ମୋଦିଙ୍କୁ ପାଲଟା ଜବାବ ଦେଲେ ନବୀନ

https://www.facebook.com/nnsodia/videos/267154983995629/?t=5

କେନ୍ଦ୍ର ଦୁର୍ନୀତି କଥା ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁନନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରକୁ ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରିଛନ୍ତି । ପ୍ର୍ରଧାନ୍ତ୍ରୀଙ୍କ ଏହି ଅଭିଯୋଗର ପାଲଟା ଜବାବ ନବୀନ ଦେଇଛନ୍ତି । ଏଥିରେ ମୋଦି ସରକାରଙ୍କ ବିଭିନ୍ନ ଦୁର୍ନୀତି କଥା ନବୀନ ଉଠାଇଛନ୍ତି । ପ୍ରଥମଥର ପାଇଁ ନବୀନ ଆସିଥିବା ଅଭିଯୋଗର ପାଲଟା ଜବାବ ନିଜେ ଦେଇଛନ୍ତି ।
ମୋଦୀଙ୍କ ଅଭିଯୋଗରେ ଜବାବ ରଖିଲେ ନବୀନ କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରଧାନମନ୍ତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ସେ ତାଙ୍କ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏଭଳି ମନ୍ତବ୍ୟ ଦେଇଛନ୍ତି । ଦୁର୍ନୀତି ଓ ପିସି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କରିଥିବା ଅଭିଯୋଗ ଉପରେ ପାଲଟା ଜବାବ ଦେଇ ନବୀନ କହିଛନ୍ତି କେନ୍ଦ୍ର ସରକାରଙ୍କ ସ୍କିଲ ଇଣ୍ଡିଆ ଓ ଉଜ୍ୱାଳା ଯୋଜନାରେ ହୋଇଥିବା ଦୁର୍ନୀତି କଥାକୁ ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି । ପୋଟ୍ରୋଲ ଓ ଡିଜେଲ ଦର ରକେଟ ଭଳି ଉପରମୁହାଁ ଦେବାରେ ଲାଗିଛି । ଦେଶର ସବୁସ୍ତରର ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି । ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ । ଆୟୁଷ୍ମାନ ଯୋଜନା ପ୍ରସଙ୍ଗରେ ନବୀନଙ୍କ ଜବାବ କେନ୍ଦ୍ର ଠାରୁ ରାଜ୍ୟ ଯୋଜନାରେ ଅଧିକ ସୁବିଧା ରହିଛି । ରାଜ୍ୟ ଯୋଜନାରେ ଅଧିକ ୫୦ ଲ କ୍ଷ ଲୋକ ସୁବିଧା ପାଇବେ । କେନ୍ଦ୍ର ସରକାରଙ୍କ ଯୋଜନାରେ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ଥିଲାବେଳେ ଓଡ଼ିଶା ସରକାର ମହିଳାମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଛନ୍ତି ସ୍ୱାସ୍ଥ୍ୟ ଯୋଜନାରେ । ଏହାଛଡ଼ା ଓଡ଼ିଶାର ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୨୫ ଲକ୍ଷ ଗରିବ ଲୋକଙ୍କୁ ସାମିଲ କରାଯାଇଛି ବୋଲି ନବୀନ କହିଛନ୍ତି ।
ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଏହି ପଦବୀ ବିଜେଡିକୁ ଯଚା ଯାଇଥିଲା । କିନ୍ତୁ ବିଜେଡି ନେଲାନି । ଏହାକୁ ଖଣ୍ଡନ କରି ନବୀନ କହିଛନ୍ତି ଏହା ଠିକ୍ କଥା ନୁହେଁ । ଆମେ ନିତୀଶ କୁମାରଙ୍କ ପାଖକୁ ସମର୍ଥନ କରିଥିଲୁ । ପରେ ଏନ୍ଡିଏ ସମର୍ଥନ ଦେଇଥିଲା ବୋଲି ନବୀନ ଦର୍ଶାଇଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here