ଚାବି ହଜିବା ପ୍ରସଙ୍ଗ : ନ୍ୟାୟିକ ତଦନ୍ତ ସମସ୍ୟାର ସମାଧାନ ନୁହେଁ- ନରସିଂହ ମିଶ୍ର

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଚବି ହଜିବା ଘଟଣାରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଖୋଲା ଖୋଲି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା । ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୁରୀ ଗଜପତି ଯାହା ମତ ରଖିଛନ୍ତି ତାହା ଠିକ ବୋଲି କହିଛନ୍ତି ନରସିଂହ । ଚାବି ହଜିବା ଘଟଣାରେ ନ୍ୟାୟିକ ତଦନ୍ତ ସମାଧାନ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି ବିରୋଧୀ ଦଳ ନେତା । ଚାବି ହଜିଛି ନା ନାହିଁ , ଚାବି କେଉଁଠି ଅଛି, କାହା ପାଖରେ ଅଛି । ଏହା ପୂର୍ବରୁ ଯଦି ଲୋକଙ୍କ ମନରେ ସନ୍ଦେହ ହେଉଛି ରତ୍ନ ଭଣ୍ଡାରରୁ ଚୋରୀ ହୋଇଛି କିମ୍ବା ରତ୍ନ ଭଣ୍ଡାର ଖାଲି ହୋଇଯାଇଛି ତାହାଲେ ରତ୍ନ ଭଣ୍ଡାର ଖୋଲିବା ଅସୁବିଧା କେଉଁଠି ରହିଛି । ଏଥିରେ ସବୁ ସମସ୍ୟାର ସମାଧାନ ଗୋଟିଏ ମିନିଟରେ ହେବ । ଯଦି ଚାବି ହଜିଛି ତେବେ ପ୍ରଥମେ ରତ୍ନ ଭଣ୍ଡାର ଯାଞ୍ଚ ହେବା ଦରକାର । ରାଜ୍ୟ ସରକାରଙ୍କ ଏନେଇ କ୍ଷମତା ମଧ୍ୟ ଅଛି । ସରକାର ଚାହିଁଲେ ତାଲା ଭାଙ୍ଗି ଯାଞ୍ଚ କରିପାରିବେ । ତେଣୁ ଆଗ ରତ୍ନଭଣ୍ଡାର ଯାଞ୍ଚ ହେବା ଦରକାର ବୋଲି ମତ ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏଣୁ ଯଦି ରତ୍ନ ଅଲଙ୍କାର ନଥିବ ତେବେ ପ୍ରଥମେ ଫୈଜଦାରୀ ମାମଲା କରାଯିବା ଦରକାର ବୋଲି ବିରୋଧୀଦଳ ନେତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here