ଢେଙ୍କାନାଳ ଯୌନ ନିର୍ଯ୍ୟତନା ମାମଲାରେ ହସ୍ତକ୍ଷେପ କଲା କେନ୍ଦ୍ର

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ଢେଙ୍କାନାଳ ବେଲଟିକିରି ଆଶ୍ରୟ ସ୍ଥଳୀରେ ଯୌନ ନିର୍ଯ୍ୟତନା ଓ ଧର୍ମାନ୍ତରଣ ଘଟଣା ପଦାକୁ ଆସିବା ପରେ ଏହାକୁ ନେଇ ରାଜନୀତି ତେଜିଛି । ଏହି ଘଟଣାରେ ଏବେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଏହି ଘଟଣା ଉପରେ ତଦନ୍ତ କରିବାକୁ ମନ୍ତ୍ରଣାଳୟର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କଡା ସମାଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏହି ଘଟଣାକୁ କେନ୍ଦ୍ର ସରକାର ଗୁରୁତର ସହ ନେଇଛନ୍ତି । ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଉଦ୍ୟମ କରିଛନ୍ତି ।

* କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବାଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ
* ଓଡିଶାର ସବୁ ଆଶ୍ରୟ ସ୍ଥଳୀକୁ ଯାଂଚ ପାଇଁ ଏସସିପିଆରକୁ ନିର୍ଦ୍ଦେଶ

ଢେଙ୍କାନାଳ ବେଲଟିକିରି ସେଲଟର ହୋମରେ ନିର୍ଯ୍ୟାତନା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ କଡା ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ । ସେ କହିଛନ୍ତି “ଗୁଡ୍ ନ୍ୟୁଜ ସେଲଟର” ହୋମରେ ନିର୍ଯ୍ୟାତନା, ଧର୍ମାନ୍ତରଣ ଖବର ଆସୁଛି । ବିନା ପଞ୍ଜିକରଣରେ ୨ ବର୍ଷ ହେଲା ସଂସ୍ଥା ସେଲଟର ହୋମ ଚଳାଉଛି କିପରି ? ଦୁଃଖର କଥା ସଦର ମହକୁମାରୁ ମାତ୍ର ୧୦ କିମି ଦୂରରେ ଏଭଳି ଘଟଣା ଘଟିଛି । ଲାଇସେନ୍ସ ଅବଧି ସରିଥିବାବେଳେ ମନ୍ତ୍ରୀ ଓ ସଚିବ ବି ମାନିଛନ୍ତି । ଏଣୁ ମହିଳା, ଶିଶୁଙ୍କ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ ମାରିଥିବା ସେ କହିଛନ୍ତି । ଶ୍ରୀମତୀ ଗାନ୍ଧୀ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ରାଜ୍ୟର ସବୁ ସେଲଟର ହୋମ୍ ପରିଦର୍ଶନ ପାଇଁ ଏନସିପିସିଆରକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here