ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

1

ଭୁବନେଶ୍ୱର : ରାଜ୍ୟସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ ବିଜୁ ଜନତା ଦଳ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ବିଧିବଦ୍ଧ ଭାବେ ପତ୍ର ଲେଖି ଜଣାଇଛନ୍ତି । ତେଣୁ ରାଜ୍ୟସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ସାଂସଦ ତଥା ଦଳର ଉପ-ସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କାର୍ଯ୍ୟ କରିବେ ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି ।

ବିଜେପୁର ଉପ ନିର୍ବାଚନରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଥିବାରୁ ତାଙ୍କୁ ଏହି ପଦ ମିଳିଥିବା ଚର୍ଚ୍ଚା ହେଉଛି । ବର୍ତମାନ ପ୍ରସନ୍ନ ଦଳ ତରଫରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ।

ସୂଚନାଯୋଗ୍ୟ କି, ରାଜ୍ୟସଭାରୁ ଦିଲ୍ଲୀପ ତିର୍କୀ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା । ବର୍ତମାନ ଏହାକୁ ପୂରଣ କରାଯାଇଛି । ପ୍ରସନ୍ନଙ୍କ ନାମରେ ମୋହର ମାରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଏ କି, ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ନବୀନଙ୍କ ଆସ୍ଥାଭାଜନ ହୋଇଥିଲେ ପ୍ରସନ୍ନ । ବର୍ତମାନ ଶ୍ରୀ ଆଚାର୍ୟ୍ୟ ଦଳର ଉପସଭାପତି ପଦରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here