ଫେବ୍ରୁଆରୀ ୨୮ରୁ ମ୍ୟାଟ୍ରିକ ପରୀକ୍ଷା

କଟକ: ୨୦୧୭ ଫେବ୍ରୁଆରୀ ୨୮ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ମ୍ୟାଟ୍ରିକ୍ ପରୀକ୍ଷା ହେବ  । ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଆଜି ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି  । ଫେବ୍ରୁଆରୀ ୨୮ରେ ପ୍ରଥମ ଭାଷା(ସାହିତ୍ୟ) ପରୀକ୍ଷା ହେବ । ମାର୍ଚ୍ଚ ୨ରେ    ଦ୍ୱିତୀୟ ଭାଷା(ଇଂରାଜୀ), ୪ରେ ତୃତୀୟ ଭାଷା ପରୀକ୍ଷା ହେବ । ସେହିପରି  ମାର୍ଚ୍ଚ ୬ ତାରିଖରେ ଗଣିତ, ୮ ତାରିଖରେ ବିଜ୍ଞାନ, ୧୦ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ନଭେମ୍ବର  ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ଫର୍ମପୂରଣ କରିପାରିବେ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଚଳିତ ବର୍ଷ ୬ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେବେ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ନିମନ୍ତେ ମ୍ୟାଟ୍ରିକ୍ ପରୀକ୍ଷା ତାରିଖକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ତେବେ ଗତ ୧୯ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମ୍ୟାଟି୍ରକ ପରୀକ୍ଷା କରିବା ନେଇ ନିଷ୍ପତି ନେଇଥିଲେ  । ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ସୁରୁଖୁରୁରେ ପରିଚାଳିତ କରିବା ପାଇଁ ଗଣ ଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିଲା । ସୂଚନାଥାଉକି, ନିର୍ବାଚନ ପୂର୍ବରୁ ପରୀକ୍ଷା ଶେଷ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦକୁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବା ପାଇଁ ଗଣଶିକ୍ଷା ବିଭାଗ ଅବଗତ କରାଇଥିଲା ।

LEAVE A REPLY

Please enter your comment!
Please enter your name here