You are here
Home > ବଡ଼ଖବର > ଚିଠ୍ଫଣ୍ଡ କମିଶନଙ୍କ ପୁଣି ଏକ ମଧ୍ୟବର୍ତ୍ତୀକାଳିନ ରିପୋର୍ଟ ପ୍ରଦାନ

ଚିଠ୍ଫଣ୍ଡ କମିଶନଙ୍କ ପୁଣି ଏକ ମଧ୍ୟବର୍ତ୍ତୀକାଳିନ ରିପୋର୍ଟ ପ୍ରଦାନ

ଭୁବନେଶ୍ୱର: ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏମ୍.ଏମ୍. ଦାସ ଆଜି ତାଙ୍କର ୫ମ ମଧ୍ୟବର୍ତ୍ତୀକାଳିନ ରିପୋର୍ଟ ଗୃହ ସଚିବ ଅସିତ କୁମାର ତ୍ରିପାଠୀଙ୍କ ନିକଟରେ ଦାଖଲ କରାଯାଇଛି । କମିଶନଙ୍କ ସଚିବ ଗୃହ ସଚିବଙ୍କୁ ଭେଟି ୧୨,୫୩୦ ପୃଷ୍ଠାର ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ବିଭିନ୍ନ ବିଷୟ ଦର୍ଶାଯାଇଛି । ଏଥିରେ ୧ ଲକ୍ଷ ୧ହଜାର ୮୫୦ ଜଣ ଜମାକାରୀ ଚିହ୍ନଟ ହୋଇଛନ୍ତି । ଏଥିରେ ୧୭୪ ଜଣଙ୍କୁ ଅର୍ଥ ଫେରାଇବା ପାଇଁ ସୁପାରିଶ୍ କରାଯାଇଛି । ୧୦ ହଜାର ଟଙ୍କାରୁ କମ୍ ଜମାକାରୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଅର୍ଥ ଫେରାଇବାର ବ୍ୟବସ୍ଥା ସରକାର ଆରମ୍ଭ କରିଛନ୍ତି । ପୂର୍ବରୁ କମିଶନଙ୍କ ରିପୋର୍ଟ ଭିତ୍ତିରେ ବାଲେଶ୍ୱର ଓ ଅନ୍ୟ କେତେକ ଜିଲ୍ଲାରେ ଜମାକାରିଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରୀୟା ଆରମ୍ଭ ହୋଇଛି । କୁହାଯାଉଛି ସରକାର ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଜମାକାରୀମାନଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରିବା ପାଇଁ ଚାହୁଁଛନ୍ତି । ଏ ଦିଗରେ ପ୍ରକ୍ରୀୟା ଆରମ୍ଭ ହୋଇଛି ।

Loading...
ONA

Leave a Reply

Top