ବିଜେପିରେ ଯୋଗ ଦେଇପାରନ୍ତି ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ବର୍ତ୍ତମାନ ଅଭିନେତା ଓ ଅଭିନେତ୍ରୀମାନେ ରାଜନୀତିର ମୁହାଁ ହେଉଥିବା ଦେଖିବାକୁ ମିଳୁଛି | ତେବେ ଶୁଣିବାକୁ ମିଳୁଛି ଧକ ଧକ ଗାର୍ଲ ମାଦୁରି ଦୀକ୍ଷିତ ଭାରତୀୟ ଜନତା ଦଳ ୨୦୧୯ର ଲୋକସଭା ନିର୍ବାଚନୀ ମଇଦାନରେ ଓହ୍ଲାଇବାର ବିଚାର କରୁଛନ୍ତି । ତେବେ ଏହି କଥାରେ କେତେ ସତ୍ୟାତା ରହିଛି ତାହାକୁ ନେଇ ମାଧୁରିଙ୍କ ପକ୍ଷରୁ କୌମସି ପ୍ରତିକ୍ରିୟା ମିଳିପାରି ନାହିଁ | ତେବେ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଚଳିତ ବର୍ଷ ଜୁନରେ ମାଧୁରୀଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ । ଶାହା ସେହି ସମୟରେ ଦଳର ‘ସପର୍କ ରଥ ସମର୍ଥନ’ ଅଭିଯାନ ଅଧିନରେ ମୁମ୍ବାଇ ଯାଇଥିଲେ । ଅମିତ ଶାହା ଏହି ସମୟରେ ଅଭିନେତ୍ରୀଙ୍କୁ ନରେନ୍ଦ୍ର ମୋଦି ସରକାରଙ୍କ ଉପଲବ୍ଧିଗୁଡିକ ବିଷୟରେ ଅବଗତ କରାଇଥିଲେ । ରାଜ୍ୟର ଏକ ବରିଷ୍ଠ ବିଜେପି ନେତା କହିଛନ୍ତି କି, ମାଧୁରୀଙ୍କ ନାଁ ପୁଣେ ଲୋକସଭା ସିଟ୍ ପାଇଁ ଚୟନ କରାଯାଇଛି । ସେ କହିଛନ୍ତି କି, “ଦଳ ୨୦୧୯ରେ ସାଧାରଣ ନିର୍ବାଚନରେ ମାଧୁରୀ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିବା ଉପରେ ଗମ୍ଭୀରତାର ସହିତ ବିଚାର କରୁଛନ୍ତି । ପୁଣେ ଲୋକସଭା ସିଟ୍ ତାଙ୍କ ପାଇଁ ଉପଯୁକ୍ତ ହେବ । ଦଳ ଅନେକ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀଙ୍କ ନାମ ନିର୍ଦ୍ଧାରିତ କରିବା ପ୍ରକ୍ରିୟାରେ ଅଛି ଏବଂ ମାଧୁରୀଙ୍କ ନାମ ପୁଣେ ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ ଚୟନ କରାଯାଇଛି । ଏଥିପାଇଁ ତାଙ୍କର ନାମ ଗମ୍ଭୀରତାର ସହ ବିଚାର କରାଯାଉଛି । ତେବେ ମାଧୁରୀଙ୍କୁ ନେଇ ଉଠୁଥିବା ଏହି ଗୁମରର କେତେ ସତ୍ୟତା ରହିଛି ତାହା କେବଳ ମାଧୁରୀ ହିଁ କହିପାରିବେ ବୋଲି ସାଦାରମରେ ଚର୍ଚ୍ଚା ହେଉଛି |

 

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here