ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ରଙ୍କ ଦଳରୁ ଇସ୍ତଫା

ଭୁବନେଶ୍ୱର: ନବରଙ୍ଗପୁରର ବିଜେଡି ସାଂସଦ ଇଂ ବଳଭଦ୍ର ମାଝି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଦଳର ସାଂସଦ ହୋଇଥିଲେ ବି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ନ ଦେବା ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ନ କରିବା ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି । ଆସନ୍ତା ନିର୍ବାଚନରେ ବିଜେଡି ବିରୋଧରେ ଯିବେ ବୋଲି ସୂଚନା ଦେଇଛନ୍ତି ।
ସେ ଆଜି ନବୀନ ନିବାସ ଆସିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରୀୟା ରଖି କହିଛନ୍ତି ଦଳୀୟ ଆଲୋଚନାେ ମୋତେ ଅଣଦେଖା କରାଯାଉଛି । ମୋତେ ଏକପାଖିଆ ରଖାଯାଉଛି । ମୋତେ ଆଦୌ ଗୁରୁତ୍ୱ ଦିଆଯାଉନାହିଁ । ଏଣୁ ମୁଁ ଭାବିଲି ପାର୍ଟିରେ ମୁଁ ଅଲୋଡ଼ା ହୋଇଗଲିଣି ସେଥିପାଇଁ ମୁଁ ଇସ୍ତପା ଦେଉଛି । ମୁଁ ଦଳ ସୁପ୍ରିମୋଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲି କିନ୍ତୁ ତାଙ୍କର ବ୍ୟସ୍ତତା ଯୋଗୁ ଭେଟ ହୋଇପାରିନି । କିନ୍ତୁ ମୋର ଇସ୍ତଫା ପତ୍ର ତାଙ୍କ ରାଜନୈତିକ ସଚିବ ହାତରେ ଦେଇକି ଆସିଛି । ମୁଁ ଜାଣିନି ଦଳ ରମେଶ ମାଝିଙ୍କୁ ଆସନ୍ତା ନିର୍ବାଚନରେ ସାଂସଦ ପ୍ରାର୍ଥୀ କରୁଛନ୍ତି ବୋଲି କେବଳ ଗଣମାଧ୍ୟମରୁ ଶୁଣିଛି । ଯଦି ହେଉଥାନ୍ତି ତାହା ସ୍ୱାଗତ ଯୋଗ୍ୟ କିନ୍ତୁ ମୁଁ ସବୁବେଳେ କହିଆସିଛି ଯିଏ ନବରଙ୍ଗପୁର ଲୋକସଭା ଆସନ ପାଇଁ ଯିଏ ଉପଯୁକ୍ତ ବ୍ୟକ୍ତି ଅଛି ଯେକୌଣସି ଦଳର ହେଉନା କାହିଁକି ଏବଂ ମୋଠାରୁ ଯଦି କିଏ ଭଲ ପ୍ରାର୍ଥୀ ଅଛି ତେବେ ତାକୁ ସୁଯୋଗ ଦିଆଯାଉ । ମୋଠାରୁ ଯଦି କିଏ ଭଲ କାମ କରିବ ତାହାହେଲେ ମୁଁ ତାକୁ ମୁଣ୍ଡିଆ ମାରିବି । ମୋଠାରୁ ଯଦି ଯୋଗ୍ୟ ବ୍ୟକ୍ତିକୁ ପ୍ରାର୍ଥୀ କରାଯାଉଛି ତାହାହେଲେ ମୁଁ ସ୍ୱାଗତ କରିବି । ଦଳ କାହିଁକି ମୋତେ ଅଣଦେଖାକଲା ତାହା ମୁଁ କହିପାରିବି ନାହିଁ ତାଙ୍କ ମନରେ କଣ ଅଛି ମୁଁ ଜାଣିନାହିଁ । ଦଳର ସୁପ୍ରିମୋଙ୍କୁ ମୋତେ ଭେଟ କରାଇ ଦେଲେନାହିଁ । ଏଣୁ ମୁଁ ଜବରଦସ୍ତ ପସିବାକୁ ଚାହିିଁଲେ ମୋତେ ଆରେଷ୍ଟ କରିଦେବେ । ମୋତେ ଭେଟିବା ପାଇଁ ସୁଯୋଗ ଦିଆଗଲାନାହିଁ । ମୁଁ ଲୋକଙ୍କ ସେବାପାଇଁ ରାଜନୀତିକ ଆସୁଥିଲି । ସେମାନଙ୍କ ସହ ମୁଁ ଅଛି ସେମାନଙ୍କ ପାଇଁ କାମ କରିବି । ଅନ୍ୟ କୌଣସି ଦଳରେ ଯୋଗ ଦେବା ନେଇ ସେମିତି କିଛି ନାହିଁ । ନିର୍ବାଚନରେ ଚୁପ ନ ବସି ଯଦି ଦରକାର ପଡ଼େ ତେବେ ସେଠି ଯିଏ ଯୋଗ୍ୟ ସ୍ୱାଧୀନ ପ୍ରାର୍ଥୀ ଥିବେ କି ଅନ୍ୟ କୌଣସି ଦଳର ଯୋଗ୍ୟ ପ୍ରାର୍ଥୀ ଥିବେ ତାହା ପାଇଁ ପ୍ରଚାର କରିବି ।
ମୁଖ୍ୟମନ୍ତ୍ରୀ ୧୯ ବର୍ଷ ହେଲା ଭଲ କାମ କରିଛନ୍ତି । ସେ ଜଣେ ଭଲ ପ୍ରଶାସକ ଓ ରାଜନେତା ଓ ମୋର ଆଦର୍ଶ ମଧ୍ୟ । ସେ ମୋତେ ବହୁତ କାମ କରିବା ପାଇଁ ମୋ ନିର୍ବାଚନମଣ୍ଡଳୀରେ ମୋତେ ସୁଯୋଗ ଦେଇଛନ୍ତି । ରେଳପଥଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ମୁଁ କରିଛି । ଯେତେହୁ ମୋର ଦଳରେ ଦରକାର ପଡୁନାହିଁ ସେଥିପାଇଁ ମୁଁ ଇସ୍ତଫା ଦେଲି । ମୁଁ ଲୋକଙ୍କ ସହ ଅଛି ଲୋକଙ୍କ ସେବା କରିବି ।

ବେଦପ୍ରକାଶଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ବିଜେଡିର ୩୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି