ମୋଦୀଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାବାସୀଙ୍କୁ ସାମିଲ କରାଯାଉ : ବିଜେପି

https://www.facebook.com/nnsodia/videos/267154983995629/?t=5

ଭୁୁବନେଶ୍ୱର: ମୋଦୀ ସରକାରଙ୍କ ଆୟୁଷ୍ମାନ ଯୋଜନା ସାରା ଦେଶରେ ଲାଗୁ ହୋଇଥିବାବେଳେ ରାଜ୍ୟସରକାର ହୀନ ରାଜନୀତି କରି ଏହି ଯୋଜନାକୁ ଓଡିଶାରେ ଲାଗୁ କରୁନାହାଁନ୍ତି । ଓଡିଶାବାସୀଙ୍କ ସୁସ୍ଥ ତଥା ଆରୋଗ୍ୟ କାମନା ରାଜ୍ୟସରକାର ଚାହୁଁନାହାଁନ୍ତି । ଅସହିଷ୍ନୁ ମନୋଭାବ ଓ ହୀନ ରାଜନୀତି ରାଜ୍ୟରେ ଲାଗୁ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟ ଯୋଜନା ଅନୁଯାୟୀ ଅନ୍ୟ ରାଜ୍ୟରେ ବସବାସ କରୁଥିବା ଓଡିଆମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏପରିକି ଏହି ଯୋଜନାନୁଯାୟୀ ରାଜ୍ୟବାସୀ ଅନ୍ୟ ରାଜ୍ୟକୁ ଯାଇ ଚିକିତ୍ସିତ ହୋଇପାରିବେ ନାହିଁ । ଏହାକୁ ନେଇ ଏବେ ଓଡିଶାବାସୀଙ୍କ ମନରେ ବିରାଟ କ୍ଷୋଭ ସୃଷ୍ଟି ହୋଇଛି । ଏହାକୁ ନେଇ ଓଡିଶାର ସାଢେ ୪ କୋଟି ଜନସାଧାରଣଙ୍କ ମନରେ ବଡ ଧରଣ ପ୍ରତିକ୍ରିୟା ମ୍ମ ପ୍ରକାଶ ପାଇଛି ।
ଅନ୍ୟ ପଟେ ଆୟୁଷ୍ମାନ ଭାରତରେ ଯୋଡି ହେଲେ ପ୍ରତ୍ୟେକ ହିତାଧିକାରୀ ରାଜ୍ୟ ସମେତ ରାଜ୍ୟ ବାହାରକୁ ଯାଇ ମ୍ମ ଚିକିତ୍ସିତ ହୋଇପାରିବେ । ଓଡିଶାବାସୀ ଏହି ଯୋଜନାରୁ ବଂଚିତ ହେବାକୁ ଚାହୁଁନାହାଁନ୍ତି । ତେଣୁ ଏଭଳି ଜନକଲ୍ୟାଣ ଓ ସ୍ୱାସ୍ଥ୍ୟ ଯୋଜନାରୁ ରାଜ୍ୟବାସୀଙ୍କୁ ବଂଚିତ କରାନଯାଇ ରାଜ୍ୟବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଯୋଡିବାକୁ ଭାରତୀୟ ଜନତା ପାର୍ଟୀ ଦାବୀ କରିଆସୁଛି । ଦେଶର ଅନ୍ୟ ରାଜ୍ୟମାନଙ୍କ ଭଳି ଓଡିଶାରେ ଲାଗୁ କରିବା ଦାବୀରେ ବିଜେପି ତରଫରୁ ସାରା ରାଜ୍ୟର ଗାଁ ଗହଳିରୁ ସଂଗୃହିତ ଏକ କୋଟିରୁ ଉଦ୍ଧ୍ୱର୍ ଦସ୍ତଖତକୁ ସମ୍ବଳିତ ଦାବିପତ୍ରକୁ ଏକ ବିଶାଳ ଶୋଭାଯାତ୍ରା ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଓଡିଶାବାସୀଙ୍କ ଏକ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ବିଜେପି ରାଜ୍ୟର ସମସ୍ତ ପଂଚାୟତ, ବ୍ଲକ, ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀରୁ ସମସ୍ତ ବୁଥକୁ ଯାଇ ଲୋକଙ୍କର ମତକୁ ଦସ୍ତଖତ ମା୍ମମରେ ସଂଗ୍ରହ କରିଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ବିଜେପି ତରଫରୁ ଏହି ଦସ୍ତଖତ ଅଭିଯାନ ଗତ ସେପ୍ଟେମ୍ବର ମାସ ୩୦ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବସରରେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବା ପାଇଁ ସାଧାରଣ ରାଜ୍ୟବାସୀଙ୍କ ମନ ଭିତରେ ବହୁ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସଂଗୃହିତ ଏକ କୋଟିରୁ ଉଦ୍ଧ୍ୱର୍ ଦସ୍ତଖତ ମହାମହିମ ରାଜ୍ୟପାଳଙ୍କୁ ବିଜେପିର ଏକ ପ୍ରତିନିଧୀ ଦଳ ପ୍ରଦାନ କରିଥିଲେ ।
ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ମହାମହିମ ରାଷ୍ଟ୍ରପତିଙ୍କୁ ଏ ସଂପର୍କରେ ଅବଗତ କରାଇବେ ବୋଲି ରାଜ୍ୟପାଳ ବିଜେପି ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ସୂଚନା ଦେଇଛନ୍ତି ।
ଏହି ପ୍ରତିନିଧୀ ଦଳରେ ବିଜେପି ବିଧାୟକ ରବି ନାୟକ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ସଂପାଦକ ଡ. ଲେଖାଶ୍ରୀ ସାମନ୍ତ ସିଂହାର ଓ ସୀମନ୍ତିନୀ ଜେନା, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ପ୍ରସାଦ ମହାପାତ୍ର ଓ ଦିଲୀପ ମହାନ୍ତି, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପା୍ମକ୍ଷ ମହେଶ୍ୱର ସାହୁ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀତ ଉପା୍ମକ୍ଷ ଠାକୁର ରଣଜିତ୍ ଦାଶ, ଯୁବମୋର୍ଚ୍ଚ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଅମୀୟ ଦାଶ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଟିଂଆ, ଭଦ୍ରକ ଜିଲ୍ଲା ସଭାପତି ବଦ୍ରି ଧଳ, ଢେଙ୍କାନାଳ ଜିଲ୍ଲା ସଭାପତି ବିଭୁତି ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଷ ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here