ବିଧାନସଭାରେ ଶ୍ରେଷ୍ଠ ବିଧାୟକଙ୍କୁ ସମ୍ମାନ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକମାନଙ୍କୁ ଆଜି ପୁରସ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏଥିରେ ଏକ କାଳିନ ୮ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ପଣ୍ଡିତ ନୀଳକଣ୍ଠ ଶର୍ମାନ, ଉକ୍ରଳ ଗୌରବ ମଧୁସୁଦନ ସମ୍ମାନ ଓ ଉକ୍ରଳମଣି ଗୋପବନ୍ଧୁ ସମ୍ମାନରେ ୨୪ ଜଣ ବିଧାୟକଙ୍କୁ ସମ୍ମାନିତ କରାଯାଇଛି । ୨୦୦୯ରୁ ୧୬ ପର୍ଯ୍ୟନ୍ତ ପ୍ରତିବର୍ଷ ଶ୍ରେଷ୍ଠ ବିବେଚିତ ବିଧାୟକମାନଙ୍କୁ ସମ୍ମାନ ମିଳିଛି । ପଣ୍ଡିତ ନିଳକଣ୍ଠ ସମ୍ମାନ ୨୦୦୯ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁ ଦାସ, ୨୦୧୦ ପାଇଁ ବିଧାୟକ ଅରୁଣ ସାହୁ, ୨୦୧୧ ପାଇଁ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ୨୦୧୨ ପାଇଁ ବିଧାୟକ ପ୍ରଫୁଲ୍ଲ ମାଝି, ୨୦୧୩ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ, ୨୦୧୪ ପାଇଁ ବିଧାୟକ ପ୍ରମିଳା ମଲ୍ଲିକ, ୨୦୧୫ ପାଇଁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ୨୦୧୬ ପାଇଁ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ସେହପରି ଉକ୍ରଳ ଗୌରବ ମଧୁସୁଦନ ସମ୍ମାନ ୮ଜଣ ପୂର୍ବତନ ବିଧାୟକମାନଙ୍କୁ ଦିଆଯାଇଛି । ଏଥିରେ ୨୦୦୯ ପାଇଁ ସୁରେନ୍ଦ୍ର ନାଥ ନାୟକ, ୨୦୧୦ ପାଇଁ ବିମ୍ବାଧର କୁଅଁର, ୨୦୧୧ ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ, ୨୦୧୩ ପାଇଁ ବିକ୍ରମ କେଶରୀ ବର୍ମା, ୨୦୧୪ ପାଇଁ ରାଜେନ୍ଦ୍ର ଦୋଲକିଆ, ୨୦୧୫ ପାଇଁ ସୁରେନ୍ଦ୍ର ନାଥ ପରମାରି ଓ ୨୦୧୬ ପାଇଁ ଚକ୍ରଧର ପାଇକ ସମ୍ମାନିତ ହୋଇଛନ୍ତି ।
ଉକ୍ରଳମଣି ଗୋପବନ୍ଧୁ ସମ୍ମାନ ଯୁବ ବିଧାୟକମାନଙ୍କୁ ଦିଆଯାଇଛି । ଏଥିରେ ୨୦୦୯ ପାଇଁ ସଂଜୟ ଦାଶବର୍ମା,୨୦୧୦ ପାଇଁ ପ୍ରୀତି ରଂଜନ ଘଡ଼ାଇ, ୨୦୧୧ ପାଇଁ ଶମୀର ରଂଜନ ଦାସ, ୨୦୧୨ ପାଇଁ ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩ ପାଇଁ ବିଜୟ କୁମାର ମହାନ୍ତି, ୨୦୧୪ ପାଇଁ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫ ପାଇଁ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ ପାଇଁ ପ୍ରଦୀପ ପୁରୋହିତଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରଦୀପ ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।