ରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

ମାଲକାନଗିରି: ମଣ୍ଡି ନ ଖୋଲିବା କାରଣରୁ ଲକାନଗିରିର ଓ ଜୟପୁରର ବିଭିନ୍ନ ଅଂଚଳରେ ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ଆଦିବାସୀ ମହାସଂଘ ପକ୍ଷରୁ ରାସ୍ତାରୋ କରିଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ଯାତାୟତ ଓ ଗାଡ଼ିଚଳାଚଳରେ ପ୍ରଭାବିତ ହୋଇଛି । ଗତ ୮ ତାରିଖରେ ଆଦିବାସୀ ମହାସଂଘ ଜିଲ୍ଲାପାଳଙ୍କୁ ମଣ୍ଡିର ସମସ୍ୟା ସମ୍ପର୍କରେ ଦାବିପତ୍ର ଦେଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ଦୀର୍ଘ ୧୫ରୁ ୨୦ ଦିନ ଧରି ମଣ୍ଡିରେ ଧାନ ପଡ଼ି ରହିଥିବା ବେଳେ ମିଲ ମାଲିକମାନେ ମଣ୍ଡି ଖୋଲୁ ନ ଥିବା ଚାଷୀମାନେ କହିଛନ୍ତି । ଫଳରେ ଚାଷୀମାନେ ବାଧ୍ୟ ହୋଇ କମ ଦାମରେ ଦଲାଲମାନଙ୍କୁ ଧାନ ଦେଉଛନ୍ତି । ଚାଷୀମାନଙ୍କୁ ସେମାନଙ୍କର ଉଚିତ ଟଙ୍କା ମିଳୁନାହିଁ । ଧାନସବୁ ବହୁଦିନ ଧରି ଖୋଲାରେ ପଡ଼ି ରହିଥିବାରୁ ସେମାନଙ୍କର ଧାନ ନଷ୍ଟ ହେବା ସହିତ ଚୋରି ମଧ୍ୟ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଶାସକ ଦଳ ଦିଲ୍ଲୀରେ ଚାଷୀଙ୍କ ପାଇଁ ରଣହୁଙ୍କାର ଦେଉଥିବା ବେଳେ ଏପଟେ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଇପାରୁନାହିଁ । ଏ ନେଇ ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ସେମାନେ ଆଜିଠାରୁ ମାଲକାନଗିରି ବନ୍ଦ କରିବେ ଏବଂ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଚାଷୀଙ୍କ ପାଇଁ ଦିଲ୍ଲୀରେ ଧାରଣା ଦେଲେ ନବୀନ