କୁଳାଙ୍ଗାର ପୁଅର ଅଭାବନୀୟ କାଣ୍ଡ, ଗୁଣିଗାରେଡି ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ

ସିଲ୍ଲା : ରାଜ୍ୟରେ ଓ ରାଜ୍ୟ ବାହାରେ ଖେଳି ଯାଇଛି ଅନ୍ଧବିଶ୍ୱାସର ସାୟା | ତେବେ ଆଜି ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ସବୁ ସମ୍ପର୍କରେ ନିଆଁ ଲଗାଇଦେଲା ଭଳି ଅନୁମାନ କରି ହେଉଛି | ଗୁଣି ଗାରେଡି ସନ୍ଦେହରେ ଜଣେ ୩୦ ବର୍ଷ ବୟସ୍କ ଲୋକ ନିଜର ମାଆକୁ ହତ୍ୟା କରିଥିବା ଘଟଣା ସାମନାକୁ ଆସିବା ସହ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାର ସୂଚନା ମିଳୁଛି । ଏପରି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ରାଜନ୍ଵାସିରେ ସିଲ୍ଲା ଜିଲ୍ଲାର ବୋଇନପାଲେ ଅଞ୍ଚଳରେ | ହତ୍ୟା କରିଥିବା କୁଳାଙ୍ଗାର ପୁଅ ହେଉଛି ଶ୍ରୀନିବାସ | ସୁଚନାରୁପ୍ରକାଶ, ନିଜର ୫୨ ବର୍ଷୀୟ ମାଆଙ୍କୁ ନିଜ ବାସଭବନରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାଯାଇଛି । ଏହି ଅଘଟଣ ଗତ ୨୩ ତାରିଖରେ ଘଟିଥିଲା । ପୁଲିସ ମୃତକଙ୍କର ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୁଅ ଶ୍ରୀନିବାସକୁ ଗିରଫ କରିଛି ।ଶ୍ରୀନିବାସର କହିବା ଅନୁଯାୟୀ ସେ ସନ୍ଦେହ କରୁଥିଲା କି, ତା’ମାଆ ଘରେ ଗୁଣି ଗାରେଡ଼ି କରୁଛନ୍ତି । ଆଇପିସିର ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି ।
ଉଲ୍ଲେଖନୀୟ, କିଛି ଦିନ ତଳେ ବେଙ୍ଗାଲୁରୁରେ ଜଣେ ପୁଅ ମଦ ପିଇବା ପାଇଁ ମାଆଙ୍କୁ ଟଙ୍କା ମାଗିଥିଲା, କିନ୍ତୁ ମାଆ ନଦେବାରୁ ସେ ମାଆଙ୍କୁ ମାରି ଦେଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଥିଲା । ସେହିପରି ଆସାମରେ ବର୍ଷ ୨୦୦୧ ଓ ୨୦୧୭ରେ ୧୧୪ ଜଣ ମହିଳା ଓ ୭୯ଜଣ ପୁରୁଷଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା ।

କୁଳଙ୍ଗାର ପୁଅର ଲଜ୍ଜ୍ୟଜନକ କାଣ୍ଡ, ଭଉଣୀ ଲାଗି ମାଆକୁ ହତ୍ୟା କଲା ପୁଅ, ପଢନ୍ତୁ ପୂରା ଖବର….