ନିରଞ୍ଜନ-ଶ୍ରୀକାନ୍ତ ମୁହାଁମୁହିଁ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: କଂଗ୍ରେସର ଇସ୍ତାହାର କମିଟିରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ବାଦ ଦିଆଯିବା ପରେ ଏହାକୁ ନେଇ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହୋଇଛି । ଏହି ଘଟଣାକୁ ନେଇ ଶ୍ରୀକାନ୍ତ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ଷେପ କରି ପୁଣି ଖଣି ଲୁଟେରା ଭାବରେ ଅବିହିତ କରିଛନ୍ତି । ଯାହାକୁ ନେଇ ଉଭୟ ନେତା ମୁହାଁମୁହାଁ ହୋଇଛନ୍ତି । ଶ୍ରୀକାନ୍ତ ଗଣମାଧ୍ୟମରେ ନିରଞ୍ଜନଙ୍କୁ ଖଣି ଲୁଟେରା ଭାବରେ ବଣ୍ଣ ର୍ନା କରିବାରୁ ନିରଞ୍ଜନ ଏହାର ପ୍ରତି ଜବାବ ଦେଇ ଶ୍ରୀକାନ୍ତଙ୍କ ଉଦ୍ଦେଶ୍ୟରେ ଚୋର କହୁଛି ଚୋର ପଳାଇଲା ବୋଲି କହିଛନ୍ତି । କଂଗ୍ରେସରେ ପୁଣି କନ୍ଦଳ ଦେଖାଦେଇଛି । ପଦବୀରୁ ହଟିବା ପରେ ଶ୍ରୀକାନ୍ତ ସେ ଏଥିରେ ଖୁସି ବୋଲି ଉପରକୁ ଦେଖାଇବା ପାଇଁ କହୁଥିଲା ବେଳେ ବାସ୍ତବରେ ଏ ଘଟଣା ତାଙ୍କୁ କେତେ ଆଘାତ ଦେଇଛି ତାହା ସେ ରଖିଥିବା ପ୍ରତିକ୍ରିୟାରେ ନିରଞ୍ଜନଙ୍କୁ କରିଥିବା ଆକ୍ରମଣରୁ ସ୍ପଷ୍ଟ ସୂଚନା ମିଳୁଛି । ଶ୍ରୀକାନ୍ତ ଏଘଟଣାକୁ ସହଜରେ ନେବେ ନାହିଁ ଏଭଳି ଏକ ବାର୍ତ୍ତା ମଧ୍ୟ ଦେବାକୁ ସେ ପଛାଇ ନାହାଁନ୍ତି ।

*କଂଗ୍ରେସ ଖଣି ମାଲିକଙ୍କ ପକେଟରେ ନାହିଁ – ଶ୍ରୀକାନ୍ତ
* ଚୋର କହୁଛି ଚୋର ପଳାଇଲା – ନିରଞ୍ଜନ

ଏଆଇସିସିରୁ ହଠାତ୍ ଚିଠି ଆସି ପହଁଞ୍ଚିଲା ଯେ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତ କରାଗଲା । ଏହି ଖବର ତ୍ୱରିତ ବେଗରେ ଚାରିଆଡେ ବ୍ୟାପି ଗଲା । ଶ୍ରୀକାନ୍ତଙ୍କ ପାଖରେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପହଁଞ୍ଚିଗଲେ । ସେ ଆଜି ଦଳିତମାନଙ୍କର ଏକ ସମାବେଶରେ ପୁରଧା ଭାବେ ଯୋଗ ଦେଇଥିଲେ । ଏହି ଘଟଣା ଶୁଣି ହଠାତ୍ ଚକିତ ହେବା ସହ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ । ସେ କହିଥିଲେ, ରାହୁଲ ଗାନ୍ଦୀଙ୍କୁ କହିଥିଲି, ନିର୍ବାଚନ ଇସ୍ତାହାରରେ ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ଦଳିତ ଆଦିବାସୀ ଓ ପଛୁଆ ବର୍ଗଙ୍କ ଭିତରେ ହେବ ଏହା ରଖିବା ପାଇଁ କହିଥିଲି । ଆଉ ଏକଥା ବି କହିଥିଲି ଏଥିରେ ଯଦି ଦ୍ୱିମତ ତେବେ ମୋତେ କମିଟିରେ ରଖିବେ ନାହିଁ । କଂଗ୍ରେସ କାହାରି ଏକ ଚାଟିଆ ନୁହେଁ । ଯିଏ ଦାୟିତ୍ୱରେ ଅଛନ୍ତି ଓ ଯିଏ ଦାୟିତ୍ୱରେ ନାହାଁନ୍ତି କାହାରି ଏକ ଚାଟିଆ ନୁହେଁ । କଂଗ୍ରେସ ହେଉଛି ଲୋକଙ୍କ ଦଳ ବହୁ ଜନଙ୍କର ଦଳ । ଗରିବ ଗୁରୁବାଙ୍କ କଂଗ୍ରେସ । ଏ ଖଣି ଲୁଟେରାଙ୍କ କଂଗ୍ରେସ ନୁହେଁ । ଦୁଇଟି ପରିବାର ୪୦ ବର୍ଷ ଧରି ରାଜ୍ୟକୁ ଲୁଟୁଛନ୍ତି, ସେ କଥା ହିଁ ଆମେ କହୁଚୁ । ଆଉ ଏହା ବିରୋଧରେ ହିଁ ସଂଗ୍ରାମ ହେବ । ଏକଥା କଣ ଭୁଲ । ଓଡିଶା ଗରିବରୁ ଗରିବ ରାଜ୍ୟ ହୋଇଛି । ଏହା କଣ ମାମୁଲି କଥା । ଲୋକେ ଭୋଟ ଦେଇ ଚାଲିଥିବେ ଆଉ ତମେ ଲୁଟି ଚାଲିଥିବ । ଏହାର ପ୍ରତିବାଦ ହେବ ରାଜରାସ୍ତାରେ । ଲଢେଇ ଏବେ ଆରମ୍ଭ ହେଲା । କଂଗ୍ରେସ କିଏ ଦାୟିତ୍ୱ ନେଲେ ନନେଲେ ତାହା ବଡ କଥା ନୁହଁ । ଯଦି ଖଣି ଚୋରଙ୍କ ଦ୍ୱାରା ଓଡିଶାରେ କଂଗ୍ରେସ ଚାଲିବ ତାହାହେଲେ ରାହୁଲ ଗାନ୍ଧୀ ପରେ ବୁଝିିବେ ଯେ କଂଗ୍ରସର ଅବସ୍ଥା କଣ ହେବ ବୋଲି ଶ୍ରୀ ଜେନା କହିଛନ୍ତି ।
ଶ୍ରୀ ଜେନା ଆହୁରି କହିଛନ୍ତି, ଯେପର୍ଯ୍ୟନ୍ତ କଂଗ୍ରେସରେ ୯୦ ପ୍ରତିଶତ ଦଳିତ ଓ ପଛୁଆ ବର୍ଗ ଅଛନ୍ତି ଏବଂ ସେମାନଙ୍କର ଯେପର୍ଯ୍ୟନ୍ତ ପ୍ରତିନିଧିତ୍ୱ ନ ହୋଇଛି, ସେମାନଙ୍କ ମଧ୍ୟରୁ ଯଦି କେହି ମୁଖ୍ୟମନ୍ତ୍ରୀ ପାର୍ଥୀ ନ ହେଉଛନ୍ତି ତାହାହେଲେ ସେ ପଦବୀରେ ମୋର ଆଉ ରହିବାର ଆବଶ୍ୟକତା ନାହିଁ । ମୁଁ ସେ ପଦବୀରେ ରହିବି ନାହିଁ କି ମୋର ସେଥିରେ ମନ ଦୁଃଖ ନାହିଁ ବୋଲି ସେ କହିଛନ୍ତି ।
ଶ୍ରୀକାନ୍ତଙ୍କ ଏହି ଖଣି ଚୋର କଥା ଉପରେ ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି, ଶ୍ରୀକାନ୍ତ ବାବୁ ଯାହା କହିଛନ୍ତି କିଛି ବୁଲ କଥା କହିନାହାନ୍ତି । ଯିଏ ଚୋର ସେ କଣ ଦଳ କି ରାଜ୍ୟ ଚଳାଇପାରିବ । ଆଉ ଯେ ଚୋର ହୋଇଥିବା ସେ ଏ କଥା କହିବ । ବେଳେବେଳେ ଏମିତି ବି ହୁଏ ଚୋର କହେ ଚୋର ପଳାଇଲା । ସେ ଆମ ବରିଷ୍ଠ ନେତା ମୁଁ ତାଙ୍କ ବାବଦରେ କିଛି କହିବିନି । କିନ୍ତୁ ଦଳରେ ଯିଏ ବିଶୃଙ୍ଖଳା କରିବ ସେ ଯେତେ ବଡ ନେତା ହେଉ ନା କାହିଁକି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିରଞ୍ଜନ କଟାକ୍ଷ କରିବା ସହ ଚେତାଇ ଦେଇଛନ୍ତି । ଦୁଇ ପ୍ରମୁଖ ନେତାଙ୍କ ବିବାଦ ଏବେ ଦଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

4 ମତାମତ ଦିଅନ୍ତୁ

  1. ସତରେ ଶ୍ରୀକାନ୍ତ ଜେନା କୁ କଙ୍ଗ୍ରେସ ରୁ ସବୁ ଦିନ ପାଇଁ ଦୂରେଇ ଦେବା ଦରକାର,,,

ମତାମତ ଦିଅନ୍ତୁ

Please enter your comment!
Please enter your name here