ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ କଲେ ସବ୍ ଇନସପେକ୍ଟର

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଯାଏଁ ସବୁଠି ଚାଲିଛି ଦୁଷ୍କର୍ମ ପରି ଘୃଣ୍ୟ କାର୍ଯ୍ୟ | ସାଧାରଣ ଜନତାଙ୍କୁ ରକ୍ଷା କରୁଥିବା ଏହି ପ୍ରଶାସନ ବା ପୁଲିସ ମଧ୍ୟ ଦୁଷ୍କର୍ମ ଭଳି ଲଜ୍ଜ୍ୟଜନକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି | ଜଣେ ସିନିୟର ପୁଲିସ ଅଫିସର ଜଣେ ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି | ଏହି ଘଟଣା ଘଟିଛି ନୱି ମୁମ୍ବାଇରେ | ଶନିବାର ଦିନ ସିବିଡି ଥାନାରେ ହାଜର ହୋଇଥିବା ଅଭିଯୋଗକାରିଣୀ କହିଛନ୍ତି ଯେ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ଗତ ବର୍ଷ ମାର୍ଚ ମାସରେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଅମିତ ଶେଲାର୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ୩୧ ବର୍ଷୀୟ ସେ ଅଭିଯୋଗକାରିଣୀ ପୁଲିସକୁ ଆହୁରି କହିଛନ୍ତି ଯେ ଅଭିଯୁକ୍ତ ଦୁଷ୍କର୍ମ ଦୃଶ୍ୟକୁ ରେକର୍ଡ କରିଛନ୍ତି ଏବଂ ତାହାକୁ ପ୍ରସାରଣ କରିଦେବେ ବୋଲି ଧମକ ଦେଉଛନ୍ତି । ଅଭିଯୁକ୍ତ ତାଙ୍କ ସହ ସିବିଡି, ପାନ୍‌ବେଲ୍‌, କାମୋଥି ଏବଂ ଖରଘର ଆଦି ସ୍ଥାନରେ କେତେ ଥର ଦୁଷ୍କର୍ମ କରିବା ସହ ମାଡ଼ ଦେଇଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଶେଲାର୍‌ଙ୍କ ନାଁ’ରେ ମାମଲା ରୁଜୁ କରିଛି । କିନ୍ତୁ ଅଭିଯୁକ୍ତଙ୍କୁ ଏ ଯାଏଁ ଗିରଫ କରାଯାଇ ନାହିଁ । ଗୋଟିଏ ଥାନାରେ ନିଯୁକ୍ତି ପାଇବା ଥିବା ଅଭିଯୁକ୍ତ ଓ ପୀଡ଼ିତା ପରସ୍ପରଙ୍କୁ ୨୦୧୦ ମସିହାରୁ ଜାଣନ୍ତି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here