ପଞ୍ଚଦଶ ଅର୍ଥ କମିଶନ ଆଗରେ କେନ୍ଦ୍ରୀୟ ଅବହେଳା ବଖାଣିଲେ ନବୀନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଟିକସ ଭାଗିଦାରୀରେ ରାଜ୍ୟ ସରକାର ଗୁଡ଼ିକ ୪୨ ପ୍ରତିଶତ ବଦଳରେ ୫୦ ପ୍ରତିଶତ ଅଂଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ଦାବି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଉ ୧୦ ବର୍ଷ ଜିଏସଟି କ୍ଷତିପୂରଣକୁ ବଢ଼ାଇ ଦିଆଯାଉ । କମିଶନ ଯଦି ଏହାକୁ ମାନି ନିଅନ୍ତି ତେବେ ଜିଏସଟି ବାବଦରେ ରାଜ୍ୟ ସରକାର ସହୁଥିବା କ୍ଷତିର ଭରଣା ଆହୁରି ୧୦ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସେସ ଏବଂ ସରଚାର୍ଜରେ ରାଜ୍ୟଗୁଡ଼ିକୁ ଭାଗିଦାରୀ ମିଳୁ । ୧୯୭୧ ଜନଗଣନାକୁ ଆଧାର କରି ପଦକ୍ଷେପ ନିଆଯାଉ । କ୍ଲିନ ଏନର୍ଜି ସେସ କୋଇଲା ଅଞ୍ଚଳରେ ବିନିଯୋଗ କରାଯାଉ । ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସ୍ୱତନ୍ତ୍ର ଭାବରେ ୧୫ଶହ କୋଟି ଟଙ୍କାର ପ୍ୟାକେଜ ଦିଆଯାଉ । ଏହି ଅବସରରେ ନବୀନ କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟ କଥା ମଧ୍ୟ ଉଠାଇବାକୁ ପଛାଇ ନାହାନ୍ତି । ଶିଳ୍ପ କରିଡରରେ ଓଡ଼ିଶାକୁ ସାମିଲ କରାନଯିବା, କୋଇଲା ରୟାଲିଟି ବୃଦ୍ଧି କରାନଯିବା, ପିଇବା ପାଣି, ଜଳସେଚନ କ୍ଷେତ୍ରରେ ଅଧିକ ଅର୍ଥ ଦିଆନଯିବା ଏବଂ କେବିକେ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ବରାଦ ଅର୍ଥକକୁ କାଟ କରିବା ଭଳି ପଦକ୍ଷେପ କେନ୍ଦ୍ର ସରକାର ନେଇଥିବା ନେଇ ନବୀନ ଅଭିଯୋଗ କରିଥିଲେ । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶୀକାର ହେଉଥିଲାବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଅଧିକ ହତାଶ କରିଛି । ଏଣୁ ଓଡ଼ିଶା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ପୂର୍ଣ୍ଣ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବାକୁ ନବୀନ ଦାବି କରିଛନ୍ତି ।

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here