ସୋନୀଆଙ୍କ ସର୍ମ୍ପକରେ କଣ କହିଛନ୍ତି ମୋଦୀ

https://www.facebook.com/nnsodia/videos/267154983995629/?t=5

ଅତୀତରେ ମୋଦୀଜୀ ସୋନୀଆ ଗାନ୍ଧୀଙ୍କ ସର୍ମ୍ପର୍କରେ କହିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଣ କହିଥିଲେ ଆସନ୍ତୁ ଜାଣିବା ‘ଭାରତରେ ଏମିତି କୌଣସି ସମ୍ବିଧାନରେ ଲେଖା ହୋଇ ନାହିଁ କି ଯେ ଜଣେ ବିଦେଶୀ ନାଗରିକ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ତ ଏତେ ବିବାଦ କାହିଁକି ଉଠୁଛି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀକୁ ନେଇ ଏକ ଘରୋଇ ଚ୍ୟାନେଲ ପ୍ରତିନିଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ ପଚାରିଥିଲେ । ତାଙ୍କ ପ୍ରଶ୍ନର ଉତ୍ତର ଦେଇ ମୋଦୀଜୀ କହିଥିଲେ କି, ଆମେ ସୋନୀଆ ଗାନ୍ଧୀଙ୍କୁ ବିରୋଧ କରୁ ନାହୁଁ କି ତାଙ୍କ ଉପରେ କୌଣସି ଆରୋପ ମଧ୍ୟ ଲଗାଉନାହୁଁ ! ସେ ଜଣେ ଭାରତୀୟ ପରିବାରର ବୋହୁ ଅଟନ୍ତି । ଦୁଇଟି ଛୁଆଙ୍କ ମା’ ଅଟନ୍ତି ତାଙ୍କୁ ସ୍ୱାଗତ କରୁଛି । ଭାରତର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଅଟନ୍ତି ! ସୋନିଆଗାନ୍ଧୀଙ୍କୁ ନେଇ ମୋ ମନରେ କୌଣସି ଭେଦଭାବ ନାହିଁ । ଏଥିପାଇଁ ମୁଁ ସୋନୀଆ ଗାନ୍ଧୀଙ୍କ ବିଷୟରେ କୌଣସି ଚର୍ଚ୍ଚା କରିବାକୁ ଚାହୁଁନି । କିନ୍ତୁ ଆମ ଦେଶକୁ ଏଥର ବଛିବାକୁ ହେବ କି ଭାରତ ଭଳି ଦେଶରେ ରାଷ୍ଚ୍ରପତି , ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସେନାର ମୁଖିଆ ଆଦି ପ୍ରମୁଖ ପଦ କିଏ ହେବ । ଏଥିରେ କୌଣସି ବିଦେଶୀ ନିଯୁକ୍ତ ପାଇବା ଦରକାର ନା ନାହିଁ । କିନ୍ତୁ ମୋତେ ଲାଗୁଛି ଦେଶକୁ ଏବେ ଉଚିତ ନିର୍ଣ୍ଣୟ ନେବାକୁ ହେବ । ସମ୍ୱିଧାନରେ କିମ୍ବା ସମ୍ବିଧାନ ବନେଇଥିବା ବ୍ୟକ୍ତି କେବେ ଭାବି ନଥିବ ଯେ ଯେଉଁ କଂଗ୍ରେସ ମହତ୍ମା ଗାନ୍ଧୀ ବିଦେଶ ଛାଡି ଯିବାକୁ ନାରା ଲଗାଉଥିଲେ କିନ୍ତୁ ସେହି କଂଗ୍ରେସ ବିଦେଶୀଙ୍କୁ ପ୍ରଶୟ ଦିଅ ବୋଲି ନାରା ଲଗାଉଛନ୍ତି ଏହା ହେବ ବୋଲି ସେ କେବେ ଭାବି ନଥିଲେ ସେଥିପାଇଁ ସେ କିଛି ଉଚ୍ଚ ପଦ ଗ୍ରହଣ କରିନଥିଲେ । ଏଥିପାଇ ସେ ଭାବୁଛନ୍ତି ଶହେ କୋଟି ଦେଶ ପାଖରେ କେହି ନେତା ନାହାନ୍ତି । ତେବେ ଏହା ହେଉଛି ଦେଶର ସ୍ୱାଭିମାନର କଥା । ଏକା କୌଣସି ସ୍ୱତନ୍ତ୍ର ଲୋକ କଥା ନୁହେଁ । ଯେଉଁ ଆଜାଦ ଦେଶ ଗୋରା ଚମଡାଲୋକଙ୍କୁ ହଟାଇଥିଲା, ଦେଶର କେହି ପ୍ରଧାନମନ୍ତ୍ରୀ ହୋଇପାରିଲେନି । ସେଥିପାଇଁ ଏହା ଯୁଦ୍ଧ ହେଉଛି ଦେଶର ସ୍ୱାଭିମାନ ପାଇଁ । ଏହାକୁ ରାଜନୀତି କିମ୍ୱା ସୋନିଆଙ୍କ ସହ ଯୋଡିବା ଉଚିତ ନୁହେଁ । ଦିତ୍ୱୀୟ କଥା ହେଲା, ସମ୍ୱିଧାନରେ ଏହା ମଧ୍ୟ ଲେଖା ହୋଇଛି କି, କେହି ଭି ବ୍ୟକ୍ତି ଯାହାକୁ ନାଇ ତାକୁ ବାହା ହୋଇପାରିବ । ଏହା ଆମ ସମ୍ୱିଧାନରେ ଲେଖା ହୋଇଛି । କିନ୍ତୁ ଆପଣଙ୍କୁ ଜାଣିକରି ଆର୍ଶ୍ଚଯ୍ୟ ଲାଗିବ ଯେ, ହିନ୍ଦୁସ୍ତାନର ସେନାଙ୍କ ଜବାନ କିମ୍ଭା ସେନାର କୌଣସି ଅଫିସର, କୌଣସି ସରକାରୀ ଅଫିସର ଯଦି କୌଣସି ବିଦେଶୀହ୍କୁ ବାହା ହେଉଛନ୍ତି ତେବେ ତାଙ୍କୁ ପ୍ରଥମେ ଅନୁମତି ଆଣିବାକୁ ପଡିବ । ଏଥିସହ ଅନୁମତି ଯଦି ମିଳୁଛି ତାଙ୍କୁ ତେବେ ପରେ ଏହା ମଧ୍ୟ ଦେଖିବାକୁ ପଡେ କି ଉକ୍ତ ବ୍ୟକ୍ତି ସମ୍ୱେଦନଶୀଳ କାର୍ଯ୍ୟ ନାହାନ୍ତି ତ, ଯଦି ଥିବେ ସେଥିରୁ ତାଙ୍କୁ ବାହାର କରି ଦିଆଯାଏ । କାହିଁକି ନା ଦେଶର ସୁରକ୍ଷା ଲାଗି । ତେବେ ଜବାନ ମାନଙ୍କ ଦେଶପ୍ରେମ କିମ୍ବା ଦେଶଭକ୍ତି ଉପରେ କୌଣସି ଆଶଙ୍କା କଥା ଉଠୁନି । କିନ୍ତୁ ଦେଶ ହିତ ପାଇଁ ଏସବୁ ଭାବିବାକୁ ପଡେ । ଯଦି ଦେଶର ଏକ ଜବାନଙ୍କୁ ବିଦେଶୀ ପତ୍ନୀ ଆଣିବା ଉପରେ ରୋକ ଅଛି, ତ କଣ ଗୋଟେ ବିଦେଶୀ ମହିଳାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ଏବଂ ହିନ୍ଦୁସ୍ତାନର ସାରା ଫାଇଲ ତାଙ୍କ ଆଗରେ ଖୋଲି ଦେବା ଇଏ କି ପ୍ରକାରର ସୁରକ୍ଷା କଥା ! ତୃତୀୟରେ ହେଲା ହିନ୍ଦୁସ୍ତାନରେ ଗୋଟିଏ ଘଟଣା ଘଟିଥିଲା, ପଣ୍ଡିତ ନେହେରୁଙ୍କ ସମୟରେ ଘଟିଥିଲା । ହୋଲକର ପରିବାରରେ ତାଙ୍କ ବଂଶର ଉତ୍ତରାଧିକାରୀ କିଏ ହେବ ! ତାକୁ ନେଇ ପ୍ରଶ୍ନ ଉଠିଲା । କାହିଁକି ନା ହୋଲକରର ଯିଏ ରାଜା ଥିଲେ ତାଙ୍କର ଦୁଇଟି ସ୍ତ୍ରୀ ଥିଲା । ଜଣେ ଭାରତୀୟ ଏବଂ ଜଣେ ବିଦେଶୀ । କିନ୍ତୁ ତାଙ୍କ ଇଚ୍ଛା ଥିଲା କି ବିଦେଶୀ ସ୍ତ୍ରୀର ପୁଅ ହୋଲକର ବଂଶର ଉତ୍ତରାଧିକାରୀ ହେଉ । ପଣ୍ଡିତ ନେହେରୁ ନିଜ ହାତରେ ଲେଖିଥିଲେ ଯେ ହୋଲକର ବଂଶର ଉତ୍ତରାଧିକାରୀ କେବଳ ଭାରତୀୟ ମହିଳାଙ୍କ ପୁଅ ହେବ , ବିଦେଶୀନୀଙ୍କ ପୁଅ ହୋଇପାରିବ ନାହିଁ । ଏହାକୁ ପଣ୍ଡିତ ନେହେରୁ ହିଁ ନିର୍ଣ୍ଣୟ ନେଇଛନ୍ତି । ତେବେ ଏହା ଆଜି ବଦଳା ଯାଉଛି କାହିଁକି । ଆଉ ଏକ ଘଟଣା, ଭାରତରେ ଜଣେ ସୋନାଲୀ ନାମି ବଙ୍ଗଳାର ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସେ 1950ମସିହାର ହିରୋଇନ ଥିଲେ, ସେତେବେଳେ ମୁଁ ଜନ୍ମ ମଧ୍ୟ ହୋଇନଥିଲି କିନ୍ତୁ ଶୁଣିଛି ତାଙ୍କ ବିଷୟରେ । ଇଟାଲୀର ଜଣେ ବ୍ୟକ୍ତି ନିର୍ଦ୍ଦେଶକ ରୂପେ ଭାରତ ଆସିଥିଲେ । ତ ତାଙ୍କ ଭିତରେ ଭଲ ପାଇବା ହୋଇଗଲା ପରେ ବାହାଘର ହୋଇଗଲା । ସୋନାଲୀ ତାଙ୍କ ସହ ଇଟାଲୀରେ ରହିବାକୁ ଲାଗିଲା । ବାହାଘର ପରେ ସେ ଇଟାଲୀର ନାଗରିକ ହୋଇଗଲା ଏବଂ ତାଙ୍କୁ ସୋନୀଆ ଗାନ୍ଧୀଙ୍କ ଭଳି ନାଗରିକ ହେବାକୁ 15 ବର୍ଷ ଲାଗିନଥିଲା । ସେ ତ ଯାଉଯାଉ ଇଟାଲୀର ନାଗରିକ ହୋଇଯାଇଥିଲେ । ତାପରେ 20 ବର୍ଷ ପରେ ସୋନାସୀଙ୍କୁ ନିର୍ବାଚନ ଲଢିବାର ଇଚ୍ଛା ହେଲା । ତ ଇଟାଲୀରେ କୌଣସି ଏକ ସହରରେ ମ୍ୟୁନିସପାଲଟିର ନିର୍ବାଚନ ଥିଲା । ସୋନାଲୀ ସେହି ମ୍ୟୁନିସପାଲଟିର କୌଣସି ଏକ ପଦ ପାଇଁ ଲଢିବା ପାଇଁ ଇଚ୍ଛା କଲେ । କିନ୍ତୁ ଆପଣଙ୍କୁ ଜାଣି କରି ଆର୍ଶ୍ଚଯ୍ୟ ହେବ ଯେ ତାଙ୍କ ଲଢିବାକୁ ରଦ୍ଦ କରାଗଲା । ଏଥି ପାଇଁ ରଦ୍ଦ କରାଗଲା ଯେ ସେ ଜଣେ ଇଟାଲୀର ନାଗରିକ ତ ହୋଇଗଲେ କିନ୍ତୁ ଇଟାଲିୟନ ନୁହଁନ୍ତି । ତାଙ୍କ ଜନ୍ମ ଇଟାଲୀରେ ନୁହେଁ ସେ ଜଣେ ଭାରତୀୟ । ସେଥିପାଇଁ ସେ ମ୍ୟୁନସିପାଲଟି ନିର୍ବାଚନ ଲଢିପାରିବେ ନାହିଁ । ସୋନାଲୀ ପାଇଁ ତ ଇଟାଲୀର ନିର୍ବାଚନ ବାଟ ବନ୍ଦ ହୋଇଗଲା । ତେବେ ଭାରତରେ ଆପଣ କେମିତି ଜଣେ ବିଦେଶିନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଥା ଭାବୁଛନ୍ତି । ତ ଜବାବ କଂଗ୍ରେସଙ୍କୁ ଦେବାକୁ ହେବ । ସେଥିପାଇଁ ମୁଁ କୁହେ ସୋନୀଆଜୀଙ୍କ ଯେଉଁ ଦେଶୀ ଓ ବିଦେଶୀ ମାମଲା କଥା କଂଗ୍ରେସ ବାଲା ହିଁ ବେଶୀ ଚଳାଉଛନ୍ତି । ପ୍ରଶ୍ନ ତ ଇଏ ଉଠୁଛି ଯେ ହିନ୍ଦୁସ୍ତାନ ଭଳିଆ ଦେଶ, ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ର, ଏହାର ପ୍ରଧାନମନ୍ତ୍ରୀ ଏହାର କିଛି ଅନୁଭବ ଥିବା ଦରକାର ! ଆପଣ ଯଦି ପିଓନ ପାଇଁ କାହାକୁ ରଖୁଛନ୍ତି ତେବେ ତାକୁ ତାର ଏକ୍ସପେରିଏନ୍ସ ଚେକ କରୁଛନ୍ତି । ପଚାରୁଛନ୍ତି ତାକୁ ଏହା ପର୍ବରୁ ସେ କେଉଁଠି କାମ କରୁଥିଲା କି ନାହିଁ । ଏହାଛଡା ଘରେ ଯଦି କୌଣସି ବାସନମାଜିବାକୁ ଆସୁଛି ତାକୁ ମଧ୍ୟ ପଚାରୁଛନ୍ତି ଆଗରୁ କେଉଁଠି ଏହି କାମ କରୁଥିଲୁ କି ନାହିଁ । ଆପଣ କ୍ଲର୍କ ରକୁଛନ୍ତି, କ୍ୟାମେରାମ୍ୟାନ ରଖୁଛନ୍ତି ଯାହାକୁ ଭି ରଖୁଛନ୍ତି ତାଙ୍କୁ ପ୍ରଥମେ ତାଙ୍କ ଅନୁଭବ କଥା ପଚାରି ବୁଝନ୍ତି । ସୋନିଆଜୀ ଗାଁରେ ଚାଲୁଥିବା ପଞ୍ଚାୟତକୁ ଭି ଦେଖିନାହାନ୍ତି । କୌଣସି ଅନୁଭବ ନାହିଁ ତାଙ୍କ ପାଖରେ ! ତାଙ୍କୁ ହିନ୍ଦୁସ୍ତାନର ଜ୍ଞାନ ନାହିଁ ! ଏବଂ ଦୀର୍ଘ ଦେଢ ବର୍ଶ ହେବ କଂଗ୍ରେସକୁ ଚ୍ୟାଲେଞ୍ଜ କରିଆସୁଛି କି ସୋନୀଆଜୀ ମଂଚ ଉପରକୁ ବିନା କାରଜରେ ଆସନ୍ତୁ । ଏବଂ ଆସି କି ଆଉ କିଛି ନୁହଁ କେବଳ ଭାରତର ରାଜ୍ୟମାନଙ୍କ ନାମ କହିଦିଅନ୍ତୁ । ବିନା କାଗଜ ଦେଖିକି ଏବଂ ମୁଁ ଦାବା କରିକି କହୁଛି କହୁଛି କି ଭାରତର ତ ତୃତୀୟ ଶ୍ରେଣାୀର ଛୁଆତ ଆରାମରେ କହିଦେବେ ମାତ୍ରା ଇଟାଲୀର ଝିଅ ସୋନୀଆଗାନ୍ଧି କହିପାରିବେ ନାହିଁ । ତ ଏମିତି ମଣିଷ ଭାରତର ପ୍ରଧାନମନ୍ତ୍ରୀ ହେବ । କିଛି ଅନୁଭବ ଅଛି ତାଙ୍କୁ ,ସେଥିପାଇଁ ଇଁ ଦେଶର ନାଗରିକ ମାନଙ୍କୁ ଭାବିବାକୁ ପଡୁଛି । ଯାହାର କିଛି ଅନୁଭବ ନାହିଁ ସେ କିପରି ଦେଶ ଚଳେଇବ । ଆମେ ଅଟଳ ଜୀଙ୍କ କତା 50 ବର୍ଷ ଦେଶରେ ରାଜନୀତିରେ ଥିଲେ କୌଣସି ସମସ୍ୟା ନାହିଁ ଯେଉଁଥିରେ ସେ ନଥିଲେ । 35 ବର୍ଷରୁ ସାଂସଦରେ ଏବଂ ବିପକ୍ଷରେ ମଧ୍ୟ ଅଛନ୍ତି । କେତେ ଉଚ୍ଚା ବ୍ୟକ୍ତିତ୍ୱ ସେ । ସେଥିପାଇଁ କଂଗ୍ରେସକୁ ଜବାବ ଦେବାକୁ ପଡିବ’ ।

ମତାମତ ଦିଅନ୍ତୁ

Please enter your comment!
Please enter your name here