୧୦୭ ବର୍ଷରେ ଛାଡି ଚାଲିଗଲେ ମସ୍ତନାମ୍ମା, ଦେଖନ୍ତୁ ଏହି ଭିଡିଓରେ….

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ : ଛାଡି ଚାଲିଗଲେ ମସ୍ତନମ୍ମା । ଦୁନିଆର ସବୁଠାରୁ ବୟସ୍କା ପ୍ରସିଦ୍ଧ ୟୁଟ୍ୟୁବରେ ମସ୍ତନମ୍ମାଙ୍କର ୧୦୭ ବର୍ଷରେ ପରଲୋକ ହୋଇଛି । ଆନ୍ଧ୍ରପ୍ରଦେଶର ଗୁଁଟୂର ଜିଲ୍ଲାର ଏକ ଛୋଟ ଗ୍ରାମରେ ରହୁଥିବା ମସ୍ତନମ୍ମା ସ୍ୱାଦିଷ୍ଟ ଖାଦ୍ୟ ଏବଂ କାମ କରିବାର ତରିକା ନେଇ ସେ ସୋଶାଲ ସାଇଡରେ ପୂରା ଛାୟୀ ଯାଇଥିଲେ । ତାଙ୍କ ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲରେ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ସବସ୍କ୍ରାଇବର ରହିଛନ୍ତି । ତେବେ ରୋଷେଇଶାଳା ସେ ନିଜ ବିଲରେ ଖୋଲିଥିଲେ । ସେ କାଠ ଓ ଶୁଖିଲା ପତ୍ରରେ ରୋଷେି କରନ୍ତି । ସେ ଚିକେନ ବର୍ଗର, କେଏଫସି ଚିକେନର ପାରମ୍ପାରିକ ଶୈଳୀ ବିଷୟରେ ଶିକ୍ଷା ଦେଇଥାନ୍ତି । ‘ଏଗ୍ ଇନ ଟମାଟୋ’ ଓ ‘ତରଭୁଜ ଚିକେନ’କୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ଦୁଇ ଆଇଟମକୁ ଲୋକେ ୟୁଟ୍ୟୁବରେ ଏକ କୋଟିରୁ ଅଧିକ ଲୋକ ଦେଖିଛନ୍ତି । ତେବେ କେବଳ ଭାରତରେ ନୁହେଁ ଆମେରିକା, ପାକିସ୍ତାନ, ଇଂଲଣ୍ଡ ଓ ମାଲେସିଆରେ ମଧ୍ୟ ତାଙ୍କର ପ୍ରଶଂସକ ରହିଛନ୍ତି । ମସ୍ତନମ୍ମଙ୍କୁ ପିଲାଦିନେ ଗୋଟିଏ ପରିବାର ପୋଷ୍ୟ ଭାବରେ ଗ୍ରହଣ କରିଥିଲେ । କିନ୍ତୁ ମସ୍ତନମ୍ମ ନୂଆ ପରିବାରକୁ ପ୍ରତ୍ୟାଖାନ କରି ନିଜ ଗ୍ରାମକୁ ପୁଣିଥରେ ଫେରି ଆସିଥିଲେ । ଏହାପରେ ୧୧ ବର୍ଷରେ ତାଙ୍କର ବାହାଘର ହୋଇଥିଲେ ଏବଂ ୨୨ ବର୍ଷରେ ସେ ବିଧବା ହୋଇଯାଥିଲେ । ଏହାପରେ ସେ ୫ ଜଣଙ୍କ ଶିଶୁଙ୍କୁ ଲାଳନପାଳନ କରିଥିଲେ । କିନ୍ତୁ ସେତିକିରେ ତାଙ୍କ ଦୁଃଖ କମି ନଥିଲା । ମହାମାରୀରେ ତାଙ୍କର ୪ ପୁତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ସାନ ପୁଅର ଦୃଷ୍ଟି ଶକ୍ତି ହଜି ଯାଇଥିଲା ।
ଏହାପରେ ତାଙ୍କ ନାତି ଲକନ ଏବଂ ତାଙ୍କ ବନ୍ଧୁ ୟୁଟ୍ୟୁବରେ ସମଗ୍ର ଦେଶକୁ ରୋଷେଇ ଶିକ୍ଷା ଦେବାକୁ ପାଇଁ ଏକ ଚ୍ୟାନେଲ କରିବାକୁ ନଷ୍ପତ୍ତି ନେଇଥିଲେ । ଏହିଭଳି ବାବରେ ୨୦୧୬ରେ ସେମାନେ କଂଟି ଫୁଡ ନାମରେ ଏକ ଚ୍ୟାନେଲ ତିଆରି କଲେ ଏବଂ ଆରମ୍ଭରରେ ୪୦ଟି ଭିଡିଓ ଅପଲୋଡ କରିଥିଲେ କିନ୍ତୁ କୌଣସି ସଫଳତା ମିଳି ନଥିଲା । ତାପରେ ସେମାନେ ମସ୍ତନାମ୍ମାଙଅକ ବିଷୟରେ କହିଲେ । ମସ୍ତନାମ୍ମାଙ୍କ ପ୍ରଥମ କଢି ବାଇଗନ କରି ଚର୍ଚ୍ଚାକୁ ଆସିଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here