ବଡ ବଡିଆଙ୍କ ପାଇଁ ସାହାଣ ମେଲା ଜାଗା ମିଶନ ଏକ ପ୍ରହସନ – କଂଗ୍ରେସ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଜ୍ୟରେ ଗରିବ ଭୂମିହୀନମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ୧୯୭୪-୭୫ ମସିହାରେ ପ୍ରଣିତ ଓଡିଆ ଲ୍ୟାଣ୍ଡ ସିଲିଂ ଆକ୍ଟ ମାଧ୍ୟମରେ ଘରବାଡି ନଥିବା ଲୋକଙ୍କ ପାଇଁ ୪ ଡିସିମିଲ୍ ଲେଖାଏଁ ଜମି ଦେବାର ବନ୍ଦୋବସ୍ତ ହୋଇଥିଲା । ପରବର୍ତୀ ସମୟରେ ଓଡିଶା ସରକାର ଲ୍ୟାଣ୍ଡ ସେଟେଲମେଂଟ ଆକ୍ଟ ୧୯୮୨ ଆଇନ୍ ଆଣି ଏହାକୁ ଆହୁରି ସରଳ ଏବଂ ସୁଗମ କରି ଭୂମିହୀନମାନଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ
ପଦକ୍ଷେପ ନେଇଥିଲେ । ଘରଡିହ ନଥିବା ଭୂମିହୀନମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତମାନର ସରକାର ୨୦୦୬ ମସିହାରେ ‘ବସୁନ୍ଧରା’ ନାମରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଘୋଷଣା କରିଥିଲେ ଯେ ତିନି ବର୍ଷ ଭିତରେ ଅର୍ଥାତ୍ ୨୦୦୯ ମସିହା ସୁଦ୍ଧା ଓଡିଶାରେ କେହି ଭୂମିହୀନ ରହିବେ ନାହିଁ । କିନ୍ତୁ ସରକାରଙ୍କର ସେ ଘୋଷଣା ପାଣିର ଗାର ପାଲଟିଛି । ତାଙ୍କର ‘ବସୁନ୍ଧରା’ ଯୋଜନା ମଧ୍ୟ ପ୍ରତାରଣାରେ ପରିଣତ ହୋଇଛି । ଆଜି ଦିନରେ ରାଜ୍ୟରେ ୪.୫୦ ଲକ୍ଷ ପରିବାର ଭୂମିହୀନ । ଏମାନଙ୍କ ଭିତରୁ ଅଧିକାଂଶ ଆଦିବାସୀ ଓ ଦଳିତ ଶ୍ରେଣୀର ଲୋକ । ସେମାନଙ୍କ ନାମରେ  ଖଣ୍ଡେ ନଥିବାରୁ ସେମାନଙ୍କୁ ପ୍ରଧାନମବୀ ଆବାସ ବା ବିଜୁ ପକ୍କାଘର ମିଳେନା, ସେମାନଙ୍କ ପିଲାଛୁଆଙ୍କ ଶିକ୍ଷା ପାଇଁ ଷ୍ଟାଇପେଂଟ ମିଳେନା ଏବଂ ସରକାରୀ ଯୋଜନା ମଧ୍ୟ ସେମାନଙ୍କ ପାଖରେ ଅପହଂଚ । ମାତ୍ର ସେମାନଙ୍କର ଏହି ଦୁଃଖ ପ୍ରତି ସରକାର ନିର୍ବିକାର । ସେମାନଙ୍କ ପାଇଁ ୪ ଡିସିମିଲ ଘରଡିହ ଖଣ୍ଡେ ସରକାର ଯୋଗାଇଦେବାକୁ ଅକ୍ଷମତା ଦେଖାଇଲା ବେଳେ ଶିଳ୍ପପତି ଏବଂ ବ୍ୟବସାୟୀମାନଙ୍କ ପାଇଁ ୧,୨୩,୭୫୬ ଏକର ଜମି ଯୋଗାଇ ଦେବାର ଯୋଜନା କରିବା ଏକ ଅକ୍ଷମଣୀୟ ଅପରାଧ । ଏହା ସରକାରଙ୍କର ଗରିବମାରଣ ନୀତିର ଏକ ଜ୍ଜ୍ୱଳନ୍ତ ନିଦର୍ଶନ । ୨୦୦୮ ମସିହାରେ ଓଡିଶା ଗଭର୍ଣ୍ଣମେଂଟ ଲ୍ୟାଣ୍ଡ ସେଟେଲମେଂଟ ଆକ୍ଟ ୧୯୮୨ ଅଧିନରେ ଘରଡିହ ନଥିବା ଭୂମିହୀନମାନଙ୍କ ପାଇଁ ୧୦ ଡିସିମିଲ୍ ଲେଖାଏଁ ଜାଗା ଦେବାର ନିୟମ କରାଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ଜମି ନାହିଁ ବୋଲି ଆଳ ଦେଖାଇ ୨୦୧୮ ମଇ ମାସରେ ଏହାର ପରିମାଣକୁ ୪ ଡିସିମିଲ୍କୁ ଖସାଇ ଅଣାଗଲା । ପୁନ୧⁄୨ ଭୂମିହୀନଙ୍କୁ ଘରଡିହ ଯୋଗାଇବା କ୍ଷେତ୍ରରେ ହିତାଧିକାରୀଙ୍କ ଆୟର ସିଲିଂ ହିସାବରେ ଆଗରୁ ୨୪୦୦୦ ଟଙ୍କା ଥିବା ବେଳେ ତାକୁ ମଧ୍ୟ ୬୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ତା’ର ଅର୍ଥ ହେଉଛି ଅଧିକ
ସଂଖ୍ୟକ ଭୂମିହୀନଙ୍କୁ ଘରଡିହ ପାଇବାର ହକ୍ରୁ ସେମାନଙ୍କୁ ବଂଚିତ କରିବାର ଏହା ଏକ ହୀନ ଚକ୍ରାନ୍ତ । ୨୦୦୭ ମସିହାରେ ରାଜ୍ୟ ସରକାର ମୋ ଜମି – ମୋ ଡିହ ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହା ମାଧ୍ୟମରେ ଭୂମିହୀନ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଜମିପ…ା ଦେବା ସହିତ ଜାଗାର ମାଲିକାନା ଦେବାର ଘୋଷଣା କରିଥିଲେ । ସେତେବେଳେ ୨,୪୯,୩୩୪ ଜଣ ଭୂମିହୀନଙ୍କୁ ଚିହ୍ନଟ କରାଯାଇଥିଲା । ତା ଭିତରୁ ୨,୨୯,୮୮୫ ଜଣଙ୍କୁ ଘରଡିହ ମିଳିଥିଲା ବୋଲି ସରକାର କହିଥିଲେ । ମାତ୍ର ୨୦୧୧ ମସିହାରେ ରୁରାଲ ଡେଭଲପମେଂଟ ଇନିସିଏଟିଭ୍ ନାମକ ଏକ ସଂସ୍ଥାର ସର୍ଭେରୁ ଜଣାପଡ଼ିଲା ଯେ ସରକାରଙ୍କର ଏହି ସଫଳତାର ଦାବି ଥିଲା ସଂପୂର୍ଣ୍ଣ ମିଥ୍ୟା ଓ ପ୍ରବଂଚନପୂର୍ଣ୍ଣ । ଏହି ସଂସ୍ଥା ୧୦ ଟି ଜିଲ୍ଲାର ୮୮ଟି ଗ୍ରାମର ୨୭୬୩ ପରିବାରକୁ ଯୋଗାଯୋଗ କରିବାପରେ ଜାଣିବାକୁ ପାଇଥିଲା ଯେ ୨୭୬୩ ଟି ପରିବାର ଭିତରୁ ମାତ୍ର ୧୬୧୯ ଜଣଙ୍କୁ ହିତାଧିକାରୀ ଭାବରେ ଚିହ୍ନଟ କରାଯାଇଛି । ଯାହା ଭିତରୁ ୭୫ ଶତାଂଶ ତାଙ୍କୁ ମିଳିଥିବା ଜମିର ଦଖଲ ମଧ୍ୟ କରିପାରି ନାହାନ୍ତି । ଏହା ପ୍ରମାଣିତ କରେ ଯେ ସରକାରଙ୍କର ସଫଳତାର କାହାଣୀ କେତେ ମିଥ୍ୟାରେ ପରିପୂର୍ଣ୍ଣ  ୨୦୧୧ ମସିହାରେ ସରକାର ଜିଲ୍ଲାପାଳମାନଙ୍କୁ, ଭୂମିହୀନମାନଙ୍କୁ ଚିହ୍ନଟ କରିବାପାଇଁ ଆଉ ଏକ ନିର୍ଦ୍ଦେଶ ଦେଲେ । ୨୦୧୨ ମସିହାରେ ସେମାନଙ୍କ ପ୍ରଦତ ରିପୋର୍ଟରୁ ହିସାବ ମିଲିଲା ଯେ ରାଜ୍ୟରେ ୧,୪୯,୨୬୬ଟି ପରିବାର ଭୂମିହୀନ ଏବଂ ସେମାନଙ୍କ ଭିତରୁ ୧,୧୫,୮୨୭ଟି ପରିବାରଙ୍କୁ ଘରଡିହ ପଟା ୨୦୧୩ ମସିହା ସୁଦ୍ଧା ମିଳିଥିଲା ବୋଲି ସରକାର ଦାବୀ କରିଛନ୍ତି । ତାଙ୍କର ଏହି ଦାବୀ ସେ ସଂପୂର୍ଣ୍ଣ କପୋଳକଳ୍ପିତ ତାହା ତୃଣମୂଳ ସ୍ତରରେ ଭୂମିହୀନ ମାନଙ୍କର ଅବସ୍ଥାକୁ ଆକଳନ କଲେ ବେଶ ଜଣାପଡ଼େ । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ତହସିଲ ଅଧିନରେ ବ୍ୟାପକ ପ୍ରଚାର ଅଭିଯାନ ଫଳରେ ୭୩୮୦ ଟି ପରିବାର ଭୂମିହୀନ ବୋଲି ଦାବୀ କରି ଘରଡିହ ପଟା ପାଇଁ ଦାବୀ କରୁଛନ୍ତି । ସେଠାରେ ପ୍ରଶାସନ ସ୍ତରରେ ପୂର୍ବରୁ ୨୦୦/୩୦୦ ପରିବାର ଭୂମିହୀନ ବୋଲି କୁହାଯାଉଥିବା ସ୍ଥଳେ ଏତେ ପରିବାର ଜମି ପଟା ପାଇଁ ଆବେଦନ କରିବା ପ୍ରମାଣିତ କରେ ଯେ ସରକାରଙ୍କ ଭୂମିହୀନ ମାନଙ୍କ ସଂଖ୍ୟା ସଂକ୍ରାନ୍ତରେ ପରିସଂଖ୍ୟାନ ପ୍ରବଚଂନାପୂର୍ଣ୍ଣ ଏବଂ ମୋ ଜମି – ମୋ ଡିହ ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଛି । ଆଦିବାସୀ, ଦଳିତ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ୪ ଡିସିମିଲ ଘରଡିହ ଯୋଗାଇବାରେ ଅକ୍ଷମ ସରକାର କିନ୍ତୁ ଶିଳ୍ପପତି ଏବଂ ଧନୀ ବ୍ୟବସାୟୀଙ୍କ ପାଇଁ ସାହାଣମେଲା କରି ଦେଇଛନ୍ତି । ସେମାନଙ୍କୁ ବ୍ୟବସାୟ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ମନଇଚ୍ଛା ଜମି ଯୋଗାଇ ଚାଲିଛନ୍ତି । ରାଜ୍ୟରେ ସରକାର ଏକ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିଛନ୍ତି ।
ଯେଉଁଥିରେ ବର୍ତମାନ ସୁଦ୍ଧା ୧,୨୩,୭୫୬ ଏକର ଜମି ଅଧିଗ୍ରହଣ ସରିଲାଣି । ଏହି ଜମି ଅଧିଗ୍ରହଣ ୨୦୧୬ ମସିହାର ମେକ୍ ଇନ୍ ଓଡିଶା ସମୟରେ ଶିଳ୍ପପତିମାନଙ୍କର ଚୁକ୍ତି ନିବେଶକୁ ଦୃଷ୍ଟିରେ ରଖି କରାଯାଇଥିଲା । ସେତେବେଳେ ପୁଞ୍ଜି ନିବେଶର ପରିମାଣ ଥିଲା ୨.୦୩ ଲକ୍ଷ କୋଟି ଟଙ୍କା । ବର୍ତମାନ ମେକ୍ ଇନ୍ ଓଡିଶା କନ୍କ୍ଲେଭର ପୁଞ୍ଜି ନିବେଶର ଆକଳନ ହେଉଛି ୫ ଲକ୍ଷ କୋଟି ଟଙ୍କା । ଏଥିପାଇଁ ମଧ୍ୟ ବହୁତ ପରିମାଣରେ ଜମିର ଆବଶ୍ୟକତା ରହିଛି । ସରକାର ସେମାନଙ୍କୁ ଜମି ଦେବାପାଇଁ ଚୁକ୍ତିବଦ୍ଧ । ମାତ୍ର ସେମାନଙ୍କ ପାଇଁ ଏତେ ପରିମାଣର ଜମି ଦେବାକୁ ସରକାର ଆଗଭର ହେଉଥିବା ବେଳେ ଗରିବ ଲୋକଙ୍କୁ ୪ ଡିସିମିଲ୍ ଜମି ଦେବାକୁ ସରକାର ନିର୍ବିକାର ରହିବା ଅତ୍ୟନ୍ତ ଚିନ୍ତାର ବିଷୟ ଏବଂ ଏହା ଗରିବ ବିରୋଧୀ ବୋଲି ଆମ୍ଭେ ବିଚାର କରୁ । ପୂର୍ବ ନିଷ୍ପତି ଅନୁଯାୟୀ ଭୂମିହୀନମାନଙ୍କୁ ୧୦ ଡିସିମିଲ୍ ଜାଗା, ଆୟ ସିଲିଂକୁ ୩୦ ହଜାର ଟଙ୍କାରେ ସୀମାବଦ୍ଧ ରଖିବା ଏବଂ ତହସିଲ୍ ଓ ଆର.ଆଇ. ଅଫିସ୍ଗୁଡିକୁ ବସୁନ୍ଧରା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସକ୍ଷମ କରିବା ପାଇଁ କଂଗ୍ରେସ ଦାବି କରିବା ସହିତ ଯଦି ସରକାର ଭୂମିହୀନମାନଙ୍କୁ ନ୍ୟାୟ ନଦିଅନ୍ତି, ତେବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଉଛି । ଏହି ସାମ୍ବାଦିକ ସ୧ିଳନୀରେ ମୁଖପାତ୍ର ସୁଦର୍ଶନ ଦାସଙ୍କ ସମେତ ମନୋଜ ମହାପାତ୍ର, ହିମାଂଶୁ ଲେଙ୍କା, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here