ଜନକଲ୍ୟାଣ ସମାବେଶ ଫଲୋଅପ : ମୋଦିଙ୍କ ଗସ୍ତ ୧୨୦ ମିଶନ ସଫଳତାକୁ ରାସ୍ତା ଦେଖାଇବ-ବିଜେପି,ପ୍ରଭାବ ପଡିବନି ବିରୋଧୀ

1

ଭୁବନେଶ୍ବର : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତରୁ କେତେ ଫାଇଦା ପାଇବ ବିଜେପି । ରାଜ୍ୟରାଜନିତୀରେ ଏହାର ପ୍ରଭାବ କେତେ ପଡିବ ଏହାକୁ ନେଇ ଆରମ୍ଭ ହୋଇଛି ତର୍ଜମା । ୨୦୧୯ ବିଜେପିର ୧୨୦ ମିଶନକୁ  ମୋଦିଙ୍କ ଜନ କଲ୍ୟାଣ ସମାବେଶ ରାସ୍ତା ଦେଖେଇବ ବୋଲି ଆଶା କରିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରୁ ଯୋଶ ପାଇ କର୍ମୀ ମୋଦି ମନ୍ତ୍ରର ସଫଲତାକୁ ଗାଁ ଗାଁରେ ପହଁଚିବେ ।ଆଉ ଏହା ହିଁ ଦଳର ସଫଲତାର ରାସ୍ତା ଖୋଲିବ ବୋଲି କହିଛି ବିଜେପି । ସପଟେ ବିରୋଧୀ  କଂଗ୍ରେସ ଓ ବିଜେପିର ଯୁକ୍ତି ପ୍ରଧାନମନ୍ତ୍ରୀଙ୍କ  ଭାଷଣରେ କିଛି ଦମ ନଥିଲା କି ଓଡିଶା ଲାଗି ସେ କିଛି ସ୍ବତନ୍ତ୍ର ବାର୍ତ୍ତା ରଖି ନାହାଁନ୍ତି ତେଣୁ ଏହାର ପ୍ରଭାବ ରାଜ୍ୟ ରାଜନୀତିରେ ପଡିବନି ।

ଓଡିଶାରେ ପଡିବ କି ମୋଦିଙ୍କ ଗସ୍ତର ପ୍ରଭାବ । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ସମାବେଶରୁ ବିେପିକୁ ମିଳିବ କି ଫାଇଦା । ରାଜ୍ୟ ରାଜନୀତିରେ କଡ ଲେଉଟାଇବାକୁ ମୋଦିଙ୍କ ମନ୍ତ୍ର ବିଜେପି କର୍ମୀଙ୍କୁ ଯୋଶ ଦେଇଛି କି। ଓଡିଶାର ବିଜେପିର ୧୨୦ ମିଶନ ସଫଳତାରେ କେତେ ସହାୟକ ହେବ ମୋଦି ମନ୍ତ୍ର । ପ୍ରଧାନମନ୍ତ୍ରୀଙ୍କ କଟକର ଜନକଲ୍ୟାଣ ସମାବେଶକୁ ନେଇ ଏମିତି କିଛି ତର୍ଜମା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କଟକ କାର୍ଯ୍ୟକ୍ରମ ଉପକୂଳ ଓଡିଶାର ଫୋକସକୁ ବେଶ ସହାୟକ ହେବ । ମୋଦିଙ୍କ ଅଭିଭାଷଣ ଦଳର ସବୁ ସ୍ତତର କର୍ମୀଙ୍କ ମନରେ ଯୋଶ ଭରିଛି । ପ୍ରଧାମନ୍ତ୍ରୀ ରଖିଥିବା ମୋଦି ସରକାରଙ୍କ ୪ ବର୍ଷର ରିପୋର୍ଟ କାର୍ଡର ମନ୍ତ୍ରକୁ ନେଇ ଆଗାମୀ ଦିନରେ ବିଜେପି ଗାଁ ଗାଁରେ ପହଁଚି ଜାଗରଣ ସୃଷ୍ଟି କରିବେ । ଆଉ ଏହି ଜାଗରଣ ଓଡିଶାରେ ବିଜେପି ମିଶନ ୧୨୦କୁ ସଫଳ କରିବା ଲାଗି ଏକ ରାସ୍ତା ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।

ସେପଟେ ରାଜ୍ୟରେ ବିଜେପିର ବିରୋଧୀ ଦଳ ଗୁଡିକ କିନ୍ତୁ ମୋଦିଙ୍କ କାର୍ଯ୍ୟକ୍ରମର କିଛି ପ୍ରଭାବ ପଡିବନି ବୋଲି ଯୁକ୍ତି ବାଢୁଛନ୍ତି । କଂଗ୍ରେସ କହିଛି ମୋଦିଙ୍କ ଭାଷଣରେ କିଛି ବି ନଥିଲା । ଏହାର ପ୍ରଭାବ ରାଜ୍ୟରାଜନୀତିରେ ପଡିବାର ନାହିଁ ବୋଲି କହିଛନ୍ତି କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହାନୀପତି । ଆଉ ବିଜେଡିର ଯୁକ୍ତି ପ୍ରଧାନମନ୍ତ୍ରୀଙ୍କ ପୁର ଅବିଭାଷଣରେ ଓଡିଶା ଲାଗି କିଛି ସ୍ବତନ୍ତ୍ରତା ନଥିଲା କି ଯୋଶ ଦେବା ଭଳି କିଛି ବିଷୟ ବି ନଥିଲା । ଓଡିଶାକୁ ବିଜେପି ଫୋକସ କରୁଛି ବୋଲି ପ୍ରଧାନମନ୍ତ୍ରୀ ଙ୍କ ଭାଷଣରୁ ଲାଗୁ ନଥିଲା ବୋଲି କହିଛନ୍ତି ବିଜେଡି ସାଂସଦ ମୁଖପାତ୍ର ପ୍ରତାପ ଦେବ । ଏମିକି ଲୋକେ ସବୁ ଜାଣଇଛନ୍ତି କହି ମୋଦି ସବୁ କଥା ପରୋକ୍ଷରେ ଲୋକଙ୍କ ଉପରେ ଛାଡିଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ କଥା ଅନୁସାରେ ଲୋକେ ସବୁ ଜାଣିଛନ୍ତି ଏଥିରେ ବିଜେପି ବେଶୀ ଉତ୍ସାହିତ ହେବାର ନୁହେଁ ବୋଲି ପ୍ରତାପ କହିଛନ୍ତି ।

ଓଡିଶାରୁ ଯାହା ଆରମ୍ଭ ହୁଏ କିଛି ବ୍ୟର୍ଥ ଯାଏନି । ଏମିତି କହି ପରୋକ୍ଷରେ ୨୦୧୯ ଲାଗି ବିଗୁଲ ଫୁଙ୍କିଛନ୍ତି ମୋଦି । କେନ୍ଦ୍ର ସରକାରର ସଫଳତା କହି କର୍ମୀଙଅକ ମନରେ ଯୋଶ ଭିଛନ୍ତି । ଆଉ ଉପକୂଳକୁ ଫୋକସ କରିଛନ୍ତି । ତେବେ ଏହା କେତେ ଦମ ଭରିଛି ତାହା ନିର୍ବାଚନ ବେଳେ ହିଁ ଜଣା ପଡିବ ।

LEAVE A REPLY

Please enter your comment!
Please enter your name here