ସନ୍ଦେହର କୁପରିଣତି, ଝିଅକୁ ଜଳିଲା ବାପା, ପଢନ୍ତୁ ପୂରା ଖବର….

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ସନ୍ଦେହ ଏପରି ଏକ ରୋଗ ଯାହା ଥରେ ହୋଇଗଲେ ତାହା ସହଜରେ ମୁଣ୍ଡରୁ ବାହାରି ନଥାଏ | ତେବେ ଆଜି ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିବା ମାତ୍ରେ ସନ୍ଦେହ ହେତୁ ହେଇଥିବା କାଣ୍ଜ ଉପରେ ଆହୁରି ଘୃଣା ସୂଷ୍ଟି ହେବ | ଜଣେ ବାପା ତାର 16 ବର୍ଷୀୟା ଝିଅକୁ ସନ୍ଦେହ କରି କିରୋସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ କାଣ୍ଡ ହରିୟାଣାର ବିରାରରେ ଘଟିଛି | ତେବେ ଏଥିପାଇଁ ଅଭିଯୁକ୍ତ ବାପାକୁ ପୁଲିସ ଗିରଫ କରିଥିବାର ଜଣା ପଡିଛି | ଅଭିଯୁକ୍ତ ବାପା ହେଉଛନ୍ତି ୩୫ ବର୍ଷିୟ ମହମ୍ମଦ ମୁର୍ତିଆଜ୍‌ । ସୁଚନାନୁଯାୟୀ, ପୀଡ଼ିତା ଶହିସ୍ତା ପୂର୍ବ ମନ୍‌ସୁରିଙ୍କ ସହ ବିରାର ଠାରେ ରୁହନ୍ତି । ସୋମବାର ଅପରାହ୍ଣରେ ମନ୍‌ସୁରି ଝିଅକୁ ଖାଇବା ଲାଗି ବାଢ଼ିବାକୁ କହିବାକୁ ଯାଇ ଦେଖିଲେ ସେ ତା’ ଫୋନ୍‌ରେ ଗପୁଛି । ଝିଅ କୌଣସି ଟୋକା ସହ ଗପୁଛି ଭାବି ସେ ରାଗି ଗଲେ । ମନ୍‌ସୁରି ତା’ଠାରୁ ଫୋନ୍‌ଟି ଛଡ଼ାଇ ଆଣି ତଳେ କାଚିଡ଼ି ଭାଙ୍ଗି ପକାଇବା ପରେ ଝିଅ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ । ଘଟଣା ଦେଖି ଝିଅର ମାଆ ଚିତ୍କାର କରିବାରୁ ପଡ଼ୋଶୀମାନେ ସହାୟତା କରିବାକୁ ଧାଇଁ ଆସିଥିଲେ । ପ୍ରଥମେ ଶହିସ୍ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଶରୀରର ୭୦% ପୋଡ଼ି ଯାଇଥିବାରୁ ତାକୁ କେଇଏମ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି । ପୀଡିତାର ଅବସ୍ଥା ଗୁରୁତର ଥିବାର ସୂଚନା ମିଳୁଛି | ତେବେ ଜଣେ ବାପା ହୋଇ ଏପରି ଲଜ୍ଜ୍ୟଜନକ କାଣ୍ଡ କରିବା କେତେ ଯର୍ଥାତତା ରହିଛି ତାହାକୁ ନେି ସାଧାରଣରେ ଚର୍ଚ୍ଚା ହେଉଛି |

ମନ୍ଦିର ମହନ୍ତଙ୍କ ଲଜ୍ଜ୍ୟଜନକ କାଣ୍ଡ, ଶିଷ୍ୟାକୁ କଲେ ବାରମ୍ବାର ଦୁଷ୍କର୍ମ, ପଢନ୍ତୁ ପୂରା ଖବର…

 

ମତାମତ ଦିଅନ୍ତୁ

Please enter your comment!
Please enter your name here