ନାବାଳକକୁ ଅପହରଣ କଲେ ଯୁବକ, ଥାନାରେ ଓଗାଳିଲେ ଅପହରଣ ପ୍ରକୃତ କାରଣ, ପଢନ୍ତୁ ପୂରା ଖବର…

କୁଚିଣ୍ଡା : ନିଜ ବାହାଘର ପାଇଁ ଅଦ୍ଦୁତ ଘଟଣା କରିଛନ୍ତି ଜଣେ ଯୁବକ | ନିଜ ବାହାଘର ପାଇଁ ପାଖରେ ଟଙ୍କା ନଥିବାରୁ ଜଣେ ନାବାଳିକ ଅପହରଣ କରିଥିବାର ଅବିଯୋଗ ହୋଇଛି | ଏପରି ଅଭାବନୀୟ କାଣ୍ଡ ଘଟିଛି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ଗାରେ | ଅବିଯୋଗ ଅନୁଯାୟୀ, ପ୍ରଥମେ ଜଣେ ୧୦ ବର୍ଷର ନାବାଳକକୁ ଅପହରଣ କଲେ । ନାବାଳକର ହାତ ଓ ଗୋଡ଼ ବାନ୍ଧି ଜଙ୍ଗଲରେ ରଖି ଲକ୍ଷେ ଟଙ୍କା ଦାବି କରୁଥିଲେ । ତେବେ କୌଶଳକ୍ରମେ ନାବାଳକ ମୁକୁଳି ଆସିଥିଲେ । ମୁକୁଳିବା ପରେ ପୁଲିସ୍‌ ଆଜି ଅବିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ନିରଞ୍ଜନ ସୁନାମୀ । ସୁଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ଅଜିତ ନାଏକଙ୍କ ୧୦ ବର୍ଷର ଭଣଜା ସାହିଲ ନାଏକ ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିଲେ । ଏହି ସମୟରେ ନିରଞ୍ଜନ ସୁନାମୀ ଏକ ବାଇକରେ ଆସି ସାଥୀରେ ଆଣିଥିବା ବ୍ୟାଗକୁ ଧରିବା ପାଇଁ ସାହିଲଙ୍କୁ କହିଥିଲେ । ଏଥିରେ ସାହିଲ୍‌ ରାଜି ହୋଇ ତାଙ୍କ ବାଇକ୍‌ରେ ବସି ଥିଲେ । ପରେ ନିରଞ୍ଜନ ତାଙ୍କୁ ନେଇଯାଇ ଏକ ପରିତ୍ୟକ୍ତ ଘରେ ଅଟକ ରଖିଥିଲେ । ସୋମବାର ସାହିଲ୍‌ଙ୍କ ହାତଗୋଡ଼ ବାନ୍ଧି ମହାଲିଂକୁଦର ଜଙ୍ଗଲକୁ ନେଇ ଯାଇଥିଲେ ନିରଞ୍ଜନ । ତା’ପରେ ସାହିଲଙ୍କ ଘରକୁ ଫୋନ୍‌ କରି ଲକ୍ଷେ ଟଙ୍କା ଦେଲେ ତାକୁ ଛାଡ଼ିବି ବୋଲି ସେ ଧମକ ଦେଇଥିଲେ । ଏହା ଶୁଣିବା ପରେ ସାହିଲ ପରିବାର ଲୋକେ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରି ନଥିଲା । ଗତକାଲି ସକାଳେ ସାହିଲ କୌଶଳ କ୍ରମେ ଜଙ୍ଗଲରୁ ଖସିଆସି ଆସି ନିକଟସ୍ଥ ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଗାଁ ଲୋକଙ୍କଠାରୁ ଖବର ପାଇ ପରିବାର ଲୋକେ ସାହିଲ୍‌ଙ୍କୁ ଆଣି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସାହିଲଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ନିରଞ୍ଜନଙ୍କୁ ଅଟକ ଗିରଫ କରି ପଚରାଉଚରା କରୁଛି । ତେବେ ପଚରାଉଚରା ବେଳେ ନିରଞ୍ଜନ କହିଥିଲେ ଯେ ନିଜ ବାହାଘର ପାଇଁ ଟଙ୍କା ଯୋଗାଡ଼ କରିବାକୁ ଯାଇ ସେ ଏହି ଅପହରଣ କରିଥିଲେ | ସୂଚନାରୁ ପ୍ରକାଶ, ନିରଞ୍ଜନଙ୍କର ବାହାଘର ପାଇଁ ଝିଅ ଦେଖା ସରିଛି । ଏପରିକି ମାର୍ଚ୍ଚ ୩୧ ତାରିଖରେ ନିର୍ବନ୍ଧ ହେବ ବୋଲି ସ୍ଥିର ହୋଇଛି । ମାତ୍ର ବାହାଘର ପାଇଁ ନିରଞ୍ଜନଙ୍କୁ ଘାରିଥିଲା ଅର୍ଥ ଚିନ୍ତା । ସେଥିପାଇଁ ସେ ଅପହରଣ କରିଥିବା ପୁଲିସ୍‌ ପାଖରେ କହିଛନ୍ତି । ତେବେ ଏପରି ପରିସ୍ଥିତିରେ କଣ ପଦକ୍ଷେପ ନିଆଯିବ ତାହାକୁ ନେଇ ସାଦାରଣରେ ଚର୍ଚ୍ଚା ହେଉଛି |