ଥାନାରେ ବସି ଯୋଜନା କଲା, ମୁହଁକୁ ତରକାରି ଫିଙ୍ଗି ଚମ୍ପଟ ମାରିଲା ଅଭିଯୁକ୍ତ

https://www.facebook.com/nnsodia/videos/267154983995629/?t=5

କୋଚି: ହାଜତରେ ବସି ଖସିବା ଲାଗି କରିଲେ ଚାଲ୍ | ରାତ୍ରି ଭୋନରେ ମିଳିଥିବା ତରକାରୀ ନ ଖାଇ ଫିଙ୍ଗିଲେ ଗାାର୍ଡଙ୍କ ଉପରକୁ | ଯୋଜନାରେ ଜଣେ କଏଦୀ ହେଲା ସଫଳ ଜଣେ ପଡିଲା ଧରା | ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ ଥାନାରେ | ଖସି ପଳାଇଥିବା ଅଭିଯୁକ୍ତ ଜଣଙ୍କ ହେଲା ୨୧ ବର୍ଷିୟ ତବସୀର ଦର୍ବେଶ । ସେ ମାର୍କେଟ୍‌ ରୋଡ୍‌ରେ ଚୋରି ଅଭିଯୋଗରେ ଥାନାରେ ଥିଲା । ଧରା ପଡିଯାଇଥିବା ଅଭିଯୁକ୍ତ ଜଣଙ୍କ ହେଲା ପୋନ୍ନାନିର ମହମ୍ମଦ ଅସ୍‌ଲାମ୍‌ । ଉଭୟ ଉପରୋକ୍ତ ସ୍ଥାନରୁ ଚୋରି ମାମଲାରେ ଧରାଯାଇ କେନ୍ଦ୍ରୀୟ ପୁଲିସ ହାଜତରେ ଥିଲେ । ସୁଚନାରୁପ୍ରକାଶ, ବୁଧବାର ପାହାନ୍ତା ୩: ୩୦ ମିନିଟ୍‌ ସମୟରେ ପରିସ୍ରା କରାଇ ନେବାକୁ ଆସ୍‌ଲମ୍‌ ଗାର୍ଡଙ୍କୁ କହିଥିଲା । ଗାର୍ଡ ଆସ୍‌ଲମ୍‌ଙ୍କୁ ଶୌଚାଳୟରୁ ପରିସ୍ରା କରାଇ ଆଣିବା ପରେ ହାଜତ ଭିତରକୁ ନେବା ସମୟରେ ଦର୍ବେଶ କାଗଜ କପ୍‌ରେ ରଖିଥିବା ତରକାରିକୁ ଗାର୍ଡଙ୍କ ମୁହଁକୁ ଫୋପାଡ଼ିଥିଲା । ଅନ୍ୟ ଜଣେ ପୁଲିସ ଘଟନାସ୍ଥଳକୁ ଧାଇଁ ଆସିଥିଲେ ବି ଦୁହେଁ ଗାର୍ଡକୁ ଉଭୟ ବହେ ମାଡ ମାରିଥିଲେ । ଏହି ପରିସ୍ଥିତିରେ ଦର୍ବେଶ ଖସି ପଳାଇଥିଲା କିନ୍ତୁ ଅସଲାମ୍‌କୁ ପୁଲିସ ଧରି ପକାଇଥିଲା । ଉଭୟ ଖସି ପଳାଇଯିବାକୁ ଯୋଜନା କରି ରାତ୍ରି ଭୋଜନରେ ଦିଆଯାଇଥିବା ତରକାରିକୁ ସାଇତି ରଖିଥିଲେ ବୋଲି ପୁଲିସ କହିଛି । ଦର୍ବେଶ ପଛରେ ପୁଲିସ ଗୋଡ଼ାଇ ଥିଲେ ମଧ୍ୟ ସେ ଆଖିପିଛୁଳାକେ କୋମ୍ବାରା ଅଞ୍ଚଳରେ କୁଆଡ଼େ ଅଦୃଶ୍ୟ ହୋଇ ଯାଇଥିଲା । ରାତିସାରା ପୁଲିସ ସେ ଅଞ୍ଚଳରେ ବୃଥାଟାରେ ଯାହା ଖୋଜାଖୋଜି କଲା । ଅଭିଯୁକ୍ତକୁ ଠାବ କରିବା ନିମନ୍ତେ ଟିମ୍‌ ଗଠନ କରାଯାଇ ସମଗ୍ର ସହରରେ ତଲାସ ଆରମ୍ଭ ହୋଇଛି । ସେପଟେ ଅଭିଯୁକ୍ତମାନଙ୍କ ଆକ୍ରମଣରେ ଆହତ ପୁଲିସ କର୍ମଚାରୀ ପ୍ରମୋଦଙ୍କୁ ଏର୍ଣ୍ଣାକୁଲମ୍‌ ଜେନେରାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ପୁଲିସକୁ ଚଖମା ଦେଇ ଦର୍ବେଶ କେଉଁଠି ଲୁଚିଛି ବର୍ତ୍ତମାନ କେଉଁଠି ଲୁଚିଛି ତା’ର କୌଣସି ପତ୍ତା ମିଳିପାରିନାହିଁ |

 

ମତାମତ ଦିଅନ୍ତୁ

Please enter your comment!
Please enter your name here