ତୈଳ ବିପଣନ କମ୍ପାନୀ ଓ ସିଏସସି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ତୈଳ ବିପଣନ କମ୍ପାନ (ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ) ଓ ସିଏସସି ଇ- ଗଭର୍ଣାନ୍ସ ସର୍ଭିସେସ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏଲପିଜି ସେବାକୁ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମବୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଇନ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମବୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ତୈଳ ବିପଣନ କମ୍ପାନୀ ଓ ସିଏସସି ଏସପିଭି ସେମାନଙ୍କର ବିତରକ ମାନଙ୍କୁ କମନ ସର୍ଭିସ ସେଂଟର ଜରିଆରେ ନିମ୍ନ ଲିଖିତ ସେବା ଉପଲ୨ କରାଇବେ । ଏଥି ମଧ୍ୟରେ ଉଜ୍ୱଳା ଓ ସାଧାରଣ କାଟାଗୋରୀରେ ନୂଆ ଏଲପିଜି ସଂଯୋଗ, ଏଲପିଜି ରିଫିଲ ବୁକିଂ ତଥା ୧୦୦ କେଜି ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଯୋଗାଣ ଓ ବିତରଣ ସାମିଲ ରହିଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହେବା ଦ୍ୱାରା ସଠିକ ଟେକ୍ନୋଲଜି ଜରିଆରେ ଗ୍ରାମୀଣ ଓ ଦୂରସ୍ଥ ଅଂଚଳ ଗୁଡିକରେ ପହଂଚିବାରେ ସୁବିଧା ହୋଇ ପାରିବ । ଏଲପିଜି ସଂଯୋଗ ପାଇଁ ଡିବିଟିଏଲ ଯୋଜନାରେ ଏକାଧିକ ସଂଯୋଗକୁ ରୋକିବା ତଥା ପ୍ରଧାନମବୀ ଉଜ୍ୱଳା ଯୋଜନାରେ ଅଢେଇ ବର୍ଷ ମଧ୍ୟରେ ୫.୭୫ କୋଟି ସଂଯୋଗ ପ୍ରଦାନ କରିବାରେ ଡିଜିଟାଲ ପ୍ଲାଟଫର୍ମକୁ ସଫଳତାର ସହ ବ୍ୟବହାର କରାଯାଇଛି । କମନ ସର୍ଭିସ ସେଂଟର ଗୁଡିକ ତୃଣମୂଳ ସ୍ତରରେ କାମ କରୁଥିବା କାରଣରୁ ଏହା ପିରମିଡର ସବୁଠାରୁ ତଳେ ଥିବା ଲୋକଙ୍କ ନିକଟରେ ପହଂଚିବାରେ ସାହାଯ୍ୟ କରିବେ । ଏ ସମ୍ପର୍କରେ ପାଇଲଟ ପ୍ରକଳ୍ପ ଚାଲୁଥିବା ସେ ପ୍ରକାଶ କରିବା ସହ ବିଶେଷ ଭାବରେ ଗ୍ରାମୀଣ ଅଂଚଳରେ ୨-୩ ମାସ ମଧ୍ୟରେ ଏକ ଲକ୍ଷ କମନ ସର୍ଭିସ ସେଂଟର ଏଥିରେ ସାମିଲ ହେବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । କମନ ସର୍ଭିସ ସେଂଟରକୁ ପରିବର୍ତନର ଏଜେଂଟ ବୋଲି ଶ୍ରୀ ପ୍ରଧାନ କହିବା ସହ ସେମାନେ ଏଲପିଜି ସିଲିଂଡର ବୁକିଂ, ଡେଲିଭରି ଓ ନୂଆ ସଂଯୋଗ ନିମିତ ବୁକିଂ ପାଇଁ ସାହାଯ୍ୟ କରିବେ ବୋଲି କହିଛନ୍ତି ।