ଖୁବ ଶୀଘ୍ର ଅରୋରାରୁ ହେବେ କପୁର

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: ଅଭିିନେତା ଅର୍ଜୁନ କପୁର ଓ ମଲ୍ଲାଇକା ଅରୋରାଙ୍କୁ ପ୍ରେମ ସମ୍ପର୍କକୁ ନେଇ ସାରା ବଲିଉଡରେ ଚର୍ଚ୍ଚା ଲାଗି ରହିଥିବାର ସୂଚନା ମିଳୁଛି । କିନ୍ତୁ ଦୁହେଁ ନିଜ ସମ୍ପର୍କକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି । ତେବେ ଦୁହେଁ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲି ନଥିବା ବେଳେ କିନ୍ତୁ ଉଭୟଙ୍କୁ ଅନେକ ସ୍ଥାନରେ ଏକାଠୀ ଦେଖିବାକୁ ମିଳୁଛନ୍ତି । ତେବେ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନୂଆ ବର୍ଷ ଦିନ ଦୁହେଁ ଏକାଠୀ ସମୟ ବିତାଇଥିବାର ଦେଖିବାକୁ ମିଳିଛିି । ତେବେ ଉଭୟ ବିତାଇଥିବା କିଛି ମୂହୂର୍ତ୍ତର ଫଟୋ ସୋଶାଲ ସାଇଡରେ ଜୋରସୋରରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ଭାଇରାଲ ହୋଇଥିବା ଫଟୋରୁ ଗୋଟିଏ ଅନ୍ଦାଜ କରିହେଉଛି କି ଏବେ ମଲ୍ଲାଇକା, କପୁର ଫ୍ୟାମିଲିରେ ଏଣ୍ଟ୍ରି ମିଳିଯାଇଛି । ସୁଚନାଯୋଗ୍ୟ ଯେ, ଅର୍ଜୁନଙ୍କ କକା ସଞ୍ଜୟ କପୁର ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଉଭୟ ଅର୍ଜୁନ ଓ ମଲ୍ଲାଇକା ଯୋଗ ଦେଇଥିଲେ । ଯାହାର ଫଟୋ ନିଜେ ସଞ୍ଜୟ କପୁର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ଉକ୍ତ ଫଟୋରୁ ଅନୁମାନ କରିହେଉଛି ଯେ ମଲ୍ଲାଇକାଙ୍କୁ କପୁର ଫ୍ୟାମିଲ ତରଫରୁ ଥମସ ଅପ୍ ମିଳିଗଲାଣି ।

ଟାଇଗରଙ୍କୁ ଲୁଚି ଲୁଚି ଦେଖନ୍ତି ସୋନମ

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here