ସରକାରୀ ସମ୍ପତ୍ତି ନଷ୍ଟ କରିବା ପଡିଲା ମହଙ୍ଗା, ମନ୍ତ୍ରୀ ପଦରୁ ଓହରିଲେ ଏହି ମନ୍ତ୍ରୀ

https://www.facebook.com/nnsodia/videos/267154983995629/?t=5

ଚେନ୍ନାଇ: ତାମିଲନାଡୁର କ୍ରୀଡା ମନ୍ତ୍ରୀ ବାଳକୃଷ୍ଣ ରେଡ୍ଡୀ ସରକରୀ ସମ୍ପତି ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବସ୍ଥ ହୋଇ ସୋମବାର ସ୍ୱତନ୍ତ୍ର ଅଦାଲତ ୩ ବର୍ଷ ଜେଲ ଦଣ୍ଡ ଦେଇଥିବାର ସୂଚନା ମିଳିଛି । ଏହି ଦଣ୍ଡାଦେଶ ଦ୍ୱାରା ରେଡ୍ଡୀ ତାଙ୍କର ମନ୍ତ୍ରୀପଦ ହରାଇବା ସହିତ ବିଧାନସଭାର ସଭ୍ୟ ପଦ ମଧ୍ୟ ହରାଇଛନ୍ତି । କାରଣ ଜନ ପ୍ରତିନିଧି ଆଇନ ଅନୁଯାୟୀ ଫୌଜଦାରୀ ମାମଲାରେ କୌଣସି ସାସଂଦ କିମ୍ବା ବିଧାୟକ ଦୋଷୀ ସାବସ୍ତ ହେଲେ ତାଙ୍କ ସଭ୍ୟପଦ ରବ୍ଦ ହୋଇଯିବ । ସ୍ୱତନ୍ତ୍ର ଅଦାଲତର ଏହି ରାୟ ପରେ ରେଡ୍ଡୀ ମନ୍ତ୍ରୀ ପହରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସେ ଯାଇ ମାଡ୍ରାସ ହାଇକୋର୍ଟରେ ଏହି ବିରୋଧରେ ତାଙ୍କ ରାୟ ଆବେଦନ କରିବେ ବୋଲି ଜଣାପଡିଛି । ସୁଚନାଯୋଗ୍ୟ ୧୯୯୮ରେ ରେଡ୍ଡୀଙ୍କ ନେତୃତ୍ୱରେ ହୋସପୁରରେ ହୋଇଥିବା ମଦ ବିରୋଧି ଅନ୍ଦୋଳନରେ ସରକାରୀ ସମ୍ପତି ନଷ୍ଟ କରାଇଥିଲା । ଯଥା ବିକ୍ଷୋପକାରୀଙ୍କ ଉପରକୁ ପଥର ମାଡ, ସଡକ ପରିବହନ ନିଗମରେ କେତେକ ବସ୍ ଭାଙ୍ଗାରୁଜାରେ ତାଙ୍କ ହାତ ଥିବା ସୂଚନା ମିଳିଛି । ଫଳରେ ଏହାକୁ ନେଇ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁହୋଇଥିଲା । ସେତେବେଳେ ରେଡ୍ଡୀ ବିଜେପି ବିଧାୟକ ଥିଲେ । ଏହି ଘଟଣାକୁ ନେଇ ପୁଲିସ୍ ୧୦୮ ଜଣଙ୍କ ବିରୋଧରେ ତାମିଲନାଡୁ ସରକାରୀ ସମ୍ପତି ନଷ୍ଟ କରିବା ପାଇଁ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏଥିରେ ଅନ୍ୟ ୧୫ ଜଣଙ୍କୁ ମଧ୍ୟ ଦେଷୀ ସାବ୍ୟସ୍ତ କରି ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଘୋଷଣା କରିଥିବାର ସୂଚନା ମିଳିଛିି ।

ମତାମତ ଦିଅନ୍ତୁ

Please enter your comment!
Please enter your name here