ମିଥୁନ ଚକ୍ରବର୍ତ୍ତୀ ପୁଣି ଅସୁସ୍ଥ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତୀ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି । ବର୍ତ୍ତମାନ ସେ ଆମେରିକାର ଲସ ଏଞ୍ଜେଲସଠାରେ ଚିକିତ୍ସିତ ହେଉଥିବାର ତାଙ୍କ ପରିବାର ଲୋକଙ୍କଠାରୁ ଜଣାପଡ଼ିଛି । ଚକ୍ରବର୍ତ୍ତୀ କିଛି ଦିନ ହେଲା କ୍ରୋନିକ ବ୍ୟାକ ପେନ ସମସ୍ୟାରେ ପୀଡ଼ିତ ଅଛନ୍ତି । ଏହି ରୋଗରେ ସେ ଦୀର୍ଘଦିନ ହେଲା ଚିକିତ୍ସିତ ହୋଇଆସି ସୁଫଳ ନ ହେବାରୁ ଏବେ ଆମେରିକାରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଆମେରିକାରେ କିଛିଦିନ ରହି ଚିକିତ୍ସା ହେବାକୁ ପଡିବ ବୋଲି ଡାକ୍ତରଙ୍କ ସୂଚନା । ତାଙ୍କ ପାଖରେ ମିଥୁନଙ୍କ ପୁଅ ଓ ବୋହୁ ଅଛନ୍ତି । ୨୦୦୯ ମସିହାରେ “ଲକ” ଫିଲ୍ମ ସୁଟିଂ ଚାଳିଥିବା ସମୟରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ସେ ଏହି ଫିଲ୍ମରେ ଏକ ଷ୍ଟଣ୍ଟ ସିନ୍ ସୁଟିଂ କରିଥିବାବେଳେ ଗୁରୁତର ଆହତ ହୋଇଥିଲେ । ଉକ୍ତ ଫିଲ୍ମରେ ଇମରାନ ଖାନ, ସଂଜୟ ଦତ୍ତ ଅଭିନୟ କରିଥିଲେ । ଏହି ରୋଗ ପାଇଁ ସେ ଏବେ ଫିଲ୍ମ ଜଗରୁ ଦୂରେଇ ଯାଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ।

ମତାମତ ଦିଅନ୍ତୁ

Please enter your comment!
Please enter your name here