You are here
Home > ବଡ଼ଖବର > ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୭୬.୩୫%,୩୬ଟି ସ୍କୁଲରେ ଫଳ ଶୂନ  

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୭୬.୩୫%,୩୬ଟି ସ୍କୁଲରେ ଫଳ ଶୂନ  

କଟକ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏକକାଳୀନ ଦଶମ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କଟକ ସ୍ଥିତ ବୋର୍ଡ କାର୍ଯ୍ୟଳୟରେ ବିଧିବଦ୍ଧ ଭାବରେ ଫଳ ପ୍ରକାଶ କରିବା ସହ ପୁସ୍ତକ ଉନ୍ମଚୋନ କରିଛନ୍ତି।

ମାଟ୍ରିକ୍  ପରୀକ୍ଷାରେ ପାସ୍ ହାର ୭୬.୩୫%  । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୧୮ ମାଟ୍ରିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି ମୋଟ ୪ ଲକ୍ଷ ୨୭ ହଜାର ୭୯୫  ପରୀକ୍ଷାର୍ଥୀ  । ଏଥର ବି ଛାତ୍ରୀଙ୍କ ପାସ୍  ହାର ଛାତ୍ରଙ୍କଠୁ ବେଶି । ଜିଲ୍ଲା ୱାରି ହିସାବରେ ବାଲେଶ୍ୱର ଜିଲ୍ଲାରେ ପାସ ହାର ସର୍ବାଧିକ ୮୮.୧୫ ପ୍ରତିଶତ ହୋଇଥିବା ବେଳେ ପାସହାର ୬୫.୭୬ ପ୍ରତିଶତ ସହ ମାଲକାନଗିରି ରହିଛି ସବୁଠୁ ତଳେ ।  ଚଳିତ ବର୍ଷ ମୋଟ ୧୭୧୩ଜଣ ପରୀକ୍ଷାର୍ଥୀ ଏ-ଓ।ନ୍ ଗ୍ରେଡ୍ ପାଇଥିବା ବେଳେ ୧୫ ହଜାର ୬୭୫ ଜଣ ଏ-ଟୁ ,  ୩୯ ହଜାର ୧୭୦ ବି-ଓ।ନ୍,୬୭ ହଜାର ୬୩୬ ଜଣ ପରୀକ୍ଷାର୍ଥୀ  ବି-ଟୁ ପାଇଛନ୍ତି । ପୁଣି ପୁଅଙ୍କୁ ଟପିଛନ୍ତି ଝିଅ । ପାସ୍  କରିଥିବା ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛାତ୍ରଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ୧୨୯ ଏବଂ ଛାତ୍ରୀଙ୍କ ସଂଖ୍ୟା  ୨ ଲକ୍ଷ ୧୭ ହଜାର ୬୬୬ । ଚଳିତ ବର୍ଷ ୨୮୧୮ଟି ସେଣ୍ଟରରେ ମୋଟ ୫ ଲକ୍ଷ ୫୪ ହଜାର ୩୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ୨୦୧୭ ତୁଳନାରେ ୨୦୧୮ରେ  ପାସ୍ ହାର ୮୫ ଦଶମିକ ୨୮ ପ୍ରତିଶତରୁ ୭୭ ଦଶମିକ ୩୫ ପ୍ରତିଶତକୁ ହ୍ରାସ ଏକ ବିତର୍କର କାରଣ ହେବା ନିଶ୍ଚିତ ।

ଚଳିତବର୍ଷ ୪୨୯ଟି ସ୍କୁଲରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୩୬ଟି ସ୍କୁଲରେ ଫଳ ଶୂନ ରହିଛି । ମଧ୍ୟାହ୍ନ ୧୨ ଟାରୁ ୱେବସାଇଟରେ ଛାତ୍ରଛାତ୍ରୀ ମାନେ ବୋର୍ଡର ୨ ଟି ୱେବସାଇଟ୍ www.bseodisha.nic.in  ଏବଂ www.orissaresults.nic.in  ମାଧ୍ୟମରେ ନିଜର ଫଳାଫଳ ଦେଖି ପାରିବେ।  ଏହା ସହିତ ଛାତ୍ରଛାତ୍ରୀମାନେ ମୋବାଇଲ୍‌ରେ ସେମାନଙ୍କର ଫଳ ଦେଖିପାରିବେ । ଏଥିପାଇଁ ସେମାନେ OR10<ROLL NO> ଟାଇପ୍‌ କରି 5676750କୁ ଏସଏମଏସ ପଠାଇ ପରୀକ୍ଷାଫଳ ଜାଣିପାରିବେ। ଆଜି ଅପରାହ୍ଣରେ ବୋର୍ଡ ୱେବସାଇଟରେ OMR ସିଟ୍ ମଧ୍ୟ ପିଲାମାନେ ଦେଖି ପାରିବେ। ଏଥିସହ ଛାତ୍ରଛାତ୍ରୀମାନେ ଯଦି କୌଣସି ପରୀକ୍ଷା ଫଳ ତ୍ରୁଟି ବା ଅଭିଯୋଗ କରିବାକୁ ଚାହାନ୍ତି ତେବେ ସପ୍ତାହେ ମଧ୍ୟମେ ସକାଳ ୧୦ଟାରୁ ୫ଟା ମଧ୍ୟରେ ହେଲ୍ପ ଲାଇନ ନମ୍ବର ୦୬୭୧-୨୪୧୨୦୫୯ ଓ ୨୪୧୨୦୬୦ରେ ଯୋଗାଯୋଗ କରିପାରିବେ।

ମୋଟ ୪ ଲକ୍ଷ ୩୮ ହଜାର ୩୪୮ ପରୀକ୍ଷାର୍ଥୀ ପାସ କରିଛନ୍ତି। ୨ ଲକ୍ଷ ୧୬ ହଜାର ୩୦୫ ପୁଅ ପାସ୍ କରିଥିବା ବେଳେ ୨ ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍ କରିଛନ୍ତି। ସେହିପରି ୧ ଲକ୍ଷ ୩୬ ହଜାର ୭୧୭ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ରେଗୁଲାରରେ ବାଲେଶ୍ୱରରେ ସର୍ବାଧିକ ରେଜଲ୍ଟ ୮୮.୧୫ ପ୍ରତିଶତ ରହିଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ୫୯.୩୨ ପ୍ରତିଶତ ରହିଛି।

ଗତବର୍ଷ ତୁଳନାରେ ପାସ ହାର ସଂଖ୍ୟା କମିଥିବା ଦେଖାଦେଇଛି। ଗତବର୍ଷ ୮୫.୨୮ ପ୍ରତିଶତ ପାସ ହାର ରହିଥିଲା। ସେହିପରି ୨୦୧୬ ବର୍ଷରେ ପାସ ହାର ୮୩.୭୨ ପ୍ରତିଶତ, ୨୦୧୫ ମସିହାରେ ପାସ ହାର ୮୦.୯୩ ପ୍ରତିଶତ ଏବଂ ୨୦୧୪ରେ ୮୦.୯୭ ପ୍ରତିଶତ ପାସ୍‌ ହାର ରହିଥିଲା ।

Loading...
ONA

Leave a Reply

Top