଏହା ସ୍ୱଳ୍ପ ସମୟ ନୁହେଁ । ଆଉ ଅଧିକ ସମୟ
ମାଗିଲେ କେହି ବିଶ୍ୱାସକୁ ନେବେ ନାହିଁ । ରାଜ୍ୟରେ ବର୍ତ୍ତମାନ କୌଣସି ଆଖି ଦୃଶିଆ ବିକାଶ ମୂଳକ କାର୍ଯ୍ୟ ହେଲା ଭଳି ଲୋକେ ଅନୁଭବ କରୁନାହାନ୍ତି । ଲୋକଙ୍କୁ ସେମାନଙ୍କର ମୌଳିକ ଆବଶ୍ୟକତା ମିଳି ।ରି ନାହିଁ । ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ବି ଲୋକଙ୍କୁ ପିଇବା ପାଣି ଭଳି ବା ଯେପରି ହେଉ ମହାନଦୀ ବିବାଦ ତୁଟାଇବା ପାଇଁ ଟ୍ରିବ୍ୟୁନାଲ୍ ଗଠନ ହୋଇସାରିଛି । ଟ୍ରିବ୍ୟୁନାଲ୍ ଦ୍ୱାରା ସମସ୍ୟା ତ୍ୱରିତ ସମାଧାନ ହେବନାହିଁ ଏହି କଥା ସମସ୍ତେ ଜାଣନ୍ତି । କିନ୍ତୁ ବିଜେଡି ଏଥି ଜିଦ୍ ଧରିଥିଲା । ଟ୍ରିବ୍ୟୁନାଲ୍ ଗଠନ ପରେ ଏବେ ବିଜେଡି ନୂଆ ଫର୍ମୁଲା ଆରମ୍ଭ କରି ମହାନଦୀକୁ ନେଇ ଆନ୍ଦୋଳନକୁ ବାହାରିଛି । ଆଉ ଟ୍ରିବ୍ୟୁନାଲ୍ ନିଷ୍ପତ୍ତିକୁ ଅପେକ୍ଷା କରୁନାହିଁ । ଦଳ ଭଲ ଭାବେ ଜାଣିଛି ଟ୍ରିବ୍ୟୁନାଲ୍ ରାୟ କେବେ ଆସିବ ତାହା ଠିକ୍ ନୁହେଁ । ତେଣୁ ୨୦୧୯ ନିର୍ବାଚନରେ ବିଜେପିକୁ ମୁକାବିଲା କରିବାକୁ ହେଲେ ମହାନଦୀ ଉପକୂଳରେ ଥିବା ଜନବହୁଳ ୧୫ଟି ଜିଲ୍ଲା ପାଇଁ ଏହା ବଡ଼ ମାଧ୍ୟମ ହେବ । ସେଥିପାଇଁ ବିଭିନ୍ନ ଆଳରେ ମହାନଦୀ ପ୍ରସଙ୍ଗକୁ ବିଜେଡି ବଞ୍ଚାଇ ରଖିବାକୁ ଉଦ୍ୟମ ଅବ୍ୟାହତ ରଖିଛି । ଦଳ ଭିତରେ ଆଗକୁ ସମସ୍ୟା ଅଧିକ ହେବ ବୋଲି ମଧ୍ୟ ସୂଚନା ମିଳୁଛି । ବର୍ତ୍ତମାନ ବିଜେଡି ଯେଉଁଭଳି ଭାବରେ ବିଜେପି ସହିତ ବିବାଦ କରି ଅନ୍ୟ ଦଳର ନେତାମାନଙ୍କୁ ଆଣି ମିଶାଇବାରେ ଲାଗିଛି ତାହାହିଁ କାଳ ହେବ । କାରଣ ଯେଉଁ ନେତାମାନେ ଆସି ସାରିଲେଣି ସେମାନଙ୍କୁ ଥଇଥାନ କଲେ କିମ୍ବା ଆସନ୍ତା ନିର୍ବାଚନରେ କିଛି ନେତାଙ୍କୁ ପ୍ରାର୍ଥୀ କଲେ ଦଳର ଯେଉଁମାନେ ଆଶାୟୀ ଅଛନ୍ତି । ଏବଂ ଦୀର୍ଘ ଦିନ ଧରି ଦଳ ପାଇଁ କାର୍ଯ୍ୟକରି ଆସିଛନ୍ତି ସେମାନେ ବିରୋଧୀ ସାଜିବେ । ଫଳରେ ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇବ । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଏହାର ପରିଣତୀ ବିଜେଡି ଭୋଗିସାରିଛି । ବିଜେପୁର ଉପନିର୍ବାଚନରେ ଜିତିଗଲେ ଏହା ବଡ଼ ସଫଳତା ବୋଲି ଦଳ ଯଦି ଭାବୁଥାଏ ତାହା ମୁର୍ଖାମୀ ବୋଲି ଦଳୀୟ ନେତାମାନେ କହୁଛନ୍ତି । ନିକଟରେ ମହାନଦୀ ପାଇଁ ବିଜେଡି ନେତାମାନଙ୍କର ଏକ ବୈଠକ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଭର୍ତ୍ତୃହରି ମହାତାବ ଖୋଲାଖୋଲି ଭାବେ ଏହି ପ୍ରସଙ୍ଗ ରଖିଥିଲେ । ଯେଉଁମାନେ ଭାବୁଛନ୍ତି ବିଜେପୁର ନିର୍ବାଚନ ସଫଳତା ଦଳ ପାଇଁ ରୋଲ୍ ମଡେଲ୍ ହେବ ସେଥିରେ ସହମତ ନୁହଁନ୍ତି ବୋଲି ଭର୍ତ୍ତୃହରି ଦର୍ଶାଇଥିଲେ । କେବଳ ଏତିକି ନୁହେଁ ମହାନଦୀକୁ ନେଇ ବିଜେଡି ଯେଉଁ ରାଜନୀତି କରିବା ପାଇଁ ଯେଉଁ ଅଣ୍ଟା ଭିଡିଛି ତାହା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ମହାନଦୀକୁ ନେଇ ପୂର୍ବରୁ ଯେଉଁ ସବୁ ଆନ୍ଦୋଳନ କରାଯାଇଛି ସେଥିରେ କ’ଣ ସଫଳତା ମିଳିଛି ତାହା ଏବେ ଅନୁଶୀଳନ ହେବା ଦରକାର ବୋଲି ଭର୍ତ୍ତୃହରି ଏକ ପ୍ରକାର ମତ ରଖିଥିଲେ । ଦଳୀୟ ନେତା ଯେତେବେଳେ ସନ୍ଦେହ
ପ୍ରକାଶ କରିଛନ୍ତି ସେଥିରୁ ସୂଚନା ମିଳୁଛି ଆଗାମୀ ଦିନରେ ଏହି ଉଦ୍ୟମ ସଫଳ ହୋଇନପାରେ । ଦଳ ଭିତରେ ଏକ ନିର୍ଦ୍ଦିଷ୍ଟ କିଛି ଯୁବ ନେତୃତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ଏହାକୁ ନେଇ ସଂଖ୍ୟାଧିକ ନେତା ଅସନ୍ତୁଷ୍ଟ ଅଛନ୍ତି । ବର୍ତ୍ତମାନ ଭୟରେ କେହି ସ୍ୱର ଉଠାଇବାକୁ ଆଗେଇ ଆସୁନାହାନ୍ତି । ହେଲେ ନିର୍ବାଚନ ସମୟ ଆସିଲେ ଯେତେବେଳେ ସେମାନେ ଜାଣିବେ ଯେ ଆଗକୁ ଆଉ ତାଙ୍କର କିଛି ଆଶା ନାହିଁ ସେତେବେଳେ ସେମାନେ ଆଉ ଚୁ ୍ ହୋଇ ରହିନପାରନ୍ତି । ବିଜେପୁର ଉପ ନିର୍ବାଚନରେ ସେଠାରେ ଦଳୀୟ ଅସନ୍ତୋଷ ଉଙ୍କି ମାରିଥିଲା । କିନ୍ତୁ କ୍ଷମତାରେ ଥିବାରୁ ବିଭିନ୍ନ ମାଧ୍ୟମରେ ଚାପ ପକାଇ ତାକୁ ପ୍ରତିହତ କରି ଦିଆଗଲା । ହେଲେ ସାଧାରଣ ନିର୍ବାଚନ ସମୟରେ ଏ ସୁଯୋଗ ଆଉ ଦଳକୁ ମିଳିବା ସମ୍ଭବ ହୋଇନପାରେ । ନିର୍ବାଚନ ସମୟ ଆସିଲେ ପରିସ୍ଥିତିରେ ପରିବର୍ତ୍ତନ ମଧ୍ୟମ ହେବ । ବର୍ତ୍ତମାନ ଯେଉଁ ଅଫିସର ଓ ଅଧିକାରୀମାନଙ୍କୁ ଧରି ସରକାର ବିଭିନ୍ନ ପ୍ରକାର କାର୍ଯ୍ୟ ଚଳାଇଛନ୍ତି ଏବଂ ନିଜ ସପକ୍ଷରେ ସବୁ ଜିନିଷକୁ ନେବା ପାଇଁ ଉଦ୍ୟମ କରୁଛନ୍ତି ହୁଏତ ସେ ସମୟରେ ଏହା ସମ୍ଭବ ହୋଇନପାରେ । ସେତେବେଳେ ଭାରତର ନିର୍ବାଚନ କମିଶନଙ୍କ ନିୟନ୍ତ୍ରଣରେ ସମଗ୍ର ପ୍ରଶାସନ ରହିବେ । ଏପରିକି ପୋଲିସ ମଧ୍ୟ କମିଶନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ । ଏ କ୍ଷେତ୍ରରେ ନବୀନଙ୍କ ପାଇଁ ଆଗକୁ ପଥ ବଡ଼ କଷ୍ଟକର ହେବ ବୋଲି ଆଲୋଚନା ହେଉଛି ।

Loading...
ONA

Leave a Reply

Top