ଓଡିଶାର ପରିଶ୍ରମୀ ଓ ବୁଦ୍ଧିମାନର ଯୁବକ କିପରି ନିଜର ଅଧିକାରର ସହ ବଂଚିବେ ତାର ସୁତ୍ର ଏନଏସଟିଆଇରୁ ବାହାରିବ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡିଶାର ପିଲାମାନଙ୍କୁ ପ୍ରଶିକ୍ଷିତ କରାଇ, ରୋଜଗାର କ୍ଷମ କରାଇ ତାଙ୍କୁ ସ୍ୱାଭିମାନର ସହ ବଂଚିବାର ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବଦ୍ଧ । ଓଡିଶା ଭଳି ରାଜ୍ୟର ଭାଗ୍ୟ ପରିବର୍ତନ ହେବ । ଅପାର ଖଣିଜସଶ୍ଛଦ, ଜଳସଶ୍ଛଦ, ଉର୍ବର ମାଟିରେ ଓଡିଶା ଭରପୁର ରହିଛି । ଓଡିଶାର ପରିଶ୍ରମୀ ଓ ବୁଦ୍ଧିିମାନର ଯୁବକ କିପରି ନିଜର ଅଧିକାରର ସହ ବଂଚିବେ ତାର ସୁତ୍ର ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଏନଏସଟିଆଇ)ରୁ ବାହାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ବାରଙ୍ଗ ଠାରେ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର କାଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଏକବିଂଶ ଶତାଦ୍ଧୀକୁ ସାମ୍ନାରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏପରି ଏକ ଅତ୍ୟାଧୁନିକ ଇନଷ୍ଟିଚ୍ୟୁଟ ଓଡିଶାରେ ଆରମ୍ଭ କରାଯାଇଛି । ଏହାଦ୍ୱାରା ଯେଉଁ ଶିକ୍ଷକ ମାନେ ଆଇଟିଆଇ ସହ ଅନ୍ୟାନ୍ୟ ଦକ୍ଷତା ପାଠ୍ୟକ୍ରମରେ ପାଠ ପଢାଉଛନ୍ତି ସେମାନଙ୍କୁ ଏଥିରେ ତାଲିମ ଦିଆଯିବ । ଉନ୍ନତମାନର ହଷ୍ଟେଲ, ଲାବୋରଟୋରୀ ଏଥିରେ ରହିବେ ।

ବାରଙ୍ଗ ଠାରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏଠି ଯେଉଁ ଗୁରୁକୂଳର ଶିଳାନ୍ୟାସ କରାଗଲା ଏଠାରୁ ବିଶୁମହାରଣା ମାନେ , ଧର୍ମପଦ ମାନେ ବାହାରିବେ । ସେମାନେ ଆମ ଅଂଚଳ ପାଇଁ ବୈଭବ ଆଣିଦେବେ । ଭାରତ ସରକାରଙ୍କ ପକ୍ଷରୁ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ଓଡିଆ ପିଲାମାନେ ଉପକୃତ ହେବେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, କାହା ଦାନ, ଦକ୍ଷିଣା ନୁହେଁ ନିଜର ଦକ୍ଷତା ଓ ରୋଜଗାର ଆଧାରରେ ଓଡିଆ ପିଲା ମାନେ ସମ୍ମାନର ସହ ବଂଚିବେ । ସ୍ୱାଭିମାନର ସହ ଜୀବନ ଜୀବିକା ସହ ଅଧିକାରର ସହ ବଂଚିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ କାମ କରାଯାଉଛି । ଓଡିଆ ପିଲାମାନଙ୍କୁ ବିଶ୍ୱ ଦରବାରରେ ପହଁଚାଇବାରେ ଏହି ଅନୁଷ୍ଠାନ ସହାୟତ ହେବ । ଏପରି ଅନୁଷ୍ଠାନ ବାରଙ୍ଗରୁ ବିଶ୍ୱବଜାରକୁ କୁଶଳୀ ବ୍ୟକ୍ତିମାନଙ୍କୁ ପଠାଇବାରେ ଅଗ୍ରଣୀ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

LEAVE A REPLY

Please enter your comment!
Please enter your name here