ପୁଣି ଜଣେ ନାବାଳିକାକୁ ଦୁର୍ଷ୍କମ: ଗୁରୁତର ଅବସ୍ଥାରେ ବିଲରୁ ଉଦ୍ଧାର

ସୋର:ପୁଣି ଜଣେ ନାବାଳିକାକୁ ଦୁର୍ଷ୍କମ କରାଯାଇଛି । ଏହି ଘଟଣା ଘଟିଛି ସୋର ଥାନା ଅନ୍ତର୍ଗତ ତେଣ୍ଟଇ ଗ୍ରାମରେ । ଏନେଇ ସୋର ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିଫ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ସେହି ଗ୍ରାମର ମୁନା ବାରିକ । ଏବେ ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା ହେତୁ ନାବାଳିକା ଜଣକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ସୋମବାର ଦିନ ନାବାଳିକା ଜଣଙ୍କ ତାଙ୍କ ସାନ ଭଉଣୀ ସହ ଜାଗର ଦେଖିବାକୁ ଯାଇଥିଲେ । ସେହି ସମୟର ଫାଇଦା ଉଠାଇ ଅଭିଯୁକ୍ତ ମୁନା ନାବାଳିକାକୁ ଚକୋଲେଟ ଦେଇ ତାକୁ ବିଲ ଆଡକୁ ନେଇଯାଇଥିଲେ । ତା ପରେ ସେଠାରେ ନାବାଳିକା ସହ ବଳାତ୍କାର କରିଥିଲେ । ନାବାଳିକାର ସାନ ଭଉଣୀ ତାଙ୍କୁ ନପାଇବାରୁ ସେ ଆସ ତାଙ୍କ ବୁଢିମାଙ୍କୁ ଜଣାଇଥିଲେ । ଏହା ପରେ ତୁରନ୍ତ ପରିବାର ଲୋକେ ଖୋଜାଖୋଜି କରିବାରୁ ଏକ ବିଲ ଭିତରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ନାବାଳିକାଙ୍କ ବାପା ଯାଇଁ ବୁଧବାର ଦିନ ଅନନ୍ତ ପୁର ବିଟ ହାଉସରେ ଅଭିଯୋଗ କରିଥିଲେ । ତା ପରେ ସୋର ପୁଲିସ ତୁରନ୍ତ ଆସି ଅଭିଯୁକ୍ତକୁ ଗିରଫ କରିଛି ।

ଧାନ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର