ବିଜେଡି-ବିଜେପିକୁ ନରସିଂହଙ୍କ ଚେତାବନୀ, କ୍ରାନ୍ତୀ ପାଇଁ ବାଧ୍ୟ କରନି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବିଜେଡି ଓ ବିଜେପିକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର କଡ଼ା ଚେତାବନୀ ଦେଇଛନ୍ତି ଯେ ସେମାନଙ୍କୁ କ୍ରାନ୍ତି ପାଇଁ ବାଧ୍ୟ କରନ୍ତୁ ନାହିଁ । ଥରେ ଏଭଳିସ୍ଥିତି ସୃଷ୍ଟି ହେଲେ ପରିଣତି ଭୟାବହ ହେବ । ଏଣୁ ଚାଷୀ ଓ ଯୁବକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଚେତାଇ ଦେଇଛନ୍ତି । ଏଥିସହ ବଲାଙ୍ଗୀରର ବିକାଶ ବିରୋଧୀ ରାଜତନ୍ତ୍ର ଚେୟାରକୁ ଫିଙ୍ଗି ଫୋପାଡ଼ି ଦେବାକୁ ମଧ୍ୟ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।

Posted by Indian National Congress – Odisha on Saturday, January 5, 2019

ବଲାଙ୍ଗୀରଠାରେ ଆୟୋଜିତ ଚାଷୀ ଜାଗରଣ ମହା ସମାବେଶରେ ଉଦବୋଧନ ଦେଇ ବିରୋଧୀଦଳ ନେତା କଡ଼ା ସମାଲୋଚନା କରିଛନ୍ତି । ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ଠକିବା ବ୍ୟତିତ ଅନ୍ୟ କିଛି କରିନାହାଁନ୍ତି । ବିଜେଡି ଲୋକଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏଯାଏଁ କାର୍ଯ୍ୟକାରୀ କରିନାହିଁ । ଜଳସେଚନ ପ୍ରତି ବ୍ଲକ୍କୁ ୩୫ ପ୍ରତିଶତ କରିବାକୁ କହି ଏପର୍ଯ୍ୟନ୍ତ ଦେଖାନାହିଁ । ଚାଷୀଙ୍କୁ ମାଗଣା ବିଦ୍ୟୁତ ଦେବା କଥା କହି ତାହା ମଧ୍ୟ କଲେନାହିଁ । ବିଶ୍ୱବିଦ୍ୟାଳୟ କରାଗଲାନାହିଁ । ସ୍କୁଲ କଲେଜରେ ଶିକ୍ଷକ ନାହାଁନ୍ତି । ବେକାରଙ୍କ ପାଇଁ ନିଯୁକ୍ତି ନାହିଁ । ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ନବୀନ ପଟ୍ଟନାୟକ ସରକାର ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ସେ କହିଥିଲେ । ସେହିପରି କ୍ଷମତାକୁ ଆସିବା ପୂର୍ବରୁ ବିଜେପି ଅନେକ କିଛି ସ୍ୱପ୍ନ ଦେଖାଇଥିଲା । କିନ୍ତୁ ସେ ସବୁ ସ୍ୱପ୍ନରେ ରହିଗଲା । ବିଦେଶରେ ଥିବା କଳାଧନ ଆଣି ପ୍ରତ୍ୟେକ ପରିବାରକୁ ବାଣ୍ଟିବେ ବୋଲି କହିଥିଲେ । ପ୍ରତ୍ୟେକ ପରିବାରର ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବେ । ଏଯାଏଁ ଟଙ୍କାଟିଏ ବି କାହା ପାଖକୁ ଆସିଲାନାହିଁ । କୃଷିଋଣ ଛାଡ଼ କରିବାକୁ ମନାକରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଆର୍ôଥକ ବୋଝ ବଢ଼ିବ । କିନ୍ତୁ କଂଗ୍ରେସ ସରକାର ସମୟରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲା ବେଳେ କୃଷିଋଣ ଛାଡ଼ କରିଥିଲେ । ବର୍ତ୍ତମାନ ବିଜେପି ସରକାର ଶିଳ୍ପପତିମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ଼ କରୁଛନ୍ତି । କିନ୍ତୁ କୃଷକଙ୍କ ପାଇଁ ଛାଡ଼ କରୁନାହାଁନ୍ତି । ଏଫସିଆଇ ଧାନ କିଣୁନାହାଁନ୍ତି । ଏହାଦ୍ୱାରା ସୋସାଇଟି ଧାନ କିଣିବାରୁ ବହୁ ଦୁର୍ନୀତି ହେଉଛି । ଏଣୁ ପ୍ରଧାନମନ୍ତ୍ରୀ ବଲାଙ୍ଗୀ ଗସ୍ତରେ ଆସିବା ବେଳେ ଲୋକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ସେ ଦାବି କରିଥିଲେ । ଏଥିସହ ବଲାଙ୍ଗୀର ବାଇପାସ କରିବା ପାଇଁ ଘୋଷଣା କରିବାକୁ ପ୍ରତିଶ୍ରୁତି ଲୋଡ଼ିଥିଲେ ।
ଏଥିସହ ସେ ବଲାଙ୍ଗୀରରେ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲା ବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ସେମାନଙ୍କର ବିରୋଧ ସତ୍ତେବ ମେଡ଼ିକାଲ କଲେଜ ହୋଇଛି । ଲୋୟର ସୁକତେଲ ମଧ୍ୟ ହେବ । ବଲାଙ୍ଗୀରର ବିକାଶ ଦେଖି ସେମାନଙ୍କର ହୃତକମ୍ପ ହେଉଛି । ଦୀର୍ଘଦିନ ଧରି ଶାସନ କରିଥିଲେ ବି ବଲାଙ୍ଗୀର ବିକାଶ କରି ନ ଥିବା ରାଜତନ୍ତ୍ରର ଚେୟାରକୁ ଫିଙ୍ଗି ଦେବାପାଇଁ ଲୋକଙ୍କୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ସେ କହିଥିଲେ ଯେ, କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ହେବ । କେବଳ କୃଷି ଋଣ ଛାଡ଼ ହେବନି ଚାଷୀଙ୍କ ଆର୍ôଥକ ମାନଦଣ୍ଡ ବଢ଼ାଇବା ପାଇଁ ଏବଂ ସେମାନଙ୍କ ଚାଷ ପାଇଁ ଆର୍ôଥକ ସହାୟତା ଦେବ । ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୫ ହଜାର ଟଙ୍କା ଦେବେ ବୋଲି କହିଛନ୍ତି । ଏହା ଦାନ ଦେଲା ଭଳି ହୋଇଛି । ଜଣେ ଚାଷୀ ଗୋଟିଏ ଏକର ଫସଲ ପାଇଁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିଥାଏ । ନବୀନ ବାବୁ ଏ ବିଷୟରେ ଜାଣି ନାହାଁନ୍ତି । କୃଷି ଋଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କରକୁଛନ୍ତି । କିନ୍ତୁ ନବେ ଦଶକରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ କୃଷି ଋଣ ଛାଡ଼ କରିଥିଲେ । ଯେଉଁ ବିଜୁ ବାବୁ କୃଷି ଋଣ ଛାଡ଼ କରିଥିଲେ ତାଙ୍କ ନାଁରେ ହୋଇଥିବା ଦଳ ଏବେ ଛାଡ଼ କରିବାକୁ ମନା କରୁଛି । କଂଗ୍ରେସ ଆସିଲେ ଚାଷୀଙ୍କୁ ଆର୍ôଥକ ସହାୟାତ ଦେଇ ଫସଲ ଉତ୍ପାଦନ କରିବା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏଥିସହ ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ମଧ୍ୟ ଦାବି ରଖିଥିଲେ । ଏହି ସମାବେଶରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here