You are here
Home > କ୍ରାଇମ୍‍ > ସ୍କୁଲରୁ ଫେରିବାବେଳେ ଚକୋଲେଟର ଲୋଭ ଦେଖାଇ ଶିଶୁଙ୍କୁ ଦୁଷ୍କର୍ମ , ହସ୍ପିଟାଲରେ ପୀଡିତା,ସହଯୋଗୀଙ୍କ ସହ ଅଭିଯୁକ୍ତ ଗିରଫ

ସ୍କୁଲରୁ ଫେରିବାବେଳେ ଚକୋଲେଟର ଲୋଭ ଦେଖାଇ ଶିଶୁଙ୍କୁ ଦୁଷ୍କର୍ମ , ହସ୍ପିଟାଲରେ ପୀଡିତା,ସହଯୋଗୀଙ୍କ ସହ ଅଭିଯୁକ୍ତ ଗିରଫ

ମନ୍ଦସୌର : ଆମାନବୀୟ । ଅମାନୁଷିକ । ସବୁ ସୀମା ଟପି ଯାଉଛନ୍ତି କାମୁକ । ଚକୋଲେଟର ଲୋଭ ଦେଖାଇ କୋମଳମତି ଶିଶୁଙ୍କୁ କରୁଛନ୍ତି ଦୁଷ୍କର୍ମ । ମନ୍ଦସୌର ନାବଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅପରାଧୀଙ୍କୁ ଫାଶୀ ଦେବାକୁ ଜୋର୍ ଧରୁଛି ଦାବି । ସିସିଟିଭି ଫୁଟେଜ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେପଟେ ଇନ୍ଦୋର ଏମ୍.ୱାଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡିତା ।

ମଧ୍ୟପ୍ରଦେଶ ମନ୍ଦସୌରରେ ପୁଣି ନିର୍ଭୟା କାଣ୍ଡ । ଗତ ୨୬ ତାରିଖର ଏହି ଘଟଣାରେ ସ୍ତବ୍ଧ ହୋଇଯାଇଛି ପୁରା ଦେଶ । ୮ ବର୍ଷର ନାବାଳିକା ପୀଡିତାଙ୍କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକ । ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଜୋର୍ ଧରୁଛି ଦାବି । ସେପଟେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡିତା । ଗତ ୨୬ ତାରିଖ ଦିନ ସ୍କୁଲ ଛୁଟି ପରେ ନାବାଳିକା ଘରକୁ ଫେରୁଥିଲେ । ଅଭିଯୁକ୍ତ ଇରଫାନ ଖାନ ଚକୋଲେଟ୍ ଲୋଭ ଦେଖାଇ ଝିଅଟିକୁ ନିକଟରେ ବନ୍ଦ ପଡିଥିବା ଏକ ପ୍ଲାଣ୍ଟକୁ ନେଇଯାଇଥିଲା ।ସେଠାରେ ଜଣେ ସହଯୋଗୀ ସହ ମିଶି ଗଣଦୁଷ୍କର୍ମ କରିଥିଲା । ଏତିକିରେ ସେମାନଙ୍କ ମନ ପୁରି ନଥିଲା । ମାରି ଦେବାକୁ ପୁରା ଯୋଜନା କରିଥିଲେ ନର ପିଶାଚମାନେ । ନାବାଳିକାଙ୍କ ଶରୀରକୁ କାମୁଡି କ୍ଷତାକ୍ତ କରିଦେଇଥିଲେ । ଗୁପ୍ତାଙ୍ଗରେ ପ୍ରବଳ ଆଘାତ କରିବା ସହ କାଠ ପୁରାଇଦେଇଥିଲେ । ଏଥିସହ ଛୁରିରେ ତଣ୍ଟି କାଟି ଏକ ବୁଦା ଭିତରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ । ସାରା ରାତି ବର୍ଷାରେ ମୁମୁର୍ଷୁ ଅବସ୍ଥାରେ ପଡିଥିଲା କୋମଳମତି ନାବାଳିକା  ।

ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ପୀଡିତା ଶିଶୁ ଇନ୍ଦୋର ଏମ୍ୱାଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗତକାଲି ପୀଡିତାଙ୍କର ଏକାଧିକ ସର୍ଜରୀ କରାଯାଇଛି । ଅସହ୍ୟ ପୀଡା ସହୁଥିବା ପୀଡ୍ତା ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଅଧିକ ଚିକିତ୍ସା ପାଇଁ ପୀଡିତାଙ୍କୁ ଏମ୍ ସ୍ ଭଳି ହସପିଟାଲକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।  ଏଭଳି ପୈଶାଚିକ କାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତ ଇରଫାନ ଖାନ ଓ ଆସିଫକୁ ଗିରଫ କରିଛି ପୋଲିସ

ସିସିଟିଭି ଫୁଟେଜ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ଧରିଛି ପୋଲିସ  । ଅଭିଯୁକ୍ତଙ୍କ ମାମଲା କୌଣସି ଓକିଲ ନ ଲଢିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଓକିଲ ସଂଘ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି ଏଭଳି ଅପରାଧ କରିଥିବା ବ୍ୟକ୍ତି ସମାଜ ପାଇଁ ବୋଝ । ସେମାନଙ୍କର ବଞ୍ଚିବାର ଅଧିକାର ନାହିଁ । ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର କରି ଅପରାଧୀଙ୍କୁ ଫାଶୀ ଦେବାକୁ ଜୋର୍ ଧରିଛି ଦାବି ।

୨୦୧୨ରେ ଦିଲ୍ଲୀ ନିର୍ଭୟାକାଣ୍ଡ ସମୟରେ ସାରା ଦେଶରେ ପ୍ରବଳ ପ୍ରତିବାଦ ହେଲା । ଆଇନ ବି ବଦଳିଲା ।  ଲାଗୁଥିଲା ଏତେ ସବୁ ପରେ ସମସ୍ତେ ଜାଗିବେ । ଆଉ ଦୁଷ୍କର୍ମ ହେବନି । ହେଲେ ମନ୍ଦସୌର ଘଟଣା ପୁଣି ସୀମା ଟପିଯାଇଛି ।

Loading...
ONA

Leave a Reply

Top