ବଢିଲା ସାଂସଦ ବୈଜୟନ୍ତଙ୍କ ଅଡୁଆ : ମିଥ୍ୟା ସତ୍ୟ ପାଠ ମାମଲାର ତଦନ୍ତ ଲାଗି ପୁଲିସକୁ ନିର୍ଦ୍ଦେଶ ଦେଲେ କୋର୍ଟ

0
2

କେନ୍ଦ୍ରାପଡ଼ା : ଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟ ପାଠ ମାମଲାର ତଦନ୍ତ କରିବ ପୋଲିସ । ପୋଲିସକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରାପଡା ଏସଡିଜେଏମ କୋର୍ଟ । ମେ ମାସ ୨୫ ତାରିଖ ସୁଦ୍ଦା ତଦନ୍ତ ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଏହା ଏବେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଲାଗି ଅଡୁଆ ବଢାଇଛି । ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ସମୟରେ କରିଥିବା ମିଥ୍ୟା ସତ୍ୟପାଠର ତଦନ୍ତ ହେବ। ଏ ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସରି ମେ ୨୫ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସଂସଦ ବୈଜୟନ୍ତ ପଣ୍ଡାଙ୍କ ଅଡୁଆ ବଢ଼ାଇଛି।
କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଅଭିଯୋଗ ଅନୁସାରେ, ସାଂସଦ ହେବା ସହ ଇମ୍ଫାର ଉପସଭାପତି ପଦବିରେ ରହି କୋଟି କୋଟି ଟଙ୍କା ଦରମା ନେଇଥିଲେ ବୈଜୟନ୍ତ । ତେବେ ନିର୍ବାଚନ ସତ୍ୟପାଠରେ ଏହି ସୂଚନା ଦେଇନଥିଲେ । ଏହି ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ା ଲୋକସଭାମଣ୍ଡଳୀର ଲୋକଙ୍କୁ ଠକିଥିବା ଅଭିଯୋଗ କରିଥିଲେ ଦିଲ୍ଲୀପ କୁମାର ଦାସ ନାମକ ଜଣେ ବ୍ୟକ୍ତି ।ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏପରି କାର୍ଯ୍ୟ ଲୋକ ପ୍ରତିନିଧି ଆଇନର ଧାରା ୧୨୫(କ)ର ଉଲଂଘନ କରୁଥିବା ସେ ଅଭିଯୋଗ କରିଥିଲେ । ଜିଲ୍ଲା ବିଜେଡ଼ି ନେତା ମଧ୍ୟ ସାଂସଦଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ବୈଜୟନ୍ତଙ୍କୁ ଏବେ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପ୍ରଥମେ ବୈଜୟନ୍ତଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲା ବିଜେଡ଼ି ।

LEAVE A REPLY

Please enter your comment!
Please enter your name here